କୁନି କୁନି ଛାତ୍ରଛାତ୍ରୀ ଙ୍କ ଜୀବନ ସହିତ ଖେଳ , ମଧ୍ୟାହ୍ନ ଭୋଜନ ଖାଇ ୭ ଛାତ୍ର ଛାତ୍ରୀ ଅସୁସ୍ଥ

Udaya_Labanya | September 27, 2022 | 24 views |0 | Breaking News


ଫୁଲବାଣୀ(ଉଳାପ୍ର )-ନିମ୍ନ ମାନର ମଧ୍ୟାହ୍ନ ଭୋଜନ ଖାଇ ଛାତ୍ର ଛାତ୍ରୀ ଅସୁସ୍ଥ l ଏଭଳି ଅଭିଯୋଗ ଆସିଛି କ. ନୂଆଗାଁ ବ୍ଲକ ଅନ୍ତର୍ଗତ
ସାରଙ୍ଗଡ଼ ପ୍ରାଥମିକ ବିଦ୍ୟାଳୟ ରୁ l
ଏହି ବିଦ୍ୟାଳୟ ର ମଧ୍ୟାହ୍ନ ଭୋଜନ ଖାଇ ସାତଜଣ ଛାତ୍ର ଛାତ୍ରୀ ଅସୁସ୍ଥ ହୋଇପଡିବା ଫଳରେଅବି ଭାବକ ମାନଙ୍କ ମଧ୍ୟରେ ଉତ୍ତେ ଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା l
ସୂଚନା ଯୋଗ୍ୟ ଯେ, ଗତ ଶୁକ୍ରବାର ଦିନ ମାଧ୍ୟାର୍ହ୍ନ ଭୋଜନ ରେ ମେନୁ ଅନୁଯାୟୀ ଭାତ ସହ ସୋୟାବିନ ବଢ଼ି ତରକାରୀ ରୋଷେଇ ହୋଇଥିଲା l ସେହି ରୋଷେଇ ହୋଇଥିବା ଖାଇବା ଖାଇବା ପରେ ସାତ ଜଣ ଛାତ୍ରୀ ଦୁଇ ରୁ ତିନି ଥର ବାନ୍ତି କରିଥିଲେ l ଏହା ଦେଖି ଅନ୍ୟ ଛାତ୍ରଛାତ୍ରୀ ଶ୍ରେଣୀ ଶିକ୍ଷକ ରାଜପୁତ ମଲ୍ଲିକଓ ଶିକ୍ଷୟତ୍ରୀ ଛବି ନାୟକ, ପ୍ରଧାନ ଶିକ୍ଷକ ଙ୍କୁ ଜଣାଇ ଥିଲେ କିନ୍ତୁ କୌଣସି ଛାତ୍ରୀଙ୍କୁ ଡାକ୍ତରଖାନା ନେଇ ନ ଥିଲେସ୍କୁଲ କତୃପକ୍ଷ l ଖବର ନେବାରୁ ଜଣାପଡିଛି ଯେ ସେହି ଦିନକୁଆଡେ ତରକାରୀ ରେ ବର୍ଷା ଦିନେ ଫିମ୍ପି ମାରି କଳା ପଡ଼ିଥିବା ଖାଦ୍ୟ ଅନୁପଯୋଗୀ ସୋୟା ବଢ଼ି ତରକାରୀ ହୋଇଥିଲା l ପୁଣି ତରକାରୀ ରେ ଶସ୍ତା ନିମ୍ନ ମାନର ମସଲା ଗୁଣ୍ଡ ସହ ଖରାପ ରୁଚିଗୋଲଡ ତେଲ ବ୍ୟବହାର କରାଯାଇଥିଲା lପ୍ରଧାନ ଶିକ୍ଷୟିତ୍ରୀ ଦେଖିଥିଲେ ଏବଂ ଜାଣିବିଥିଲେ ସୋୟା ବଢ଼ି କଳାପଡି ଫିମ୍ପି ମାରିଥିବାର l ପ୍ରଧାନ ଶିକ୍ଷୟତ୍ରୀ ଜାଣି ମଧ୍ୟ କହିଲେ କଳା ପଡ଼ିଥିବା ବଢ଼ି ବାଛି ଧୋଇ ତରକାରୀ କରିଦେବାକୁ କହିଥିଲେ l ବିଦ୍ୟାଳୟ ର ରୋଷେଇ କରୁଥିବାରୋଷେୟା ମାନେ ମଧ୍ୟ ବଢ଼ି ଖରାପ ଥିବା ଜାଣିଛନ୍ତି l ହେଲେ ଏଠାରେ ପ୍ରଶ୍ନ ଉଠୁଛି ପ୍ରଧାନ ଶିକ୍ଷୟିତ୍ରୀ ଜାଣିଶୁଣି କହିଲେ ଖରାପ ବଢ଼ି ରୋଷେଇ କରିବା ପାଇଁ ଏହା କୋମଳ ମତି ଛାତ୍ରଛାତ୍ରୀ ଙ୍କ ଜୀବନ ସହ ଖେଳ ନୁହେଁକି? ପିଲାମାନେ ବାନ୍ତି କରିବା ସତ୍ୱେ ପିଲାମାନେ ଶ୍ରେଣୀ ଶିକ୍ଷକ ଙ୍କୁ ଅବଗତ କଲାପରେ ମଧ୍ୟ ଶ୍ରେଣୀ ଶିକ୍ଷକ ମାନେ କିପରି ଚୁପ ରହିଲେ ଏବଂ ପିଲାମାନଙ୍କୁ କାହିଁକିମେଡିକାଲ ନ ନେଇ ବିଦ୍ୟାଳୟ ଛୁଟି ପର୍ଯ୍ୟନ୍ତ ରଖାଗଲା ତାହାହିଁ ପ୍ରଶ୍ନବାଚୀ ସୃଷ୍ଟି କରୁଛି l ଯଦି କୌଣସି ପିଲାର ଅଘଟଣ ଘଟିଥିଲେ କିଏ ଦାୟୀ ହୋଇଥାନ୍ତେ ପ୍ରଶାସନ ନା ଶ୍ରେଣୀ ଶିକ୍ଷକ ନା ପ୍ରଧାନ ଶିକ୍ଷୟିତ୍ରୀ, ନା ରୋଷେୟା, ନା ମଧ୍ୟାହ୍ନ ଭୋଜନ ବୁଝୁଥିବା ସ୍ଵଂୟ ସହାୟକ ଗୋଷ୍ଠୀ l ସ୍ଵଂୟ ସହାୟକ ଗୋଷ୍ଠୀ କିପରି ଫିମ୍ପି ମାରିଥିବା ବଢ଼ି ଦେଲେ ଏବଂ କିପରି ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଜାଣିଶୁଣି ରୋଷଇ ପାଇଁ ଅନୁମତି ଦେଲେ l ସରକାର ନିୟମ ଅନୁଯାୟୀ ପ୍ରଥମେ ରନ୍ଧା ଖାଦ୍ୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଖାଇ ପରୀକ୍ଷା କରିବା କଥା ହେଲେ ସେ ତାହା ନ କରି କିପରି ପିଲାଙ୍କୁ ସିଧାସଳଖ ଖାଇବାକୁ ଅନୁମତି ଦେଲେ ଜଣାପଡ଼ୁନି ll ସି ଆର ସି ସି ଙ୍କୁ ପଚାରିବାରେ ସେ କହିଲେ ମୁ କିଛି ଜାଣିନି, କଣ ହୋଇଛି ବୁଝିବା l ଏଥିରୁ ଜଣାପଡୁଛି କୋମଳମତି ପିଲାଙ୍କ ପାଇଁ କତୃପକ୍ଷ କେତେ ସଚେତନ ?ପିଲାଙ୍କୁ ଡାକ୍ତରଖାନା ନ ନେବା, ସୋୟା ବଢ଼ି ଖରାପ ଥିବା ଜାଣିଥିବାସମ୍ପର୍କରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସ୍ୱୀକାର କରିଛନ୍ତି l ତେଣୁ ଜାଣିଶୁଣି ଜୀବନ ସହ ଖେଳୁଥିବା ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ତୁରନ୍ତ ଚାକିରୀ ରୁ ବହିଷ୍କାର କରିବା ଏବଂ ନିମ୍ନ ମାନର ତଥା ଖରାପ ଜିନିଷ ଦେଉଥିବା ସ୍ଵଂୟ ସହାୟକ ଗୋଷ୍ଠୀକୁ ଦାଇତ୍ୱ ରୁ ଅନ୍ତର କରିବା ପାଇଁ ଗ୍ରାମବାସୀ ଦାବିକରିଛନ୍ତି l ପ୍ରଶାସନ ତୁରନ୍ତ ଏହାର କିଛି ପଦକ୍ଷେପ ନ ନେଲେ ଆଗାମୀ ଦିନରେ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ତାଲା ପକାଯିବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି l

Share this

Related Posts

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 125 views |0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

ଅଭୟଙ୍କୁ ଭୟ କରୁଛନ୍ତି ରାଜା,ଖୁବଶୀଘ୍ର ଯୋଗଦେବେ ଅଭୟ…

Udaya_Labanya | March 24, 2023 | 80 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ନିର୍ବାଚଳ ମଣ୍ଡଳୀର ଯୁବକ ଅଭୟ ବାରିକ, ଯାହାଙ୍କୁ ନେଇ ଏବେ ଆଠଗଡ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା, ଚର୍ଚ୍ଚା ଏଇଥି ପାଇଁ ସେ 2019 ନିର୍ବାଚନ ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଆଠଗଡ ରୁ ଲଢ଼ି ଏଗାର…

Leave a Reply

Your email address will not be published. Required fields are marked *

Archives

Categories