
କୁମାରୋସ୍ଥବ ସମିତି ତରଫରୁ ଫୁଲ ବଉଳବେଣୀ ଅନୁଷ୍ଠିତ, ସମ୍ବର୍ଦ୍ଧିତ ହେଲେ ଅନେକ ପ୍ରତିଭା
Udaya_Labanya | October 9, 2022 | 136 views |0 | Breaking News
ଆଠଗଡ ( ଉଲ୍ଲାପ୍ର )ଆଠଗଡ କୁମାରୋସ୍ଥବ ସମିତି ତରଫରୁ କୁମାରପୂର୍ଣ୍ଣିମା ଅବସରରେ ଫୁଲ ବଉଳବେଣୀ ଅନୁଷ୍ଠିତ ହୋଇଯାଇଛି, ସଭାପତି ପୁଲିନ ମିଶ୍ରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିବା ସଭାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ବରିଷ୍ଠ ଆଇନଜୀବୀ ତଥା ଗଡଜାତ ପରିକ୍ରମା ଓ ସାହିତ୍ୟ ସମାଜର ସଭାପତି ପ୍ରାଣକୃଷ୍ଣ ଦାଶ, ସେ ଯୋଗଦେଇ କହିଲେ ଆଠଗଡ
ହେଉଛି କଳାର ମାଟି, ଏ ମାଟିରେ ଅନେକ କଳାକାର ଜନ୍ମ ହୋଇଛନ୍ତି ଆଉ ସେମାନଙ୍କୁ କୁମାରୋସ୍ଥବ ଅବସରରେ ସମ୍ମାନିତ କରିବା ନିଶ୍ଚିତଭାବେ ଗୌରବର କଥା, ଏହି ଅବସରରେ ମୁଖ୍ୟବକ୍ତା ଭାବେ ସାହିତ୍ୟିକ ସ୍ଵର୍ଣ ରଥ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥିଭାବେ ଯୋଗଦେଇ ଥିଲେ ଚାରୁଲତା ପ୍ରହରାଜ, ସମ୍ପାଦିକା କଳ୍ପଳତା ଦାଶ ଅନୁଷ୍ଠାନର ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ, ପ୍ରାରମ୍ଭରେ କୁନି କଳାକାର ତଥା ଆଠଗଡ ର ସ୍ୱର ସୌଜନ୍ୟା ରଥ କୁଆଁର ପୁନେଇଁ ଜନ୍ହଲୋ ଫୁଲ ବଉଳବେଣୀ ଗୀତ ଗାନ କରିବା ସହିତ
କୁନିକୁନି ଝିଅମାନେ ଚଉରା ମୂଳେ ବନ୍ଦା ପନା କରିଥିଲେ,ଏହି ଅବସରରେ ଆଇନଜୀବୀ ପ୍ରାଣକୃଷ୍ଣ ଦାଶ, ସାମ୍ବାଦିକ ଲଲାଟେନ୍ଦୁ ସେନାପତି, OAS ପାଇଥିବା ଆଠଗଡ ସହରର ଝିଅ ରିପସିତା ବେହେରା, କଣ୍ଠଶିଳ୍ପୀ ସୌଜନ୍ୟା ରଥ, ଶିଶୁ ସାହିତିକା ଶତରୁପା ମିଶ୍ର, ସାହିତ୍ୟରେ ସ୍ଵର୍ଣ ରଥ,ଯୁବା ଅଧକ୍ଷ ଭବାନୀ ପ୍ରସାଦ ମିଶ୍ର, ସମାଜସେବା ରେ ଶୈଳ ବାଳା ଭୂୟାଁ, ସଂଜୀବନୀ ଦାସ,
କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ନିରଜ ନଳିନୀ ବେହେରା ଏବଂ ଧନ୍ୟବାଦ ପ୍ରଦାନ କରିଥିଲେ ଉପସଭାପତି ଦୀପାଳି ଦାଶ, ଏହି କାର୍ଯ୍ୟକ୍ରମ ରେ ଶଙ୍ଖ ଓ ହୁଳହୁଳି ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା, ଶେଷରେ କୁନିକୁନି କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା, କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ପ୍ରଣତି ପଣ୍ଡା,ଅଞ୍ଜନା ମିଶ୍ର ଓ ସ୍ୱପ୍ନାରାଣୀ ବେହେରା,