ଗଞ୍ଜେଇ ଚାଲାଣ ମାମଲା : ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

Udaya_Labanya | October 6, 2022 | 11 views |0 | Breaking News


କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ବିଚାରପତି ଏକ ଗଞ୍ଜେଇ ମାମଲାର ବିଚାରଣା କରି ଘଟଣାର ୯ ଜଣ ଙ୍କର ସାକ୍ଷୀ ପ୍ରମାଣ ଗ୍ରହଣ ଆଧାରରେ ମାମଲାର ଅଭିଯୁକ୍ତ ମାନସ ନାୟକ ଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅଭିଯୁକ୍ତଙ୍କ ପକ୍ଷରୁ ମାମଲାକୁ ବରିଷ୍ଠ ଆଇନଜୀବୀ ଦିଲୀପ କୁମାର ବାନାର୍ଜୀ ଓ ନିହାରିକା ପାତ୍ର ପରିଚାଳନା କରୁଥିଲେ । ଘଟଣା ଅନୁସାରେ ମକଦ୍ଦମା ବିବରଣୀରୁ ପ୍ରକାଶ ଯେ ଗତ ୮/୧୦ /୨୦୧୫ ତାରିଖ ଦିନ କନ୍ଧମାଳ ଜିଲ୍ଲାର ଗୋଚ୍ଛାପଡା ଥାନା ଭାରପ୍ରାପ୍ତ ଅଧିକାରୀ ଓ ତାଙ୍କ ଟିମ କୌଣସି ସୂତ୍ରରୁ ଖବର ପାଇ ଗୋଚ୍ଛାପଡା ସଲେ ବୁଡେଣୀ ଛକରେ ଜଗି ରହିଥିଲେ l ଏହି ସମୟରେ ସେହି ରାସ୍ତା ଦେଇ ଏକ ଓ ଆର ୧୯-ଜି -୭୭୭୫ ଇଣ୍ଡିଗୋ କାର କୁ ସନ୍ଦେହରେ ଅଟକାଇ ତନଖି ନେବାରୁ ୨୭ କେଜି ୫୫୫ ଗ୍ରାମ ଓଜନ ର ଉକ୍ତ ଗାଡିରୁ ଜବତ ହେବାରୁ ଗାଡି ଚାଳକ ତଥା ଗାଡି ମାଲିକ ଅଭିଯୁକ୍ତ ମାନସ ନାୟକକୁ ଗିରଫ କରିବା ସହ ଗୋଚ୍ଛାପଡା ପୋଲିସ ଏକ ମାମଲା ଏନ୍ ଡି ପି ଏସ ଆଇନ ଅନୁସାରେ ରୁଜ୍ଜୁ କରିବା ସହିତ ଅଭିଯୁକ୍ତକୁ କୋର୍ଟରେ ହାଜର କରାଇଥିଲା। ସେହି ମାମଲାର ଘଟଣା ବିଚାରଣ କରି ବିଚାରପତି ଉପୋରୋକ୍ତ ରାୟ ଶୁଣାଇଛନ୍ତି ।

Share this
  •  
  •  
  •  
  •  
  •  
  •  
  •  

Related Posts

ଆଜି ବିଶ୍ୱ ଏଡ଼ସ ଦିବସ କନ୍ଧମାଳ ରେ୨୫୫…

Udaya_Labanya | December 1, 2022 | 4 views |0

ଫୁଲବାଣୀ (ସୁନୀଲ ପଟନାୟକ )ଜନ ସଚେତନତା ବଢିବା ଯୋଗୁଁ ଏବେ ଆଗଭଳି ଏଡ଼ସ ରୋଗ ବ୍ୟାପୁନାହିଁ ଆଉ ତତସହିତ ମୃତ୍ୟୁ ହାର ମଧ୍ୟ ଢେର କମିଛି ବୋଲି ଗୁରୁବାର ଫୁଲବାଣୀ ମୁଖ୍ୟ ଡାକ୍ତର ଖାନା ପରିସର ରେ ବିଶ୍ୱ ଏଡ଼ସ ଦିବସ…

ବିଦ୍ୟାଳୟରେ ଶ୍ରେଣୀଗୃହ ନାହିଁ,ବାରଣ୍ଡାରେ ପାଠ ପଢା

Udaya_Labanya | December 1, 2022 | 6 views | 0

ଫୁଲବାଣୀ(ସୁନୀଲ ପଟନାୟକ )ସରକାର ଶିକ୍ଷାର ବିକାଶପାଇଁ ପର୍ଯ୍ୟାପ୍ତ ଅର୍ଥ ଖର୍ଚ କରୁଛନ୍ତି, ପିଲାମାନେ ଯେପରି ସ୍କୁଲ ମୁହଁ । କରିବାଲାଗି ବହିପତ୍ର ଠୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ,ପୋଷାକ, ଜୋତା ଆଦି ମାଗଣାରେ ପ୍ରଦାନ କରୁଛନ୍ତି। ହେଲେ କନ୍ଧମାଳ ଜିଲ୍ଲାର କେତେକ…

Leave a Reply

Your email address will not be published. Required fields are marked *

Archives

Categories