ରାଜ୍ୟ ସ୍ତରୀୟ ନୃତ୍ୟ ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଙ୍କୁ ବାଲିଗୁଡା ଆଦର୍ଶ ବିଦ୍ୟାଳୟ ରେ ଭବ୍ୟ ସମ୍ବର୍ଦ୍ଧନା

Udaya_Labanya | September 22, 2022 | 14 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ ) ଓଡିଶା ଆଦର୍ଶ ବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ନୃତ୍ୟ ପ୍ରତିଯୋଗିତା ରେ କନ୍ଧମାଳ ର ସର୍ବ ପୁରାତନ ସଂସ୍କୃତିକ ଅନୁଷ୍ଠାନ ର କୁନି କୁନି ଓଡିଶୀ ନୃତ୍ୟଙ୍ଗନା ମହା ମଣ୍ଡଳସ୍ତରୀୟ ପ୍ରଥମ ସ୍ଥାନ ଏବଂ ଭୁବନେଶ୍ୱର ରେ ଆୟୋଜିତ ରାଜ୍ୟ ସ୍ତରରେ ଦ୍ଵିତୀୟ ସ୍ଥାନ ଅଧିକାର କରି ଗର୍ବ ଓ଼ ଗୌରବ ଆଣିଦେଇଥିବା ବାଲିଗୁଡା ଦଣ୍ଡପଦର ସ୍ଥିତ ଆଦର୍ଶ ବିଦ୍ୟାଳୟ ଛାତ୍ରୀ ଅନ୍ଵେଷା ଚୌଧୁରୀ . ଏମ ଜ୍ଞାନୀ ଅନ୍ମେଷl ସୋମନା ସୋନାକ୍ଷୀ ପଣ୍ଡା ଅବନ୍ତିକା ପଣ୍ଡା ସୁରଞ୍ଜନl ବାରିକ ଙ୍କୁ ଆଦର୍ଶ ବିଦ୍ୟାଳୟ ପକ୍ଷରୁ ଭବ୍ୟ ସ୍ୱାଗତ ଏବଂ ସମ୍ବର୍ଦ୍ଧନା ଦିଆ ଯାଇଛି l ସର୍ବ ପୁରାତନ ସଂସ୍କୃତିକ ଅନୁଷ୍ଠାନ ର ନୃତ୍ୟଗୁରୁ କେଦାର ନାୟକ ଙ୍କ ଠାରୁ ନୃତ୍ୟ ଶିକ୍ଷା ଅର୍ଜନ କରି ସଫଳତା ପାଇଛନ୍ତି ଏହି ସଫଳତା ର ଶ୍ରେୟ ନୃତ୍ୟ ଗୁରୁ ବାପା ମାଆ ଏବଂ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଦେବେ ବୋଲି ଛାତ୍ରୀ ମାନେ କହିଛନ୍ତି l କୁନି ନୃତ୍ୟଙ୍ଗନା ମାନେ ନୃତ୍ୟ ଶିକ୍ଷାକରି ଥିବା ସର୍ବ ପୁରାତନ ଅନୁଷ୍ଠାନ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସଭାପତି ସମ୍ପାଦକ ଏବଂ ସଦସ୍ୟ ଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟୁଛି l

Share this

Related Posts

ତୁମୁଡିବନ୍ଧ ହାଟପିଣ୍ଡିରେ କୁଢ଼ କୁଢ଼ ଗୋବର ଓ…

Udaya_Labanya | March 22, 2023 | 4 views |0

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପଞ୍ଚାୟତ ସ୍ଥିତ ହାଟପଦା ସ୍ଥଳରେ ସୋମବାର ଦିନ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି କୁଡ଼ କୁଡ଼ ଅଳିଆ ଆବର୍ଜନା lସୋମବାର ଦିନ ତୁମୁଡିବନ୍ଧ ପଞ୍ଚାୟତ ରେ ସାପ୍ତାହିକ ହାଟ ଥିବା…

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ…

Udaya_Labanya | March 22, 2023 | 5 views | 0

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା…

Leave a Reply

Your email address will not be published. Required fields are marked *

Archives

Categories