ମୌଳିକ ସୁବିଧାରୁ ବଞ୍ଚିତ ଡୁଗୁଡ଼ିପାରି ଗ୍ରାମବାସୀଙ୍କ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ

Udaya_Labanya | October 5, 2022 | 14 views |0 | Breaking News


ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ବ୍ଲକ ଅଧିନରେ ଥିବା କଳିଙ୍ଗା ଗ୍ରାମପଞ୍ଚାୟତର ଡୁଗୁଡ଼ିପାରି ଗ୍ରାମ ଯେଉଁଠାରେ ୪ ଗୋଟି ୱାର୍ଡ ରହିଛି (୮,୯,୧୦,୧୧ ୱାର୍ଡ) ପାଖାପାଖି ୨୫୦୦ ଉର୍ଦ୍ଧ ଲୋକେ ବାସ କରୁଛନ୍ତି । କିନ୍ତୁ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଏଠାକାର ଗ୍ରାମବାସୀ । ସୂଚନା ଅନୁସାରେ ଏହି ୪ ଗୋଟି ୱାର୍ଡ ମଧ୍ୟରେ ରେଙ୍ଗାସାହି,ଡ଼ମାଗୁଡ଼ା,ଦୁବେସାହି,ମାଦିସାହି,ରଡ ସାହି, ମାହାନାଜୁ ,ପାଙ୍ଗାନାଯୁ,ପଣସ ସାହି,ସୁଣ୍ଡି ସାହି ରହିଛି l ଏହି ୯ ଗୋଟି ସାହିରେ ଗତ ପାଖାପାଖି ୧୨ ଦିନ ହେବ ବିଦ୍ୟୁତ୍ ସେବା ବନ୍ଦ ରହିଛି । କାରଣ ଟ୍ରାନ୍ସଫର୍ମର ପୋଡି ଯାଇଛି । ଟାଟା କମ୍ପାନୀ ଯେଉଁ ଦିନ ଠାରୁ ଏହି ବିଦ୍ୟୁତ୍ ବିତରଣ ନିମନ୍ତେ ଦାୟୀତ୍ବ ନେଇଛି ସେ ଦିନ ଠାରୁ କୌଣସି ନା କୌଣସି ଅସୁବିଧା ଲାଗି ରହିଥାଉଛି । ଗତ ୩ ଦିନ ପୂର୍ବେ କତିଙ୍ଗିଆ ଅଞ୍ଚଳବାସୀ ସ୍ଥାନୀୟ ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଉ କରିଥିଲେ ।ପୁଣି କଳିଙ୍ଗା ପଞ୍ଚାୟତ ବାସି ଶତାଧିକ ମହିଳା ପୁରୁଷ ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଉ କରିବା ପାଇ ୩ ଟି ଟ୍ରାକ୍ଟରରେ ବାହାରିଥିଲେ । ବାରମ୍ବାର ଅନଲାଇନ୍ ଦ୍ବାରା ଅଭିଯୋଗ ଦିଆଯାଇଥିଲେ ମଧ୍ୟ କୌଣସି ସମାଧାନର ବାଟ ଦୀର୍ଘ ୧୨ ଦିନ ହେବ ହୋଇପାରି ନାହି ।ତେଣୁ ଶତାଧିକ ମହିଳା ପୁରୁଷ କାର୍ଯ୍ୟାଳୟ ଘେରାଉ ପାଇ ବାହାରିଥିଲେ ।ସେପଟେ ଅନ୍ୟ ଏକ ଅଭିଯୋଗ ଯେ ଏହି ଅଞ୍ଚଳକୁ ସଂଯୋଗ କରୁଥିବା ୩ଗୋଟି ରାସ୍ତା ଶୋଚନୀୟ ହୋଇ ପଡ଼ିଛି ।ରାସ୍ତା ଖାଲଖମାରେ ପରିପୂର୍ଣ୍ଣ ହୋଇଥିବା ବେଳେ କେଉଁଠି କଂକ୍ରିଟ ରାସ୍ତା ତଳେ ମାଟି ଖାଇ ଗଲାଣି, ଯଦି ଗାଡି ଗୁଡ଼ିକ ଯିବା ଆସିବା କରିବ ତେବେ ତାହା ଭାଙ୍ଗି ଯିବ ଓ ଯାତାୟାତ ବାଧାପ୍ରାପ୍ତ ହେବ । ଭାରି ଯାନ ଯିବା ମନା,ଆମ୍ବୁଲାନ୍ସ ପାଇ ବହୁତ୍ କାଳ,ରୋଗୀ କିମ୍ବା ଗର୍ଭବତୀ ମାନଙ୍କ ପାଇଁ ସେବାରେ ବାଧା ସୃଷ୍ଟି ହେଉଛି । ତେବେ ଏହି ଅଞ୍ଚଳର ଜନସାଧାରଣ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସାକ୍ଷାତ କରିବା ପାଇଁ ବାହାରିଥିଲେ ।କାରଣ ଗୋଷ୍ଠୀ ଉନ୍ନୟନ ଅଧିକାରୀ କଳିଙ୍ଗା ପଞ୍ଚାୟତ ଅନ୍ୟ ଏକ କାର୍ଯ୍ୟକ୍ରମରେ ଆସିଥିଲେ ।ସେହି ସୁଯୋଗରେ ଉକ୍ତ ଅଞ୍ଚଳର ଶତାଧିକ ମହିଳା ପୂରୁଷ ସ୍ଥାନୀୟ ପଞ୍ଚାୟତ ପହଞ୍ଚି ନିଜର ଦାବି ପ୍ରଦାନ କରିଥିଲେ । ସେପଟେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବି ପାତ୍ର ପ୍ରଦାନ ପରେ ସ୍ଥାନୀୟ ବିଦ୍ୟୁତ୍ କାର୍ଯ୍ୟାଳୟ ଏସ ଡିଓଙ୍କୁ ଯୋଗାଯୋଗ କରିଥିଲେ ଓ ଆଜି ସନ୍ଧ୍ୟା ସୁଦ୍ଧା ବିଦ୍ୟୁତ୍ ସେବା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସ୍ଥାନୀୟ ବିଡ଼ିଓଙ୍କ ବିଦ୍ୟୁତ୍ ଓ ରାସ୍ତା ଖୁବ୍ ଶୀଘ୍ର ସରକାରଙ୍କ କୌଣସି ଯୋଜନାରେ କାର୍ଯ୍ୟକାରୀ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଘେରାଉ କରିଥିବା ଅଞ୍ଚଳବାସୀ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କଥା ପ୍ରକାରେ ରାଜି ହୋଇଥିଲେ ।କିନ୍ତୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କଥା ଅନୁସାରେ ଦାବି ପୁରଣ ନ ହେଲେ ଆଗାମୀ ଦିନରେ ରାଜରାସ୍ତାକୁ ପୁଣି ଓଲ୍ହାଇବେ ବୋଲି ପ୍ରକାଶ କରିଛନ୍ତି ।

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 12 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories