ଏ ଏସ ପରିକ୍ଷା ରେ ଫୁଲବାଣୀ ର ଶୁଭଶ୍ରୀ ରଥ ସପ୍ତମ ସ୍ଥାନ ରେ
Udaya_Labanya | October 8, 2022 | 14 views |0 | Breaking News
ଓ
ଫୁଲବାଣୀ
ଆଜି ପ୍ରକାଶିତ ଓଡିଶା ପ୍ରଶାସନିକ ସେବା ପରୀକ୍ଷା( ଓ ଏ ଏସ )ରେ ସପ୍ତମ ସ୍ଥାନ ହାସଲ କରିଛନ୍ତି ଫୁଲବାଣୀର ଶୁଭଶ୍ରୀ ରଥ। ସ୍ଥାନୀୟ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର ବରିଷ୍ଠ ଫାର୍ମାସିଷ୍ଟ ଦୂର୍ଯ୍ୟୋଧନ ରଥ ଓ ସୁମତୀ ରଥଙ୍କ ଝିଅ ହେଉଛନ୍ତି ଶୁଭଶ୍ରୀ। ତୃତୀୟ ପ୍ରଚେଷ୍ଟାରେ ଏହି ସଫଳତା ହାସଲ କରିଛନ୍ତି ଶୁଭଶ୍ରୀl ଶୁଭଶ୍ରୀ ନିଜର ସଫଳତାର ଶ୍ରେୟ ପିତାମାତା ଓଶିକ୍ଷକ ଶିକ୍ଷୟତ୍ରୀ ଓ ଶୁଭେଚ୍ଛୁ ମାନଙ୍କୁ ଦେଇଛନ୍ତି। ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ କୃତିତ୍ୱର ସହ ମାଟ୍ରିକ ପାସ କରିବା ପରେ ଶୁଭଶ୍ରୀ ଫୁଲବାଣୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପଢିଥିଲେ। ଏହାପରେ ଭୁବନେଶ୍ୱର ଓଡିଶା କୃଷି ବିଶ୍ୱବିଦ୍ୟାଳୟର ମତ୍ସ୍ୟ ବିଜ୍ଞାନ ବିଭାଗରୁ ଅଧ୍ୟୟନ ଶେଷ କରିଛନ୍ତି। ଏବେ ସ୍ୱାସ୍ଥ୍ୟ ବିଭାଗରେ ଡାଟା ମ୍ୟାନେଜର ଭାବେ କାର୍ଯ୍ୟରତ ଅଛନ୍ତି ଶୁଭଶ୍ରୀ । ସେ ନିଜର ସମସ୍ତ ଶିକ୍ଷା ସରକାରୀ ଶିକ୍ଷାନୁଷ୍ଠାନରୁ ହିଁ ଶିକ୍ଷା ଗତ ଯୋଗ୍ୟତା ହାସଲ କରିଛନ୍ତି । ଓଏଏସ ପରୀକ୍ଷାରେ କୃତିତ୍ୱ ହାସଲ କରିବା ପରେ ବିଭିନ୍ନ ମହଲରୁ ତାଙ୍କନିକଟକୁ ଶୁଭେଚ୍ଛା ର ସୁଅ ଛୁଟିଛି । ପରିବାରର ପ୍ରେରଣା ସହ ନିଷ୍ଠା ଓ ଅଧ୍ୟବସାୟ ହିଁ ତାଙ୍କ ସଫଳତାର ଚାବିକାଠି ବୋଲି କହିବା ସହିତ ଆଗକୁ ମଧ୍ୟ ଏହା ବଜାୟ ରଖିବେ ବୋଲି କହିଛନ୍ତି ଶୁଭଶ୍ରୀ।