ବନ ବିଭାଗ ତରଫରୁ ବେଆଇନ କରତ କଳ ଉପରେ ଚଢ଼ାଉ

Udaya_Labanya | October 1, 2022 | 12 views |0 | Breaking News


ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଏକ ବେଆଇନ କରତ କଳ ଉପରେ ଚଢ଼ାଉ କରି ବିଭିନ୍ନ ପ୍ରକାର କାଠ ଓ ଯନ୍ତ୍ରପାତି ଜବତ କରି ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି l ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲ, ଉପ ବନସଂରକ୍ଷକ ମଳୟ ରଞ୍ଜନ କାଲୋ, ମୋବାଇଲ ସ୍କେର୍ଦ୍, ଜି ଉଦୟଗିରି ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ, ଏସ ଆଇ ଅନନ୍ତ ପ୍ରଧାନଙ୍କ ସମେତ ଫୁଲବାଣୀ, କରାଡ଼ା ଓ ଜି ଉଦୟଗିରିର ସମସ୍ତ କର୍ମଚାରୀଙ୍କ ମିଳିତ ଚଢ଼ାଉରେ ଅଭିଯୁକ୍ତ ସଞ୍ଜୀବ ଦିଗାଲଙ୍କ ଘରେ ଚଢ଼ାଉ କରି ୧୮.୭୧ ସିଏଫଟି ଶାଳ ଓ ଶାଗୁଆନ କାଠ ଜବତ କରିଛନ୍ତି। ଏଥି ସହିତ କିଛି ଯନ୍ତ୍ରପାତି ମଧ୍ୟ ଜବତ କରିଥିବା ଜଣାପଡିଛି। ଏହାର ଆନୁମାନିକ ମୂଲ୍ୟ ୬୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଥିବା ବେଳେ ପୁଲିସ ସଞ୍ଜୀବ ଦିଗାଲକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

Share this
  •  
  •  
  •  
  •  
  •  
  •  
  •  

Related Posts

ଆଜି ବିଶ୍ୱ ଏଡ଼ସ ଦିବସ କନ୍ଧମାଳ ରେ୨୫୫…

Udaya_Labanya | December 1, 2022 | 4 views |0

ଫୁଲବାଣୀ (ସୁନୀଲ ପଟନାୟକ )ଜନ ସଚେତନତା ବଢିବା ଯୋଗୁଁ ଏବେ ଆଗଭଳି ଏଡ଼ସ ରୋଗ ବ୍ୟାପୁନାହିଁ ଆଉ ତତସହିତ ମୃତ୍ୟୁ ହାର ମଧ୍ୟ ଢେର କମିଛି ବୋଲି ଗୁରୁବାର ଫୁଲବାଣୀ ମୁଖ୍ୟ ଡାକ୍ତର ଖାନା ପରିସର ରେ ବିଶ୍ୱ ଏଡ଼ସ ଦିବସ…

ବିଦ୍ୟାଳୟରେ ଶ୍ରେଣୀଗୃହ ନାହିଁ,ବାରଣ୍ଡାରେ ପାଠ ପଢା

Udaya_Labanya | December 1, 2022 | 6 views | 0

ଫୁଲବାଣୀ(ସୁନୀଲ ପଟନାୟକ )ସରକାର ଶିକ୍ଷାର ବିକାଶପାଇଁ ପର୍ଯ୍ୟାପ୍ତ ଅର୍ଥ ଖର୍ଚ କରୁଛନ୍ତି, ପିଲାମାନେ ଯେପରି ସ୍କୁଲ ମୁହଁ । କରିବାଲାଗି ବହିପତ୍ର ଠୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ,ପୋଷାକ, ଜୋତା ଆଦି ମାଗଣାରେ ପ୍ରଦାନ କରୁଛନ୍ତି। ହେଲେ କନ୍ଧମାଳ ଜିଲ୍ଲାର କେତେକ…

Leave a Reply

Your email address will not be published. Required fields are marked *

Archives

Categories