ସାହିତ୍ୟ ଜୀବନ ତରଫରୁ ଲକ୍ଷ୍ମୀ ପୂଜା ଉପଲକ୍ଷେ ମନୋରଞ୍ଜନ କାର୍ଯ୍ୟକ୍ରମ

Udaya_Labanya | October 13, 2022 | 54 views |0 | Breaking News

ସମ୍ବଲପୁର (ullapra) ସାହିତ୍ୟ ଜୀବନ ସାହିତ୍ୟ ସଂସଦର ପ୍ରାଣ ପ୍ରତିଷ୍ଠାତା ଶ୍ରୀମାନ ପବିତ୍ର ବେହେରା ଙ୍କ ଉଦ୍ୟମ କ୍ରମେ ମା ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ ଅନ୍ତର୍ଗତ ବାଟଗାଁ ପଞ୍ଚାୟତର ବକ୍ସି ବଜାର ଗ୍ରାମରେ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାହିତ୍ୟ ଜୀବନ ସାହିତ୍ୟ ସଂସଦ ଏବଂ ମା ମହାଲକ୍ଷ୍ମୀ ପୂଜା କମିଟି, ବକ୍ସି ବଜାର ଆନୁକୂଲ୍ୟରେ କବିତା ପାଠୋତ୍ସବ, ସଙ୍ଗୀତ, ନୃତ୍ୟ, କୁଇଜ୍ ସହ ମ୍ୟୁଜିକ୍ ଚେୟାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବେ ଗ୍ରାମର ବିଶିଷ୍ଟ ବ୍ୟକ୍ତି ଶ୍ରୀଯୁକ୍ତ ଗିଲଠୁ ନାଏକ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଭାବେ ୱାଡ୍ ମେମ୍ବର ଶ୍ରୀଯୁକ୍ତ ଦୁର୍ଜନ କୁମାର ଆତିଥ୍ୟ ଗ୍ରହଣ କରିଥିଲେ । ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ଲମ୍ବୋଦର ନାଏକ, ଶ୍ରୀଯୁକ୍ତ ମୁକୁନ୍ଦ ନାଏକ, ଶ୍ରୀଯୁକ୍ତ ପ୍ରସନ୍ନ ନାଏକ ଏବଂ ଶ୍ରୀଯୁକ୍ତ ଗୋପୀନାଥ ନାଏକ ଥିଲେ ।। କାର୍ଯ୍ୟକ୍ରମ ର ସଭାପତିତ୍ବ କାର୍ଯ୍ୟ ସାହିତ୍ୟ ଜୀବନ ର ସହ ସମ୍ପାଦକ ଶ୍ରୀଯୁକ୍ତ କ୍ଷମାନିଧି ବେହେରା ସୂଚାରୁରୂପେ ତୁଲାଇଥିଲେ । ଶ୍ରୀମାନ ପବିତ୍ର ବେହେରା ମଞ୍ଚ ପରିଚାଳନା କରିଥିଲେ ।। ସାହିତ୍ୟ ଜୀବନ ତରଫରୁ କିଛି ପ୍ରତିଭାକୁ ସମ୍ମାନିତ କରାଯାଇଥିଲା, କବିତା ପାଠୋତ୍ସବ, ସଙ୍ଗୀତ, ନୃତ୍ୟ, କୁଇଜ୍ ସହ ମ୍ୟୁଜିକ୍ ଚେୟାର ଗ୍ରାମର ବିଭିନ୍ନ ଛାତ୍ର ଛାତ୍ରୀଙ୍କ ସହ ଯୁବ ଗୋଷ୍ଠୀ ଭାଗ ନେଇ ଥିଲେ ।। ପ୍ରତିଯୋଗିତା ର ବିଜେତାଙ୍କୁ ମାନପତ୍ର ସହ ଆକର୍ଷଣୀୟ ପୁରସ୍କାର ଦ୍ଵାରା ଉତ୍ସାହିତ କରାଯାଇଥିଲା ।।
କାର୍ଯ୍ୟକ୍ରମର ଉପସ୍ଥାପନା ଶ୍ରୀମାନ ସନ୍ତୋଷ କୁମାର କରିଥିବାବେଳେ ୩୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ । କବିତା ଆବୃତ୍ତି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଶୋକ କୁମାର କରିଥିବାବେଳେ ଦ୍ଵିତୀୟ ସ୍ଥାନ ବିରଞ୍ଚି କୁମାର କରିଥିଲେ । କୁଇଜ୍ ରେ ସୁମିତ୍ରା ନାଏକ ( ପ୍ରଥମ ସ୍ଥାନ), ଲବଣୀ କୁମାର (ଦ୍ଵିତୀୟ), ଦୀପିକା ନାଏକ (ତୃତୀୟ) ଏବଂ ମ୍ୟୁଜିକ୍ ଚେୟାର ପ୍ରତିଯୋଗିତାରେ ଜତିନ୍ ନାଏକ, ପ୍ରେମାଙ୍ଗିନୀ ନାଏକ ବିଜେତା ହୋଇଥିଲେ । ସଙ୍ଗୀତ ରେ ସନ୍ତୋଷ କୁମାର (ପ୍ରଥମ), ସୁମିତ୍ରା (ଦ୍ଵିତୀୟ), ସାଗରିକା(ତୃତୀୟ) ସହ ନୃତ୍ୟରେ ଲବ,କୁଶ, ପିଣ୍ଟୁ,ସାନୁ(ପ୍ରଥମ), ଚୁମକି (ଦ୍ଵିତୀୟ), ମାନସୀ, ତୃପ୍ତି (ତୃତୀୟ) ସ୍ଥାନ ଅଧିକାର କରିଥିଲେ ।। ସଙ୍କୀର୍ତ୍ତନ ମଣ୍ଡଳୀର ଶ୍ରୀମତୀ ଜେମା ନାଏକ,ନବାତୀ ନାଏକ ଏବଂ ଘାଂସିରାଣୀ ନାଏକ ଙ୍କୁ ମାନପତ୍ରରେ ସମ୍ମାନିତ କରାଯାଇଥିଲା । ପୂଜା କମିଟିର ସଭାପତି ଶ୍ରୀଯୁକ୍ତ ଦୁର୍ଜନ ନାଏକ ଙ୍କ ନେତୃତ୍ବରେ ମହାସମାରୋହରେ ପୂଜା ତଥା ବିଧି ଅନୁଷ୍ଠିତ ହେବା ସହ ଭକ୍ତ ମାନେ ଉପସ୍ଥିତ ରହି ମା’ଙ୍କ ଆଶୀର୍ବାଦ ଲାଭ କରିଥିଲେ । ଗ୍ରାମରେ ବହୁ ଆଡ଼ମ୍ବରରେ ପୂଜା ଅନୁଷ୍ଠିତ ହୋଇଥିଲା, ଏହି ସବୁ ଦେଖିବା ପାଇଁ ସନ୍ଧ୍ୟାରେ ବ୍ୟାପକ ଗହଳି ହୋଇଥିବାର ଦେଖିବାକୁ ମିଳିଥିଲା । ତତ୍ ସହିତ ମା ମହାଲକ୍ଷ୍ମୀ ପୂଜା କମିଟି ର ସମସ୍ତ କର୍ମକର୍ତ୍ତାମାନେ ଶାନ୍ତି ଶୃଙ୍ଖଳାରେ ପୂଜା ମଣ୍ଡପ ପରିଚାଳନା କରିଥିବାର ଜଣାପଡିଥିଲା । ପରିଶେଷରେ ସାହିତ୍ୟ ଜୀବନ ର ପ୍ରାଣ ପ୍ରତିଷ୍ଠାତା ଶ୍ରୀମାନ ପବିତ୍ର ବେହେରା ମା ମହାଲକ୍ଷ୍ମୀ ପୂଜା ପୂଜା ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ନବ ପ୍ରତିଭା ଙ୍କୁ ନିଜର କଳା ବିଶ୍ୱରେ ପରିଚିତ କରିବାକୁ ଆହ୍ବାନ ଦେଇଥିଲେ ।

Share this

Related Posts

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 125 views |0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

ଅଭୟଙ୍କୁ ଭୟ କରୁଛନ୍ତି ରାଜା,ଖୁବଶୀଘ୍ର ଯୋଗଦେବେ ଅଭୟ…

Udaya_Labanya | March 24, 2023 | 80 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ନିର୍ବାଚଳ ମଣ୍ଡଳୀର ଯୁବକ ଅଭୟ ବାରିକ, ଯାହାଙ୍କୁ ନେଇ ଏବେ ଆଠଗଡ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା, ଚର୍ଚ୍ଚା ଏଇଥି ପାଇଁ ସେ 2019 ନିର୍ବାଚନ ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଆଠଗଡ ରୁ ଲଢ଼ି ଏଗାର…

Leave a Reply

Your email address will not be published. Required fields are marked *

Archives

Categories