#Breaking News

ହର ଗୋବିନ୍ଦକୁ ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ


ଫୁଲବାଣୀ
(ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା
ଶ୍ର lନିକେତା ପଂଚାୟତ ର ସଂlଗlକେତା ଗ୍ରାମ ର ହରଗୋବିନ୍ଦପ୍ରଧାନ ଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଲେ ପରିବାରଲୋକେl ହର ଗୋବିନ୍ଦ ଙ୍କୁ ହତ୍ୟାକରୀ କୁଆଡେ କିଛି ଲୋକ ମିଶି ଗଛରେ ଟାଙ୍ଗି ଦେଇଥିବା ମୃତ ହର ଗୋବିନ୍ଦ ର ପିତା ଲଣ୍ଡା ପ୍ରଧାନ ଅଭିଯୋଗ କରିଛନ୍ତି l ପୋଲିସ ଘଟଣା ର ସଠିକ ତଦନ୍ତ କରୁନଥିବା ଅଭିଯୋଗ କରି ଗୁରୁବାରପରିବାର ସମେତ ଗ୍ରାମବାସି ଫୁଲବାଣୀ ଆସି ଏସପି ଅଫିସ ରେ ଅଭିଯୋଗକରିଥିଲେ lଦାରିଙ୍ଗ ବାଡି ଥାନାଧିକାରୀ ସେମାନଙ୍କ କଥା ଶୁଣୁନଥିବା ଅଭିଯୋଗ କରିଥିଲେ l
ଗ୍ରାମ ର ପାଖାପାଖି ୫ ରୁ ୬ ଜଣ ଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗ ଆଣି ଛନ୍ତି ପରିବାରଲୋକେ l
ପୋଲିସ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବୀ କରିଥିଲେ l

Leave a comment

Your email address will not be published. Required fields are marked *