
ଆଠଗଡ କଂଗ୍ରେସ ତରଫରୁ ଗାନ୍ଧୀଜୟନ୍ତୀ ପାଳିତ
Udaya_Labanya | October 2, 2022 | 22 views |1 | Breaking News
ଆଠଗଡ(ଉଲ୍ଲାପ୍ର )ଆଠଗଡ କଂଗ୍ରେସ କାର୍ଯ୍ୟାଳୟରେ ଗାନ୍ଧି ଜୟନ୍ତୀ ପାଳିତ ହୋଇଯାଇଛି।ପୂର୍ବତନ ବିଧାୟକ ତଥା ଆଠଗଡର ବିଶିଷ୍ଟ କଂଗ୍ରେସ ନେତା ଉମାବଲ୍ଲଭ ରଥଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦଳର କର୍ମକର୍ତ୍ତାଙ୍କ ସମେତ ବହୁ କଂଗ୍ରେସ ପ୍ରେମୀ ଯୋଗଦେଇ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ଶ୍ରୀ ରଥ ଗାନ୍ଧିଜୀଙ୍କ ନୀତି,ଆଦର୍ଶ ତଥା ତାଙ୍କ ବାଣୀ ସମ୍ପର୍କରେ ଆଲୋଚନା କରିଥିଲେ।ବ୍ରିଟିଶ ଶାସନ ବିରୁଦ୍ଧରେ ଗାନ୍ଧିଜୀ ଆରମ୍ଭ କରିଥିବା ଅସହଯୋଗ ତଥା ଭାରତଛାଡୟ ଆନ୍ଦୋଳନ ତାଙ୍କୁ ଯୁଗ ପୁରୁଷ ଭାବେ ଅଭିହିତ କରିଥିଲା ଏବଂ ଏହା ଇତିହାସରେ ଗାନ୍ଧିଯୁଗ ନାମରେ ନାମିତ ବୋଲି ଶ୍ରୀ ରଥ ପ୍ରକାଶ କରିଥିଲେ। ଓଡ଼ିଶା ସହିତ ଗାନ୍ଧୀଙ୍କ ସମ୍ପର୍କ ଅତି ନିବିଡ଼ ଥିଲା ବୋଲି ଉଲ୍ଲେଖ କରି ୧୯୨୧ ରୁ ୧୯୪୬ ମସିହା ମଧ୍ୟରେ ଗାନ୍ଧୀ ଓଡ଼ିଶାକୁ ୮ ଥର ଆସିଥିବା କହିଥିଲେ।ଓଡ଼ିଶା ପ୍ରତି ତାଙ୍କର ଥିବା ଶ୍ରଦ୍ଧା,ସହାନୁଭୂତି,ଆନ୍ତରିକ ଅନୁକମ୍ପା ତାଙ୍କୁ ଓଡ଼ିଶା ଟାଣି ଆଣୁଥିଲା ବୋଲି ପ୍ରକାଶ କରିବା ସହ ସେ ଓଡ଼ିଶାର ଉନ୍ନତି ଚାହୁଁଥିଲେ ,ଭାଷା ଭିତ୍ତିକ ପ୍ରଦେଶ ଗଠନ ପ୍ରତି ଗାନ୍ଧୀ ସମ୍ବେଦନଶୀଳ ଥିଲେ ବୋଲି କହିଥିଲେ। ପୂର୍ବତନ ସରପଂଚ ଗୋକୁଳାନନ୍ଦ ଦାଶ, ବ୍ଲକ୍ କଂଗ୍ରେସ ସଭାପତି ସୁଦର୍ଶନ ସାହୁ,ଆଠଗଡ ନଗର ସଭାପତି ସୋମନାଥ ଭକ୍ତା, ସୁନିଲ ସୁତାର,କୈଳାସ ସାହୁ,ମନୋରଞ୍ଜନ ପଟ୍ଟନାୟକ,ପ୍ରଶାନ୍ତ ବେହେରା, ସମ୍ବିତ୍ ଦଳେଇ, ସୁରେଶ ପରିଡ଼ା,ଶ୍ରୀନିବାସ ବାରିକ,ବାଞ୍ଛାନିଧି ଜେନା,ମନୋରଞ୍ଜନ ଦାସ,ଅଶୋକ ପ୍ରଧାନ,ସଞ୍ଜୟ ଜେନା,ଅଜୟ ନାୟକ ପ୍ରମୁଖ ଉପସ୍ଥିତ ରହି ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ