#Breaking News #Uncategorized

ଜଳ ସ୍ତର ବୃଦ୍ଧି କରିବାକୁ ପ୍ରୟାସ


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲାରେ ଜଳସ୍ତର ବୃଦ୍ଧି କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯଥାସାଧ୍ୟ ପ୍ରୟାସ କରାଯାଉଛି l
ଜିଲାରେ ଜଳ ସ୍ତର ଦିନକୁ ଦିନ କମିଯାଉଥିବା ଫଳରେ ବିଶେଷ କରି ଖରା ଦିନରେ ଲୋକେ ଜଳ କଷ୍ଟ ଭୋଗୁଛନ୍ତିlପାଣି ଗରା ଏ ପାଇଁ ମାଇଲ ମାଇଲ ବାଟ ଲୋକଙ୍କୁ ଯିବାକୁପଡୁଛି l ନଳ କୂପ, କୂପ,ନଦୀ ନାଳ ଆଦି ସବୁ ଶୁଖିଯାଉଛି l
ଏହାକୁ ଦୃଷ୍ଟିରେ ରଖି ଜଳ ସ୍ତର କିପରି ବୃଦ୍ଧି ହେବ ଆଉ ଜଳ ସଙ୍କଟ ଯେପରି ଦୂର ହେବ ସେନେଇ ଏବେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ନୂତନ ଯୋଜନା ମାନ ପ୍ରସ୍ତୁତ କରାଯାଇ କାର୍ଯ୍ୟ କରା ଯାଉଥିବା ଦେଖାଯାଉଛି lବର୍ଷାଦିନରେ ନଦୀନାଳ କୁ ବୋହି ଯାଇ ନଷ୍ଟ ହୋଇଯାଉଥିବା ଜଳ କୁ ଅମଳ କରିବା ସହିତ ଭୁ -ଅଭ୍ୟନ୍ତର ରେ ଥିବା ଜଳ ସ୍ତର ବୃଦ୍ଧିକରିବା ନିମନ୍ତେ ଅଚଳ ନଳକୂପ ମାନଙ୍କୁ ଚିହ୍ନଟ କରାଯାଇ ଉପଯୋଗ କରାଯାଉଥିବା ବିଭାଗୀୟ ଏସ ଇ.ଇଂ. ବିକାଶ ଚନ୍ଦ୍ର ଦାଶ କହିଛନ୍ତି ଜୀଲାର ୧ ୨ ଟି ଯାକ ବ୍ଲକ ରେ ଏଭଳି କାର୍ଯ୍ୟକ୍ରମ ମାନ ହାତକୁ ନିଆଯାଇଛି l
ଜିଲାପାଳ ଆଶିଷ ଈଶ୍ୱର ପାଟିଲ ମଧ୍ୟ କେତକ ବ୍ଲକ ରେ ଏହି ପ୍ରକଳ୍ପ ଦେଖି ସନ୍ତୋଷ ପ୍ରକାଶ କରିଥିବା ଜଣାପଡିଛି l
ଜିଲ୍ଲା ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଏସ ଇ ଇଂ. ବିକାଶ ଚନ୍ଦ୍ର ଦାଶ ଙ୍କଵ୍ୟକ୍ତିଗତନିଷ୍ଠାପର ଉଦ୍ୟମ, ଆନ୍ତରିକତା, କାର୍ଯ୍ୟଦକ୍ଷତା ଯୋଗୁଁ ବର୍ତମାନ ଏହି ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଚାଲିବା ସହ ନୂତନ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟମାନ ମଧ୍ୟ ହାତକୁ ନିଆଯାଇଥିବା ଦେଖିବାକୁ ମିଳିଛିl

Leave a comment

Your email address will not be published. Required fields are marked *