#Breaking News

କନ୍ଧମାଳର ୩ ଅତିରିକ୍ତ ତହସିଲଦାର ପାଇଲେ ଓଏଏସ


କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ):ଓଏଏସ ପରୀକ୍ଷା ରେ ଫୁଲବାଣୀ ସହରର ଶୁଭଶ୍ରୀ ରଥ ସପ୍ତମ ରାଙ୍କ ରଖି ପ୍ରଥମ ଦଶ ଜଣଙ୍କ ମଧ୍ୟରେ ରହି ସଫଳତା ହାସଲ କରିଥିବା ବେଳେ କନ୍ଧମାଳ ଜିଲ୍ଲାର ୩ ଜଣ ଅତିରିକ୍ତ ତହସିଲଦାର ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି l ଗତକାଲି ପ୍ରକାଶ ପାଇଥିବା ଓଏଏସ ତାଲିକାରେ ଏମାନଙ୍କ ନାମ ରହିଛି l ସେମାନେ ହେଲେ ବୀରେନ୍ଦ୍ର କୁମାର ତ୍ରିପାଠୀ ଅତିରିକ୍ତ ତହସିଲଦାର ବାଲିଗୁଡା, ମାନସ ରଞ୍ଜନ ମଲ୍ଲିକ ଅତିରିକ୍ତ ତହସିଲଦାର ଜି.ଉଦୟଗିରି ବର୍ତମାନ ବାଲିଗୁଡା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆସିଷ୍ଟାଣ୍ଟ କଲେକ୍ଟର ଭାବେ କାର୍ଯ୍ୟରତ ତପନ କୁମାର ମଲ୍ଲିକ, ଅତିରିକ୍ତ ତହସିଲଦାର ଫିରିଙ୍ଗିଆ l ଓଏଏସ ପାଇବା ପରେ ଏମାନଙ୍କୁ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ, ବାଲିଗୁଡା ଉପଜିଲାପାଳ ଦୁଃଖବନ୍ଧୁ ନାୟକଙ୍କ ସମେତ ବହୁ ପଦସ୍ଥ ଅଫିସର, କର୍ମଚାରୀ ମାନେ ଶୁଭେଚ୍ଛା ଜଣାଇଛନ୍ତି l କଠିନ ପରିଶ୍ରମ, ଆଗ୍ରହ, ଆଉ ନିଷ୍ଠା ଯୋଗୁଁ ଏହି ସଫଳତା ପାଇଥିବା ସେମାନେ ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି l

Leave a comment

Your email address will not be published. Required fields are marked *