#Breaking News

ଡ୍ରେନ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଅଂଟାଭିଡ଼ିଲେ ପୋୖରାଧ୍ୟକ୍ଷା


ଫୁଲବାଣୀ(ସୁନୀଲ
ପଟନାୟକ )
ଫୁଲବାଣୀ ସହର ରେ ଦିର୍ଘବର୍ଷ ଧରି ଲାଗି ରହିଥିବା ଡ୍ରେନ ସମସ୍ୟା ର ସ୍ଥାୟୀ ସମାଧାନ କରିବାଲାଗି ପୋୖରାଧ୍ୟକ୍ଷା ସ୍ମିତା ରାଣୀ ମହାନ୍ତି ଅଣ୍ଟା ଭିଡିଛନ୍ତି l
ବର୍ତମାନ ବଜାର ଦେଇ ଯାଇଥିବା ଡ୍ରେନ ସବୁ ଭାଙ୍ଗିରୁଜି ଅଳିଆ ଆବର୍ଜନା ରେ ପୋତି ହୋଇ ପଡିଥିବା ଫଳରେ ବର୍ଷା ହେଲେ ଡ୍ରେନପାଣି ସହ ଅଳିଆବର୍ଜନା ସବୁ ରାସ୍ତାରେ ଭାସୁଥିଲା lଫଳରେ ବ୍ୟବସାୟୀ ଓ ସହର ବାସୀ ସମସ୍ତେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଆସୁଥିଲେ l ଏହାକୁ ଦୃଷ୍ଟିରେ ରଖିବଜାର ନିକଟରେଥିବା ଡ୍ରେନସବୁ କୁ ପୁରା ପୁରୀ ଭାବେ ଭାଙ୍ଗି ନୂତନଭାବେ ନିର୍ମାଣ କରାଯାଉଛି l ପୋୖରାଧକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତିଙ୍କ ସମେତ ପୌର ଅଧିକାରୀ ବଳଦେବ ବେହେରା, ଯନ୍ତ୍ରୀ ଇଂ. ସନ୍ୟାସୀ ବାରିକ ପ୍ରମୁଖ ଉପସ୍ଥିତ ରହି ନିର୍ମାଣ କାର୍ଯ୍ୟ ତଦାରଖ କରୁଛନ୍ତିl ଏ ସବୁ କାର୍ଯ୍ୟ ଯେପରି ଉଚ୍ଚ ମାନର ଆଉ ଠିକ ଭାବରେ ହେବଆଉ ନିର୍ଧାରିତ ସମୟସୀମା ମଧ୍ୟରେ ସରିବ ସେଥି ପ୍ରତି ଦ୍ରୁଷ୍ଟି ଦେବାଲାଗି ପୋୖରାଧ୍ୟକ୍ଷା ଶ୍ରୀମତୀ ମହାନ୍ତି ଯନ୍ତ୍ରୀ ଓ ଠିକାଦାର ଙ୍କୁ ନିର୍ଦେଶ ଦେଇଛନ୍ତି l
ସେହିପରି ପୋୖରାଧ୍ୟାକ୍ଷା ଶ୍ରୀମତୀ ମହାନ୍ତି ଦାଇତ୍ୱ ନେବାର ମାସ କେଇଟା ମଧ୍ୟରେ ସହରରେ ରାସ୍ତାଘାଟ ମରାମତିଓ ନିର୍ମାଣ , ପୋଖରୀ ଗୁଡିକ ର ପୁନରୁଦ୍ଧାର କାର୍ଯ୍ୟ, ଆଲୋକ ବ୍ୟବସ୍ଥା, ସ୍ୱଛତା, ଆଦି ଅନେକ କାର୍ଯ୍ୟକ୍ରମ ହାତକୁ ନେଇଥବାରୁ ସହରବାସୀ ଖୁସି ବ୍ୟକ୍ତ କରିଥିବା କହିଛନ୍ତି l ସେହିପରି ରାସ୍ତା କଡ଼ ଡ୍ରେନ ଉପରେ ବ୍ୟବସାୟ କରି ଟ୍ରାଫିକ ଯାମ କରୁଥିବା ରୁ ସେମାନଙ୍କୁ ହଟାଇ ଟ୍ରାଫିକ ବ୍ୟବସ୍ଥlରେ ସୁଧାର ଆଣିବାକୁ ବୁଦ୍ଧିଜୀବି ମାନେ ଦାବୀ କରିଛନ୍ତିl
ପୋୖରାଧ୍ୟାକ୍ଷା ଶ୍ରୀମତୀ ସ୍ମିତା ରାଣୀ ମହାନ୍ତି,ଓ ପୌର ଅଧିକରୀବଳଦେବ ବେହେରା ଙ୍କ ନିଷ୍ଠା ପର ଉଦ୍ୟମ, ଆନ୍ତରିକତା, ସଚୋଟତା, କାର୍ଯ୍ୟଦକ୍ଷତା, ଓ ବିଶେଷ ଜ୍ଞାନ କୌଶଳ ଯୋଗୁଁ ଏଭଳି ପରିବର୍ତ୍ତନ ସଂଭଵ ହୋଇଥିବା ସହର ରେ ବେଶ ଆଲୋଚନା ହେଉଥିବା ଶୁଣିବାକୁମିଳୁଛି l

Leave a comment

Your email address will not be published. Required fields are marked *