#Breaking News

ଯୁକ୍ତ ଦୁଇ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗର ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପରିଚୟ ଶିବିର ଅନୁଷ୍ଠିତ ହୋଇଯାଇଛି l ମହାବିଦ୍ୟାଳୟର ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବ ରେ +୨ କଳା ବାଣିଜ୍ୟ ବିଜ୍ଞାନ ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା l ପରେପରେ ନବାଗତ ଛାତ୍ର ଛାତ୍ରୀ ମାନେ ନିଜ ନିଜ ର ପରିଚୟ ପ୍ରଦାନ କରିଥିଲେ l ଏହି ଶିବିରରେ ଡ଼. ବିଭୁତି ଭୂଷଣ ଆଚାର୍ଯ୍ୟ, ତେଜେଶ୍ୱର ନାୟକ, ସରୋଜ କୁମାର ପାଠୀ, ନୀଳାଞ୍ଚଳ ମହାରଣା, ଡ଼.ସୁଶାନ୍ତ କୁମାର ଦାସ, ଶ୍ରୀକାନ୍ତ କୁମାର ସାହୁ, ହିମାଂଶୁ ଚରଣ ସାହୁ, ସାଲାରାମ ମାରାଣ୍ଡି, ଦଣ୍ଡପାଣି ଭୁୟାଁ , ଡ଼.ସଂଯୁକ୍ତା ନାୟକ ଏବଂ ଅନ୍ୟ ଅଧ୍ୟାପକ, ଅଧ୍ୟାପିକା ପ୍ରମୁଖ ଉପସ୍ଥିତ ରହି ଶିବିରକୁ ପରିଚାଳନ କରିଥିଲେ l

Leave a comment

Your email address will not be published. Required fields are marked *