ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଗ୍ରାମବାସୀଙ୍କ ଦାବି

Udaya_Labanya | September 27, 2022 | 13 views |0 | Breaking News

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବ୍ଲକ ସଲାଗୁଡା ପଞ୍ଚାୟତର ପୁଲସରୁ ଠାରେ ଗ୍ରାମବାସୀଙ୍କ ଉଦ୍ୟମରେ ୧୯୯୬ ମସିହାରେ ଏକ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା । ପରେ ୨୦୦୦ ମସିହାରେ ସରକାରଙ୍କ ଡିପିଇପି ଯୋଜନାରେ ଏହି ବିଦ୍ୟାଳୟକୁ ସ୍ବୀକୃତି ଦିଆଯାଇ ଇଜିଏସ ଶିକ୍ଷକ ନିଯୁକ୍ତି ଦିଆଯାଇଥିଲା । କିନ୍ତୁ କିଛି ବର୍ଷ ପରେ ଗ୍ରାମବାସୀଙ୍କ ଅଜାଣତରେ ଏହି ବିଦ୍ୟାଳୟ ଅନ୍ୟ ଗ୍ରାମକୁ ଉଠାଇ ନିଆ ଯାଇଥିଲା । ଫଳରେ ପୁଲସରୁ ସମେତ ମାକୁବେଲା, ବୁଡେଲପଦର, ବିଲାପାଙ୍ଗା, ମିଲପାକେତା ଭଳି ଗ୍ରାମର ପିଲାମାନଙ୍କୁ ବିଦ୍ୟାଳୟ ଯିବାରେ ସମସ୍ୟା ଦେଖା ଦେଇଥିଲା ।ଲୋକେ ଏ ନେଇ ଅଭିଯୋଗ କରିବା ପରେ ସରକାର ପୁଲସରୁଠାରେ ଏକ ବିଦ୍ୟାଳୟ ପାଇଁ ଅନୁମୋଦନ ଦେବା ସହ ସ୍କୁଲ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିଲା । ତେବେ କୌଣସି କାରଣରୁ ଏହି କାର୍ଯ୍ୟ ଏବେ ବନ୍ଦ ରହିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ତେଣୁ ସ୍ଥଗିତ ରହିଥିବା ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ପୁଣି ଥରେ ଆରମ୍ଭ କରିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି ଜଣାଇଛନ୍ତି ଗ୍ରାମବାସୀ । ଏ ନେଇ ଶତାଧିକ ପୁରୁଷ ଓ ମହିଳା ଫୁଲବାଣୀ ଯାଇ ଏହି ଦାବିପତ୍ର ପ୍ରଦାନ କରିଛନ୍ତି।

Share this

Related Posts

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 125 views |0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

ଅଭୟଙ୍କୁ ଭୟ କରୁଛନ୍ତି ରାଜା,ଖୁବଶୀଘ୍ର ଯୋଗଦେବେ ଅଭୟ…

Udaya_Labanya | March 24, 2023 | 80 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ନିର୍ବାଚଳ ମଣ୍ଡଳୀର ଯୁବକ ଅଭୟ ବାରିକ, ଯାହାଙ୍କୁ ନେଇ ଏବେ ଆଠଗଡ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା, ଚର୍ଚ୍ଚା ଏଇଥି ପାଇଁ ସେ 2019 ନିର୍ବାଚନ ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଆଠଗଡ ରୁ ଲଢ଼ି ଏଗାର…

Leave a Reply

Your email address will not be published. Required fields are marked *

Archives

Categories