ନାବାଳିକା ଦୁଷ୍କର୍ମ ଅଭିଯୋଗ ରେ ଅବସର ପ୍ରାପ୍ତ ଶିକ୍ଷକ ଗିରଫ

Udaya_Labanya | September 25, 2022 | 7 views |0 | Uncategorized

ଫୁଲବାଣୀ ତା,(ସୁନୀଲ ପଟନାୟକ )ଚାରି ବର୍ଷ ର ଶିଶୁ କୁ ଦୁଷ୍କର୍ମ କରିବା ଅଭିଯୋଗ ରେ ପୋଲିସ ଜଣେ ଅବସରପ୍ରାପ୍ତ ଶିକ୍ଷକ ସୁବର୍ଣ ମଲିକକୁ ଗିରଫ କରିଛି lଏଭଳି ଖବର ଆସିଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଦଡକି ଗ୍ରାମ ପଂଚାୟତ ଅନ୍ତର୍ଗତ କାଣୀଦଣୀ ଗ୍ରାମରୁ l
ଅଭିଯୁକ୍ତ ସୁବର୍ଣ୍ଣ ମଳିକ ଗତ 22 ତାରିଖ ଦିନ ଗ୍ରାମ ର ଏକ ଚାରି ବର୍ଷର ଝିଅ ଅଙ୍ଗନବାଡି କେନ୍ଦ୍ରରେ ଖେଳୁ ଥିବା ସମୟରେ ତାକୁ ଗେଲ କରିବ ବୋଲି କହି ଏକ ଘରକୁ ନେଇ ତାକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା ଝିଅଟି ଭୟରେ ଚିତ୍କାର କରିଥିଲା, ଓ ସେହି ସମୟରେ ଜୈନିକା ପୀଡିତା ର ମା ସେଇ ଘର ପାଖରେ କାମ କରୁଥିବା ସମୟରେ ଝିଅର ଚିତ୍କାର ଶୁଣି ଧାଇଁଯାଇ ଦେଖିଲା ବେଳେ ସେଇ ଗ୍ରାମର ସୁବର୍ଣ୍ଣ ମଳିକ,64 ବର୍ଷ, ତାଙ୍କ ଝିଅକୁ ଦୁଷ୍କର୍ମ କରିବା ଅଭିଯୋଗ କରି ଶିଶୁ କନ୍ୟା ର ମା 24 ତାରଖ ଦିନ ସଦର ଥାନାରେ ଝିଅକୁ ଦୁଷ୍କର୍ମ କରାଯାଇଥିବା ନେଇ ଲିଖିତ ଅଭିଯୋଗ କରିଥିଲେ | ପୀଡିତା ଙ୍କ ମାଆଙ୍କ ଅଭିଯୋଗ ପ୍ରକାରେ ସଦର ପୋଲିସ କେଶ ନଂ 141/22 ଦଫା 376 / AB IPC ର RW ସେକ୍ସନ 6 (1) ଧାରାରେ କେଶ ରଜୁକରି ଅଭିଯୁକ୍ତ ଙ୍କୁ ଗିରଫ କରି ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରିଥିବା ଜଣା ପଡିଛି | ସଦର ଥାନା ର ସମ୍ବିତ ବେହେରା ଘଟଣାର ତଦନ୍ତ କରୁଛନ୍ତି l

Share this
  •  
  •  
  •  
  •  
  •  
  •  
  •  

Related Posts

ଟଙ୍କା ଆଦାୟ କରିବାକୁ ଯାଇ ହତ୍ୟା ଦୁଇ…

Udaya_Labanya | December 1, 2022 | 5 views |0

ଫୁଲବାଣୀ,(ସୁନୀଲ ପଟନାୟକ) ବକେୟା ଟଙ୍କା ଆଦାୟ କରିବାକୁ ଯାଇ ଚାପୁଡା ମାଡରେ ହତ୍ୟା ମାମଲାର ବିଚାରଣ କରି,ମାମଲାର ସାଖ୍ୟ ପ୍ରମାଣ ଓ ଡାକ୍ତରୀ ରିପୋର୍ଟ ଆଧାରରେ ଫୁଲବାଣୀ ଅତିରିକ୍ତ ଜିଲ୍ଲା ଜଜ୍ଜ ସୁଶ୍ରୀ ସ୍ମୃତିରେଖା ବାରିକ ମାମଲାର ଦୁଇଜଣ ଅଭିଯୁକ୍ତଙ୍କୁ ଦୋଷୀ…

ମା ପାଟଖଣ୍ଡା ଦୁର୍ଗାପୂଜା ସମିତି ସାଧାରଣ ବୈଠକ

Udaya_Labanya | October 3, 2022 | 15 views | 1

ଫୁଲବାଣୀ (ଉଲା ପ୍ର )ବାଲିଗୁଡା ସ୍ଥିତ ମାପlଟ୍ଟଖଣ୍ଡା ଦୁର୍ଗାପୂଜା ସମିତି ର ସର୍ବ ସାଧାରଣ ବୈଠକ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇ ଯାଇଛି l ଅନୁଷ୍ଠାନ ର ସଭାପତି ଲୋକନାଥ ପାଢ଼ୀ ଅଧକ୍ଷତା କରିଥିବା ବେଳେ ସମ୍ପାଦକ ଟି ଶ୍ରୀନିବାସ…

Leave a Reply

Your email address will not be published. Required fields are marked *

Archives

Categories