ବ୍ଲକ କଳା ସାଂସ୍କୃତିକ ସଂଘ କାର୍ଯ୍ୟାଳୟ ଉଦଘାଟିତ

Udaya_Labanya | September 21, 2022 | 14 views |1 | Breaking News


କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ଓଡିଶା ସରକାରଙ୍କ ଓଡିଆ ଭାଷା ସାହିତ୍ୟ ସାଂସ୍କୃତି ବିଭାଗର ଅନୁମୋଦନ କ୍ରମେ ଫିରିଙ୍ଗିଆ ବ୍ଲକ କଳା ସାଂସ୍କୃତିକ ସଂଙ୍ଘର ଏକ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି। ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ମହନ୍ତଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫିରିଙ୍ଗିଆ ବ୍ଲକ ଅଧ୍ୟକ୍ଷା ନମିତା କହଁର , ଫିରିଙ୍ଗିଆ ବ୍ଳକ ସାଂସଦ ପ୍ରତିନିଧି ବିଷ୍ଣୁ ଚରଣ ମଲିକ, ଜିଲା କଳା ସାଂସ୍କୃତିକ ସଂଘ ଉପ ସଭାପତି ଅକ୍ଷୟ କର୍ଣ୍ଣ, ମଞ୍ଚ ଅଭିନେତା ସଂଜୟ କୁମାର ଦିଗାଲ, ସମାଜସେବୀ କଂସଦେବ ସାହୁ, ବରିଷ୍ଠ କଳାକାର ଅଚ୍ୟୁତ ବେହେରା , ପାଲା ଗାୟକ ଇନ୍ଦ୍ରଜିତ କହଁର, ନଦିଆଗୁରୁ କରୁଣା କର୍ଣ୍ଣ , କ.ନୂଆଗାଁ କଳାକାର ସଂଘର ଉପସଭାପତି ତ୍ରିନାଥ ପଣ୍ଡା, ଶୁଧାଂସୁ କୁମାର କହଁର, ବାଲିଗୁଡା ଉପସଭାପତି ପ୍ରମୋଦ କୁମାର ଦଣ୍ଡସେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଫିରିଙ୍ଗିଆର ଆଧିଷ୍ଠାତ୍ରୀ ଦେବୀ ମା ପିତାବଳୀ ଦେବୀଙ୍କ ମନ୍ଦିର ନିକଟରେ ଅତିଥିମାନଙ୍କୁ ସ୍ୱାଗତ କଲାପରେ ଏକ ପାରମ୍ପାରିକ ଆଦିବାସୀ ବାଜାବାଦ୍ୟ ସହ ଏକ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲ।। ଏହି ଶୋଭାଯାତ୍ରା ମନ୍ଦିରରୁ ବାହାରି ସଂଘ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ବ୍ଲକ କାର୍ଯ୍ୟାଳୟର ସଭାଗୃହ ଠାରେ ଅନୁଷ୍ଠିତ ଏକ ସାଧାରଣରେ ସଭାରେ ମଂଚ ଅଭିନେତା ସୁବ୍ରତ କୁମାର ମହାନ୍ତି ପରିଚାଳନା କରିଥିଲେ। ଏହି ସଭାରେ କଳାକାର ମାନଙ୍କ ର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ହେବା ସହ ଫିରିଙ୍ଗିଆର କଳାକାର ମାନଙ୍କ ପାଇଁ ଏକ ସ୍ଥାୟୀ ଗୃହ ନିର୍ମାଣ ପାଇଁ ବିଧାୟକଙ୍କ ପାଖରେ କଳାକାର ମାନେ ଦାବି କରିଥିଲେ। ଅନ୍ୟପଟେ ଏହି କାର୍ଯ୍ୟାଳୟ ହେବାଦ୍ୱାରା ଅଂଚଳ ରେ ରହିଥିବା କଳାକାର ମାନେ ଉପକୃତ ହୋଇପାରିବେ ବୋଲି ବିଡିଓ ଶ୍ରୀ ମହନ୍ତ ପ୍ରକାଶ କରିଛନ୍ତି।

Share this
  •  
  •  
  •  
  •  
  •  
  •  
  •  

Related Posts

ଓଡିଶା ନାଟ୍ୟସଂଘ ର ୩୫ ତମ ପ୍ରତିଷ୍ଠା…

Udaya_Labanya | September 27, 2022 | 6 views |0

ଫୁଲବାଣୀ (ସୁନୀଲ ପଟନାୟକ ସୋମବାର ଫୁଲବାଣୀ ପ୍ରେସ କ୍ଲବ ଠାରେ ଜିଲାର ଅଗ୍ରଣୀକଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ଓଡିଶା ନାଟ୍ୟ ସଙ୍ଘ ର ୩୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା lଏହି ଅବସର ରେ…

ଅସହାୟ ରଂଜିତ ଙ୍କୁ ଆବାସ ଘର ମିଳିବ…

Udaya_Labanya | September 27, 2022 | 5 views | 0

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତଵିଶିପଡା ପଂଚାୟତ ଅନ୍ତର୍ଗତ ଆଶୀରିସହି ଗ୍ରାମର ରଂଜିତ କୁମାର ବେହେରା lଝାଟିମାଟି କୁଡ଼ିଆ ଘରେ ପଲିଥିନ ପକାଇ ବର୍ଷ ବର୍ଷ ଧରି ରହି ଆସୁଥିଲେ ମଧ୍ୟ ତାଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ…

Leave a Reply

Your email address will not be published. Required fields are marked *

Archives

Categories