#Breaking News

ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତ କୁ ୨ ୫ ବର୍ଷ କାରାଦଣ୍ଡ


ଫୁଲବାଣୀ (ଉଲ୍ଲାପ୍ର )
ଏକ୩ ବର୍ଷ ର ନାବାଳିକା ଦୁଷ୍କର୍ମ ମାମଲା ରେ ୧୨ ଜଣ ଙ୍କ ସାଖ୍ୟ ପ୍ରମାଣ,ପୋଲିସ ରିପୋର୍ଟ କୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକସ୍କୋ କୋର୍ଟ ବିଚାର ପତି ସଂଜିତ କୁମାର ବେହେରା ଅଭିଯୁକ୍ତ ପ୍ରସନ୍ନ କୁମାର ଡିଗାଲ(ବୟାଳିଶ ବର୍ଷ ) ଙ୍କୁ ପଚିଶ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେବା ସହ ପଚିଶ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି l
ଜୋରିମାନା ଅନାଦେୟ ଅଧିକ ଏକ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି l
ସୂଚନା ଯୋଗ୍ୟ ଯେ, ଗତ 20/08/19 ସନ୍ଧ୍ୟା ସମୟରେ ନାବାଳିକା ଘର ବାରଣ୍ଡା ରେ ଖେଳୁଥିବା ବେଳେ ଅଭିଯୁକ୍ତ ପ୍ରସନ ତାକୁ ଚକୋଲେଟ ଦେଇ କାଖ କରି ନିକଟ ସ୍ଥ ଚର୍ଚ୍ଚ କୁନେଇ କୁଆଡେ ଦୁଷ୍କର୍ମ କରି ଥିବା ଅଭିଯୋଗ ହୋଇ ଥିଲା l ଝିଅ କୁ ନପାଇ ମା ଓ ମାଉସୀ ମିଶି ଖୋଜା ଖୋଜି କରିବା ବେଳେ ଚର୍ଚ୍ଚ ବାରଣ୍ଡା ରେ ଅଭିଯୁକ୍ତକୁ ଦେଖିଥିଲେ l ତେବେ ଅଭିଯୁକ୍ତ ଘଟଣା ସ୍ଥଳ ରୁ ଦଉଡି ପଳାଇଥିଲା l
ପରଦିନ ନାବାଳିକା ର ମା ଜି. ଉଦୟଗିରି ଥାନାରେ ଏତେଲାଦେଇଥିଲେ llଜି. ଉଦୟଗିରି
ପୋଲିସ ୧00/୧ ୯ ରେ ମାମଲା ରୁଜ୍ଜୁ କରିବାସହ ଅଭିଯୁକ୍ତ ପ୍ରସନ କୁ ଗିରଫ କରିଥିଲା l
ଆଜି ଏହି ମାମଲା ର ବିଚାର କରି ମାନ୍ୟବର ପୋକସୋ କୋର୍ଟ ବିଚାରପତି ସଂଜିତ କୁମାର ବେହେରା ଉପରୋକ୍ତ ରାୟ ଶୁଣାଇ ଛନ୍ତି lପିଡ଼ିତା ଙ୍କ ପକ୍ଷରୁ ସରକା ରି ଓକିଲ ଅସୀମ କୁମାର ପ୍ରହରାଜ ମକଦ୍ଦମା ପରିଚାଳନା କରିଥିଲେ l
ତେବେ ଏହି ମାମଲାରେ ପୀଡିତା ର ପରିବାର କୁ ୬ ଲକ୍ଷ ଟଙ୍କା କ୍ଷତି ପୂରଣ ରାଶି ଯୋଗାଇ ଦେବାଲାଗି
କୋର୍ଟ ନିର୍ଦେଶ ଦେଇଛନ୍ତି l

Leave a comment

Your email address will not be published. Required fields are marked *