#Breaking News

ବେଆଇନ ଘୁଟକା ଦୋକାନ ଉପରେ ଚଢ଼ାଉ, ଜୋରିମାନା ଆଦାୟ


ଫୁଲବାଣୀ (ସୁନୀଲ ପଟନାୟକ )
ଫୁଲବାଣୀସହର ସମେତ ଜିଲାର ବିଭିନ୍ନ ଗ୍ରାମାଞ୍ଚଳରେ ଦିନକୁ ଦିନ ବେଆଇନଭାବେ ଖୁଲମଖୁଲା ଘୁଟୁକା ବିକ୍ରୀ କରାଯାଉଥିବା ଅଭିଯୋଗ ହେବାପରେ ପ୍ରଶାସନ ଚେତିଛି l ବୁଧବାର ଡ୍ର ଗ ଇନିସ୍ପେକ୍ଟର ଙ୍କ ନେତୃତ୍ୱରେ କର୍ମଚାରୀ ମାନେ ଜି. ଉଦୟଗିରି ଅଂଚଳରେ ଅତର୍କିତ ଭାବେ ବିଭିନ୍ନ ଦୋକାନଉପରେ ଚଢ଼ାଉ କରି ଘୁଟକା ଜବତ କରିବାସହ ଜୋରିମାନା ଆଦାୟ କରିଥିଲେ lଏହି ଟିମ ପ୍ରାୟ ୨ ୧ ଟି ଦୋକାନ ଉପରେ ଚଢ଼ଉକରି ତିନିହଜାର ରୁ ଉର୍ଦ୍ଧ ଟଙ୍କା ଜୋରିମାନା ଆଦାୟ କରିଛନ୍ତି lଆଗକୁ ଘୁଟୁକା ବିକ୍ରୀ ନକରିବା ଲାଗି ବ୍ୟବସାୟୀ ଙ୍କୁ ତାଗିଦ କରିଛି ଟିମ l ଡ୍ର ଗ ଇନସପେକ୍ଟର ସନ୍ତୋଷ କୁମାର ପ୍ରଧାନ ଙ୍କ ନେତୃତ୍ୱ ରେ ହୋଇଥିବା ଚଢ଼ାଉ ରେ ଫୁଡ ଇନ୍ସ୍ପେକଟର ସତ୍ୟ ବ୍ରତ ସେନ ଓ ପୋଲିସ ଅଧିକାରୀ ସାମିଲ ଥିଲେ l

Leave a comment

Your email address will not be published. Required fields are marked *