ରାଙ୍ଗାପାରୁ ଆବାସିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣା: ମା ନବଜାତ ଶିଶୁ ର ମୃତ୍ୟୁ

Udaya_Labanya | October 8, 2022 | 14 views |0 | Breaking News


ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ର ରାଙ୍ଗାପାରୁ ଆବାସିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣା ରେ ମା ଓ ନବଜାତ ଶିଶୁର ମୃତ୍ୟୁ ହୋଇଥିବା ଜଣାପଡିଛି l ପ୍ରକାଶ ଯେ, ଗତକାଲି ଗୁରୁବାର ଛାତ୍ରୀ ଜଣକ ଘୁ.ଉଦୟଗିରି ଡାକ୍ତରଖାନାରେ ଏକ ଶିଶୁ ପୁତ୍ର ଜନ୍ମ କରିବା ପରେ ନବଜାତ ଶିଶୁଟିର ମୃତ୍ୟୁ ଘଟିଥିବା ବେଳେ ଆଜି ଶୁକ୍ରବାର ମା’ ଅର୍ଥାତ୍ ଛାତ୍ରୀ ଜଣକ ଆଖି ବୁଝିଥିବା ଜଣାପଡ଼ିଛି। ଘଟଣା ପ୍ରକାରେ ଗତ ସେପ୍ଟେମ୍ବର ୨୪ ତାରିଖରେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ଅଧୀନସ୍ଥ ବେଲଘର ଥାନା ରାଙ୍ଗାପାରୁ ଆବାସିକ ବିଦ୍ୟାଳୟର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଥିବା ଘଟଣା ସାମ୍ନାକୁ ଆସିଥିଲା। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଥାନାରେ ଅଭିଯୋଗ ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା ଏବଂ ପିଡ଼ିତାଙ୍କୁ ଡାକ୍ତରୀ ମାଇନା କରାଇବା ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ପଠାଇଥିଲା । ଏହାପରେ ଘୁ.ଉଦୟଗିରିରେ ଥିବା ସୁଧାର ଗୃହରେ ସମ୍ପୃକ୍ତ ଛାତ୍ରୀଙ୍କୁ ରଖାଯାଇଥିଲା । ହେଲେ ଗତକାଲି ସମ୍ପୃକ୍ତ ଛାତ୍ରୀ ଜଣକ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ କିନ୍ତୁ କିଛି ସମୟପରେ ନବଜାତକର ମୃତ୍ୟୁ ଘଟିଥିବା ବେଳେ ଆଜି ସମ୍ପୃକ୍ତ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ୍ୟୁର କାରଣ ଏଯାବତ୍ ସ୍ପଷ୍ଟ ହୋଇନଥିବା ବେଳେ ଘଟଣାର ତଦନ୍ତ କରୁଛି ପୋଲିସ। ଅନ୍ୟପଟେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି।

Share this

Related Posts

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 125 views |0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

ଅଭୟଙ୍କୁ ଭୟ କରୁଛନ୍ତି ରାଜା,ଖୁବଶୀଘ୍ର ଯୋଗଦେବେ ଅଭୟ…

Udaya_Labanya | March 24, 2023 | 80 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ନିର୍ବାଚଳ ମଣ୍ଡଳୀର ଯୁବକ ଅଭୟ ବାରିକ, ଯାହାଙ୍କୁ ନେଇ ଏବେ ଆଠଗଡ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା, ଚର୍ଚ୍ଚା ଏଇଥି ପାଇଁ ସେ 2019 ନିର୍ବାଚନ ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଆଠଗଡ ରୁ ଲଢ଼ି ଏଗାର…

Leave a Reply

Your email address will not be published. Required fields are marked *

Archives

Categories