ରୋଟାରୀ କ୍ଲବ ପକ୍ଷରୁ ଛାତ୍ର ଛାତ୍ରୀପୁରସ୍କୃତ

Udaya_Labanya | September 25, 2022 | 27 views |0 | Uncategorized


ଫୁଲବାଣୀ (ସୁନୀଲ ପଟନାୟକ )
ରବିବାରଫୁଲବାଣୀ ରୋଟାରୀ କ୍ଲବ ପକ୍ଷରୁ କ୍ଲବ ର ସମ୍ମିଳନୀ କକ୍ଷ ଠାରେସ୍କୁଲ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ବେସିକ ଏଜୁକେସନ ଉପରେ ହୋଇଥିବା ଏକ ପ୍ରତିଯୋଗୀତା ର କୃତି ଛାତ୍ରଛାତ୍ରୀ ଙ୍କୁମାନପତ୍ର, କପ, ଅର୍ଥ ରାଶି ପ୍ରଦାନ କରି ପୁରସ୍କୃତ କରାଯାଇଥିଲା l
ରୋଟାରୀ କ୍ଲବ ପକ୍ଷରୁ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସଵରେ ସଭାପତି ତଥା ବରିଷ୍ଠ ଆଇନଜୀବୀ ହରିଶ୍ଚନ୍ଦ୍ର ମହାରଣା ସଭାପତିତ୍ୱ କରିଥିବା ବେଳେ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ ସମ୍ମାନିତ ଅତିଥି ଭାବେ ସମ୍ପାଦକ ତଥା ବରିଷ୍ଠ ଶିକ୍ଷାବିତ ମନରଞ୍ଜନ ପଟନାୟକ, ଓ ମୁଖ୍ୟ ବକ୍ତା ଭାବେ ପ୍ରତିଷ୍ଠାତା ସଦସ୍ୟ ତଥା ବରିଷ୍ଠ ସମାଜସେବୀ ବିପ୍ର ଚରଣ ପାତ୍ର,ଯୋଗ ଦେଇ ଦୀର୍ଘ ଚାଳିଶ ରୁ ଉର୍ଧ୍ଵ ବର୍ଷ ଧରି ରୋଟl ରୀ କ୍ଲବ କିପରି ସମାଜ ସେବାରେ ନିଜକୁ ସା ମିଲ କରି ପାରିଛି ସେ ସମ୍ପର୍କରେ ବର୍ଣନା କରିଥିଲେ, ବିଶେଷ କରି ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବେଶସୁରକ୍ଷା ଦିଗରେ ରୋଟାରୀ କ୍ଲବ ଉଲ୍ଲେଖନୀୟ କାର୍ଯ୍ୟ କରି ବେଶ ପ୍ରସଂଶିତ ମଧ୍ୟ ହୋଇଛି l
ଅନ୍ୟ ମାନଙ୍କ ମଧ୍ୟରେ କର୍ମେଲ ସ୍କୁଲ ଅଧ୍ୟକ୍ଷ ଓ ଶିଶୁ ବିଦ୍ୟାମନ୍ଦିର ପ୍ରଧାନଚାର୍ଯ୍ୟ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣ ର ବିକାଶ ହୋଇପାରିବ ବୋଲି କହିଥିଲେ l
ଅନ୍ୟମାନଙ୍କ ମଧ୍ୟରେ ରୋଟାରୀଆନ ରବି ନାରାୟଣ ସୁବୁଦ୍ଧି,ପାବନ କୁମାର ଅଗ୍ରୱାଲ, କେ. ଜ୍ଞାନ ଦୋରା, ପଦ୍ମ ଚରଣ ସ୍ୱାଇଁ, ଦେବେନ୍ଦ୍ର ପାତ୍ର, କୁନ୍ଦନ ସିଂହ, ପ୍ରକାଶ କୁମାର ପଣ୍ଡା, ପ୍ରସନ୍ନ ପଣ୍ଡା, ଶ୍ରୀମତୀ ବିରାଜିନୀ ମହାପାତ୍ର, ଡି. ଅରୁଣା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ lକାରମେଲ ଇଂରାଜୀ ମିଡ଼ିଅମ ସ୍କୁଲ, ପବ୍ଲିକ ସ୍କୁଲ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ପଚାଶ ଜଣ ଛାତ୍ର, ଛାତ୍ରୀ ଏହି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ l

Share this
  •  
  •  
  •  
  •  
  •  
  •  
  •  

Related Posts

ଟଙ୍କା ଆଦାୟ କରିବାକୁ ଯାଇ ହତ୍ୟା ଦୁଇ…

Udaya_Labanya | December 1, 2022 | 6 views |0

ଫୁଲବାଣୀ,(ସୁନୀଲ ପଟନାୟକ) ବକେୟା ଟଙ୍କା ଆଦାୟ କରିବାକୁ ଯାଇ ଚାପୁଡା ମାଡରେ ହତ୍ୟା ମାମଲାର ବିଚାରଣ କରି,ମାମଲାର ସାଖ୍ୟ ପ୍ରମାଣ ଓ ଡାକ୍ତରୀ ରିପୋର୍ଟ ଆଧାରରେ ଫୁଲବାଣୀ ଅତିରିକ୍ତ ଜିଲ୍ଲା ଜଜ୍ଜ ସୁଶ୍ରୀ ସ୍ମୃତିରେଖା ବାରିକ ମାମଲାର ଦୁଇଜଣ ଅଭିଯୁକ୍ତଙ୍କୁ ଦୋଷୀ…

ମା ପାଟଖଣ୍ଡା ଦୁର୍ଗାପୂଜା ସମିତି ସାଧାରଣ ବୈଠକ

Udaya_Labanya | October 3, 2022 | 15 views | 1

ଫୁଲବାଣୀ (ଉଲା ପ୍ର )ବାଲିଗୁଡା ସ୍ଥିତ ମାପlଟ୍ଟଖଣ୍ଡା ଦୁର୍ଗାପୂଜା ସମିତି ର ସର୍ବ ସାଧାରଣ ବୈଠକ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇ ଯାଇଛି l ଅନୁଷ୍ଠାନ ର ସଭାପତି ଲୋକନାଥ ପାଢ଼ୀ ଅଧକ୍ଷତା କରିଥିବା ବେଳେ ସମ୍ପାଦକ ଟି ଶ୍ରୀନିବାସ…

Leave a Reply

Your email address will not be published. Required fields are marked *

Archives

Categories