#Breaking News

ରାଇକିଆ ସ୍ୱସ୍ତିକ କଲ୍ୟାଣ ମଣ୍ଡପ ଠାରେ କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ ବୈଠକ


ଫୁଲବାଣୀ (ସୁନୀଲ ପଟନାୟକ )
ବୁଧବାର କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ, ଫୁଲବାଣୀ ପକ୍ଷରୁ ରାଇକିଆ ସ୍ଥିତ ସ୍ୱସ୍ତିକ କଲ୍ୟାଣ ମଣ୍ଡପ ଠାରେ ସଙ୍ଘ ର ସାଧାରଣପରିଷଦ ବୈଠକ
ଅନୁଷ୍ଠିତ ହୋଇଥିଲା l ଏହି ବୈଠକ କୁ ସଭାପତି ଡ଼ଃ ଅରୂପ କୁମାର ଜେନା ଉଦଘାଟନ କରିଥିଲେ l
ସଙ୍ଘ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡ଼ଃ. ଅରୂପ କୁମାର ଜେନା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରିଷ୍ଠ ସାମ୍ବାଦିକ ତଥା କାର୍ଯ୍ୟକାରୀ ସଭାପତି ସୁନୀଲ ପଟନାୟକ, ଅନ୍ୟତମ ବରିଷ୍ଠ ସାମ୍ବାଦିକ ତଥା ଉପଦେଷ୍ଟା ବିଦ୍ୟାଧର ପାଳ, ସାଧାରଣ ସମ୍ପାଦକ ଅଶୋକ ପରିଡା, ଉପସଭାପତି ରାଇକିଆ ଜୋନ ଅଭିମନ୍ୟୁ ପଣ୍ଡା, ସମ୍ପାଦକ ରାଇକିଆ ଜୋନ ଅଜିତ ନାୟକ,
ପ୍ରମୁଖ ଯୋଗ ଦେଇ ସମସ୍ତେ ଏକ ମନ ଏକ ପ୍ରାଣ ହୋଇ ମିଳିମିଶି ସଂଘୀୟ ମନୋବୃତି ନେଇ କାର୍ଯ୍ୟ କଲେ ସଙ୍ଘ ସୁଦୃଢ଼ ହେବା ସହ ସାମ୍ବାଦିକ ଙ୍କ ସୁରକ୍ଷା ହୋଇପାରିବବୋଲି କହିଥିଲେ l
ସେହିପରି ସଙ୍ଘ ର ଆୟ ବ୍ୟୟ ର ହିସାବ ଦେବା ସହ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ମତବ୍ୟକ୍ତ କରିଥିଲେ l
ସାଧାରଣ ସମ୍ପାଦକ ଅଶୋକ ପରିଡା ସଙ୍ଘ ର ବିବରଣୀ ପାଠ କରିବା ସହ ଅଧିକ ରୁ ଅଧିକ ସଦସ୍ୟ ସଂଗ୍ରହ ଉପରେ ଗୁରୁତ୍ୱ ଦେଇଥିଲେl
ଅନ୍ୟମାନଙ୍କ ମଧ୍ୟରେ ପ୍ରମୋଦ ଦଣ୍ଡସେନା, ଅଶୋକ ରାୟ, ସମିରପାଢ଼ୀ, ଜୟ ସେନ ପରିଡା, ପ୍ରକାଶ ନାୟକ, ପ୍ରମୁଖ ସଙ୍ଘ କୁ ସୁଦୃଢ଼ କରିବାସହ ସାମ୍ବାଦିକ ସମସ୍ୟା ଉପରେ ସଙ୍ଘ ଦ୍ରୁଷ୍ଟି ଦେବାଲାଗି ପରାମର୍ଶ ଦେଇଥିଲେ l
ରାଇକିଆ ର ମନୋଜ ଡିଗାଲ ସ୍ଵାଗତ ଭାଷଣ ଓ ଧନ୍ୟବାଦ ଅର୍ପଣକରିଥିଲେ l
ଏହି ବୈଠକ ରେ ଫୁଲବାଣୀ, ଜି. ଉଦୟଗିରି, କ. ନୂଆଗାଁ, ବାଲିଗୁଡା, ଫିରିଙ୍ଗିଆ, ଖଜୁରୀପଡା, ଦାରିଙ୍ଗବାଡି, ରାଇକିଆ, ଟିକାବାଲି, ଆଦି ବିଭିନ୍ନ ବ୍ଲକ ରୁ ପଚାଶ ରୁ ଉର୍ଧ୍ଵ ସାମ୍ବାଦିକ ଯୋଗ ଦେଇଥିଲେ l
ଏହିଅବସର ରେ ସାମ୍ବାଦିକ ଙ୍କୁ ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l
ପରବର୍ତୀ ସାଧାରଣ ବୈଠକ ବାଲିଗୁଡା ଓ ତା ପରବର୍ତୀ ବୈଠକ ଫିରିଙ୍ଗିଆ ରେ ଅନୁଷ୍ଠିତ ହେବ l

Leave a comment

Your email address will not be published. Required fields are marked *