କୁଡୁତୁଲି ପଞ୍ଚାୟତ କୁ ମଦମୁକ୍ତ ପଞ୍ଚାୟତ ପାଇଁ ବୈଠକ

Udaya_Labanya | September 27, 2022 | 13 views |0 | Breaking News


ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଳକ କୁଡୁତୁଲି ପଞ୍ଚାୟତ ମା’ ପାଟଖଣ୍ଡା ମହିଳା ସଂଘ ପକ୍ଷରୁ ମଦମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କୁଡୁତୁଲି ପଞ୍ଚାୟତର ସମସ୍ତ ମହିଳା ଏସଏଚଜି ସଦସ୍ୟ ମାନେ ଉପସ୍ଥିତ ରହି, ଗ୍ରାମରେ ସମ୍ପୂର୍ଣ୍ଣ ମଦ ବିକ୍ରୟ ବନ୍ଦ କରିବା ନିମନ୍ତେ ବୈଠକରେ ଆଲୋଚନା କରିଥିଲେ। ଏହା ସହ ଆଗାମୀ ଦିନରେ ୧୪ଟି ପଞ୍ଚାୟତରେ ଏଭଳି ମଦମୁକ୍ତ ପଞ୍ଚାୟତ ଗଠନ ନିମନ୍ତେ ବୈଠକ ନିଷ୍ପତ୍ତି ଗ୍ରହଣ କରାଗଲା। ଯଦି କେହି ମଦ ବିକ୍ରୟ କରେ ତେବେ ସେହି ବ୍ୟକ୍ତି ନାମରେ ଥାନାରେ ଏତଲା ଦିଆଯିବ ବୋଲି ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଶ୍ରିଚନ୍ଦ୍ର ମଲିକ, ମହାସିଙ୍ଗି ସରପଞ୍ଚ ରଞ୍ଜିତ କୁମାର ମଲିକ,ବଣ୍ଡଗୁଡ଼ା ସରପଞ୍ଚ ସଞ୍ଜୟ ପ୍ରଧାନ, ସାରଙ୍ଗଡ ସରପଞ୍ଚ ବରୁଣ କହଁର, ଶିଳାରାଣୀ ବେହରଦଳାଇ, ଗାଁ ମୁଖିଆ ଚାଙ୍ଗୁଆ ପାତ୍ର, ସୁଜିତ କୁମାର ବେହରଦଳାଇ,ୱାର୍ଡ଼ ସଭ୍ଯ ଗିଦି ଦିଗାଲ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ ।

Share this

Related Posts

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 125 views |0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

ଅଭୟଙ୍କୁ ଭୟ କରୁଛନ୍ତି ରାଜା,ଖୁବଶୀଘ୍ର ଯୋଗଦେବେ ଅଭୟ…

Udaya_Labanya | March 24, 2023 | 80 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ନିର୍ବାଚଳ ମଣ୍ଡଳୀର ଯୁବକ ଅଭୟ ବାରିକ, ଯାହାଙ୍କୁ ନେଇ ଏବେ ଆଠଗଡ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା, ଚର୍ଚ୍ଚା ଏଇଥି ପାଇଁ ସେ 2019 ନିର୍ବାଚନ ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଆଠଗଡ ରୁ ଲଢ଼ି ଏଗାର…

Leave a Reply

Your email address will not be published. Required fields are marked *

Archives

Categories