#Breaking News

ପୁଣି ଏସ ଡି ସି ଅଧ୍ୟକ୍ଷହେଲେ ରୋଦନ, , ନଳିନୀ ଉପାଧ୍ୟକ୍ଷl


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର ପୁଣି ଅଧ୍ୟକ୍ଷ ହେଲେ ରୋଦନ ମଲିକ,, ପାଖାପାଖି ଚାରିବର୍ଷ ହେଲା ଏହିପଦବୀ ଖାଲି ପଡିଥିଲା l ଏହି ପଦବୀ ରେ ଦଳ କାହାକୁ ଅବସ୍ଥାପିତ କରିବ ସେ ନେଇ ଉତ୍କଣ୍ଠା ଲାଗି ରହିଥିଲା l ଏହି ପଦବୀ ପାଇଁ ପୂର୍ବତନ ବାଲିଗୁଡା ବିଧାୟକ ରାଜୀବ ପାତ୍ର ଦୌଡରେ ଥିଲେ l ତେବେ ରୋଦନ ମାଲିକଙ୍କ ଉପରେ ଦଳ ପୁଣି ଭରସା କରିଛି l ଏହାକୁ ନେଇ ରୋ ଦନ ଙ୍କ ସମର୍ଥକ ମହଲ ରେ ଖୁସି ର ଲହରୀ ଖେଳିଯାଇଛି lଗତ ୨ 0୧ ୭ ରେ ରୋଦନ ମଲିକ ଏସ ଡିସି ଅଧ୍ୟକ୍ଷ ଥିଲେ l ତେବେ ୨ O ୧ ୯ ସାଧାରଣ ନିର୍ବାଚନ ପୂର୍ବରୁ ସରକାର ଏସ ଡି ସି
ଭାଙ୍ଗିଦେଇଥିଲେ l ଏବେ ପୁଣି ସାଧାରଣ ନିର୍ବାଚନକୁ ଦେଢ଼ ବର୍ଷ ଥିବାବେଳେ ସରକାର ପୁଣି ଏହି ପଦବୀ ରେ ନିଯୁ କ୍ତିଦେଇଛନ୍ତି l
ସେହିପରି ଉପାଧ୍ୟକ୍ଷା ଭାବେ ଚକାପାଦ ବସ୍ତିଙ୍ଗିଆ ଅଂଚଳର ନଳିନୀ କହଁର ଙ୍କୁ ନିଯୁକ୍ତି ଦେଇଛନ୍ତି ସରକାର l
ନିଯୁ କ୍ତିପାଇବା ପରେ ରୋଦନ ଓ ନଳିନୀ ମୁଖ୍ୟମନ୍ତ୍ରୀ ନଵୀନପଟନାୟକ ଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଏତେବଡ଼ ଗୁରୁତ୍ୱ ପୁର୍ଣ ଦାଇତ୍ୱ ମିଳିଥିବାରୁ ସେ
ଆଦିବାସୀ ମାନଙ୍କ ଉନ୍ନତି ଦିଗରେ ନିଷ୍ଠା ଓ ଆନ୍ତରିକତା ର ସହ କାର୍ଯ୍ୟ କରିବେ ବୋଲି କହିଛନ୍ତି l

Leave a comment

Your email address will not be published. Required fields are marked *