ଗାର୍ଡିଙ୍ଗିଆ ପଞ୍ଚାୟତରେ ବାଲ୍ୟ ବିବାହ ବନ୍ଦ ପାଇଁ ସଚେତନ

Udaya_Labanya | October 1, 2022 | 16 views |1 | Breaking News


ଫୁଲବାଣୀ -(ସୁନୀଲ ପଟନାୟକ )
ଅନ୍ତରଙ୍ଗ ଯୁବ ମହାସଂଘର ଏକ ପ୍ରକ୍ରିୟା ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ ଦ୍ବାରା କନ୍ଧମାଳ ଜିଲ୍ଲାର, ଟିକାବାଲି ବ୍ଲକ୍ ଅନ୍ତର୍ଗତ ଗାର୍ଡିଙ୍ଗିଆ ପଞ୍ଚାୟତର ମଣ୍ଡାଗୁଡ଼ା, ସାଳାଙ୍ଗିଆ ଓ ଗଣ୍ଡାନାଯୁରେ ଆଜି ବାଲ୍ୟ ବିବାହ ପ୍ରତିରୋଧ କରିବା ପାଇଁ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ୧୨ ଦିନିଆ ତଥା ଅକ୍ଟୋବର ୨୮ ତାରିଖ ଠାରୁ ଆରମ୍ଭ କରାଯାଇଛି ଏବଂ ସେପ୍ଟେମ୍ବର ୧୦ ତାରିଖରେ ଶେଷ ହେବ ବୋଲି ସୂଚନା ମିଳିଛି। ଚଳିତ ବର୍ଷ ଦଶହରା ଛୁଟିରେ କିଶୋରୀ ବାଳିକା ଓ କିଶୋର ବାଳକ, ପିତାମାତା ଓ ଅଭିଭାବକମାନଙ୍କୁ ବାଲ୍ୟ ବିବାହର କୁପରିଣାମ ବିଷୟରେ ଅବଗତ ଓ ବାଲ୍ୟ ବିବାହ ଆଇନ ବିଷୟରେ ସଚେତନତା କରାଯାଉଛି। ସମାଜରେ ପ୍ରଚଳିତ ଥିବା କୁପ୍ରଥାକୁ ଦୂର କରିବା ଏବଂ କନ୍ୟା ସନ୍ତାନ ସୁରକ୍ଷା, ଶିକ୍ଷା, ସ୍ଵାସ୍ଥ୍ୟଗତ ଅଧିକାର, ଶାରୀରିକ ଓ ମାନସିକ ବିଷୟରେ ଆଲୋଚନା କରି ଗାଁରେ ପ୍ଲାକାର୍ଡ ଧରି ରାଲି କରାଯାଇଛି।
ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର ସଦସ୍ୟା ଓ ସଦସ୍ୟା, ଅଞ୍ଚଳର ମହିଳା, କିଶୋରୀ ବାଳିକା, ଅଙ୍ଗନୱାଡ଼ି କର୍ମୀ ଓ ଆଶା କର୍ମୀମାନେ ସାମିଲ ହୋଇଥିଲେ।

Share this
  •  
  •  
  •  
  •  
  •  
  •  
  •  

Related Posts

ଆଜି ବିଶ୍ୱ ଏଡ଼ସ ଦିବସ କନ୍ଧମାଳ ରେ୨୫୫…

Udaya_Labanya | December 1, 2022 | 3 views |0

ଫୁଲବାଣୀ (ସୁନୀଲ ପଟନାୟକ )ଜନ ସଚେତନତା ବଢିବା ଯୋଗୁଁ ଏବେ ଆଗଭଳି ଏଡ଼ସ ରୋଗ ବ୍ୟାପୁନାହିଁ ଆଉ ତତସହିତ ମୃତ୍ୟୁ ହାର ମଧ୍ୟ ଢେର କମିଛି ବୋଲି ଗୁରୁବାର ଫୁଲବାଣୀ ମୁଖ୍ୟ ଡାକ୍ତର ଖାନା ପରିସର ରେ ବିଶ୍ୱ ଏଡ଼ସ ଦିବସ…

ବିଦ୍ୟାଳୟରେ ଶ୍ରେଣୀଗୃହ ନାହିଁ,ବାରଣ୍ଡାରେ ପାଠ ପଢା

Udaya_Labanya | December 1, 2022 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )ସରକାର ଶିକ୍ଷାର ବିକାଶପାଇଁ ପର୍ଯ୍ୟାପ୍ତ ଅର୍ଥ ଖର୍ଚ କରୁଛନ୍ତି, ପିଲାମାନେ ଯେପରି ସ୍କୁଲ ମୁହଁ । କରିବାଲାଗି ବହିପତ୍ର ଠୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ,ପୋଷାକ, ଜୋତା ଆଦି ମାଗଣାରେ ପ୍ରଦାନ କରୁଛନ୍ତି। ହେଲେ କନ୍ଧମାଳ ଜିଲ୍ଲାର କେତେକ…

Leave a Reply

Your email address will not be published. Required fields are marked *

Archives

Categories