ପୋୖରାଧ୍ୟକ୍ଷା ଙ୍କ ଉଦ୍ୟମ ରେ ପୋଖରୀ ସଫେଇ ଓ ପୁନରୁଦ୍ଧାର କାର୍ଯ୍ୟ

Udaya_Labanya | September 26, 2022 | 32 views |0 | Breaking News


ଫୁଲବାଣୀ(ସୁନୀଲ ପଟନାୟକ )
ଫୁଲବାଣୀ ପୋୖରାଧ୍ୟକ୍ଷା ଶ୍ରୀମତୀ ସ୍ମିତା ମହାନ୍ତି ଙ୍କ ନିର୍ଦେଶରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବଳଦେବ ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଫୁଲବାଣୀ ସହର ର ବଜାର ର ନିକଟ ରେ ଥିବା ବିଭିନ୍ନ ପୋଖରୀ ଗୁଡିକ ର ଅଳିଆ ଆବର୍ଜନା ଓ ଦଳ ଆଦି ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି l
ଆଜି ସୋମବାର ଫୁଲବାଣୀ ପୋୖରାଧ୍ୟକ୍ଷା ଶ୍ରୀମତୀ ସ୍ମିତା ରାଣୀ ମହାନ୍ତି ନିଜେ ଉପସ୍ଥିତ ରହି ନୀଳିଆ ବନ୍ଧ ର ସଫେଇ କାର୍ଯ୍ୟ ତଦାରଖ କରୁ ଥିବା ଦେଖିବାକୁ ମିଳିଛି l
ଦୀର୍ଘ ବର୍ଷ ହେଲା ପୋଖରୀ ଗୁଡିକ ସଫେଇ ନ ହୋଇ ଅଳିଆ ଆବର୍ଜନା ସାଙ୍ଗକୁ ଦଳ ଭର୍ତ୍ତି ହୋଇ ଅପରିଷ୍କାର ହୋଇ ପଡିଥିଲା l
ଲୋକେ ପ୍ରାୟତଃ ବ୍ୟବହାର କରୁନଥିଲେ l ବର୍ତମାନ ପୋୖରାଧ୍ୟକ୍ଷା ସ୍ମିତା ଙ୍କ ନିଷ୍ଠାପର ଉଦ୍ୟମ,ଆଗ୍ରହ ଆନ୍ତରିକତା, ଓ କାର୍ଯ୍ୟ ଦକ୍ଷତା ଯୋଗୁଁ ଏହି ସବୁ ପୋଖରୀ ଗୁଡିକ ର ସଫେଇ ଓ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି l ଏହା ଯେପରି ଆଗ ଭଳି ବ୍ୟବହାର ଯୋଗ୍ୟ ହୋଇପାରିବ ଓ ଖରା ଦିନେ ଜଳକଷ୍ଟ ଦୂର ହୋଇପାରିବ ସେଥିପ୍ରତି ପୌରପରିଷଦ ବିଶେଷ ଦ୍ରୁଷ୍ଟି ଦେଉଥିବା ପୋୖରାଧ୍ୟକ୍ଷା ଶ୍ରୀମତୀ ସ୍ମିତା ରାଣୀ ମହାନ୍ତି କହିଛନ୍ତି l
ଏଥିରେ ସହରବାସି ଙ୍କ ସହୋଯୋଗ କାମନା କରିଛନ୍ତି ସ୍ମିତା l
ସହରବାସୀଙ୍କ ସହଯୋଗ ରହିଲେ ଫୁଲବାଣୀ ସହର କୁ ସରସ ସୁନ୍ଦର ଓ ଆକର୍ଷଣୀୟ ସହରଭାବେ ପରିଗଣିତ ହୋଇପାରିବ ବୋଲି ସ୍ମିତା ଆହୁରି କହିଛନ୍ତି l
ନଗର ବିଜେପି ସଭାପତି ସୁଶାନ୍ତ ମହାନ୍ତି ମଧ୍ୟ ସହର କୁ କ୍ଲିନ ଓ ଗ୍ରୀନ ସିଟିରେ ପରିଣତ କରିବାଲାଗି ଉଦ୍ୟମ କରାଯାଉଥିବା କହିଛନ୍ତି l
ଦାଇତ୍ୱ ଗ୍ରହଣ କରିବାର କମ ଦିନ ମଧ୍ୟରେ ସହର ର ରାସ୍ତା, ଡ୍ରେନ, ଆଲୋକ ବ୍ୟବସ୍ଥା, ସଫେଇ ରେ ବ୍ୟାପକ ସୁଧାର ଆସିଥିବା ବିଜେପି ନଗର ସଭାପତି ସୁଶାନ୍ତ କହିଛନ୍ତି l

Share this

Related Posts

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 125 views |0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

ଅଭୟଙ୍କୁ ଭୟ କରୁଛନ୍ତି ରାଜା,ଖୁବଶୀଘ୍ର ଯୋଗଦେବେ ଅଭୟ…

Udaya_Labanya | March 24, 2023 | 80 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ନିର୍ବାଚଳ ମଣ୍ଡଳୀର ଯୁବକ ଅଭୟ ବାରିକ, ଯାହାଙ୍କୁ ନେଇ ଏବେ ଆଠଗଡ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା, ଚର୍ଚ୍ଚା ଏଇଥି ପାଇଁ ସେ 2019 ନିର୍ବାଚନ ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଆଠଗଡ ରୁ ଲଢ଼ି ଏଗାର…

Leave a Reply

Your email address will not be published. Required fields are marked *

Archives

Categories