ସୁରକ୍ଷା କର୍ମୀ-ମାଓବାଦୀ ଗୁଳିବିନିମୟ: ମହିଳା କ୍ୟା ଡର ନିହତ, ବହୁ ମାଓ ସାମଗ୍ରୀଜବତ

Udaya_Labanya | October 13, 2022 | 25 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ ) ମଙ୍ଗଳବାର କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା ସିମାନ୍ତ ବାଲିଗୁଡ଼ା ଥାନା ସୁଡ୍ରା ନିକଟସ୍ଥ କଣାସାଲୁ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା l ଏନକାଉଣ୍ଟରରେ ଜଣେ ମହିଳା ମାଓବାଦୀ ନିହତ ହୋଇଥିବା ସହ ବହୁ ମାଓ ସାମଗ୍ରୀ ଜବତ କରିଥିବା ସାମ୍ବାଦିକ ସମିଳନୀ ଆଇଜି ଅମିତାଭ ଠାକୁର କହିଛନ୍ତି । କନ୍ଧମାଳ -କଳାହାଣ୍ଡି ଜିଲ୍ଲା ସିମାନ୍ତ କଣାସାଲୁ ଜଙ୍ଗଲରେ ପାଖାପାଖି ପାଞ୍ଚଟି କ୍ୟାମ୍ପ ରେ କୋଡିଏ ରୁ ଉର୍ଦ୍ଧ ମାଓବାଦି ରହିଥିବା ନେଇ ସୂଚନା ପାଇଥିଲେ ସୁରକ୍ଷା କର୍ମୀ । ସୁରକ୍ଷାକର୍ମୀ କ୍ୟାମ୍ପ ରେ ଥିବା ମାଓବାଦୀ ଙ୍କୁ ଆତ୍ମସମର୍ପଣ କରିବା ପାଇଁ କହିଥିଲେ ମଧ୍ୟ ମାଓବାଦି ମନେପ୍ରଥମେ ଗୁଳି ଚାଳନା କରିଥିଲେ ।ଫଳରେ ମାଓବାଦୀ ଓ ସୁରକ୍ଷା କର୍ମୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା ।ପରେ ମାଓବାଦୀ ମାନେ ଆତ୍ମରକ୍ଷା ପାଇଁ ଛତ୍ରଭଙ୍ଗ ଦେଇଥିଲେ । ଏହି ଏନକାଉଁଟରରେ ଜଣେ ମହିଳା କ୍ୟାଡ଼ର ମାଓବାଦୀ ନିହତ ହୋଇଥିଲା । ପାଞ୍ଚ କ୍ୟାମ୍ପ ରୁ ବହୁ ମାଓ ସାମଗ୍ରୀ ଜବତ ଜବତ ହୋଇଛି । ଜବତ ସାମଗ୍ରୀ ରେ ରହିଛି ଗୋଟିଏ ବନ୍ଧୁକ, 13ଟି କ୍ୟାଟ୍ରିଜ,ମଗାଯିନ ପାଉଚ,ରେଡ଼ିଓ,ସୋଲାରପ୍ଲେଟ ଓ ବହୁ ମାଓ ସାମଗ୍ରୀ ।ଉକ୍ତ ଅଂଚଳରେ କେ କେ ବି ଏନ ମାଓ ସଂଗଠନ କାମ କରୁଥିବା ବେଳେ ଏହି ମାଓ ସଂଗଠନ ରେ ମମତା ଟିମ ଲିଡର ଥିବା କହିଛନ୍ତି ଆଇଜି ଅମିତାଭ ଠାକୁର ।ବର୍ତ୍ତମାନ ପର୍ଯ୍ୟନ୍ତ ନିହତ ମହିଳା ମାଓବାଦୀ ଙ୍କ ପରିଚୟ ମିଳିପାରିନାହିଁ । ସେ ଛତିଶଗଡ଼ ରାଜ୍ୟ ର ହୋଇଥିବା ଅନୁମାନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା କହିଛନ୍ତି ଆଇଜି ଠାକୁର । ଏହି ସାମ୍ବାଦିକ ସମ୍ମିଳନୀ ରେଅନ୍ୟମାନଙ୍କମଧ୍ୟରେ ପୋଲିସ ଉପ ନିର୍ଦ୍ଦେଶକ ସଂଜୀବ ପଣ୍ଡା,ଆଇଜି ଅପେରସନ ଅମିତାଭ ଠାକୁର, ସି ଆର ପି ଏଫ କମାଣ୍ଡାଣ୍ଟ ବି.ଏନ ଝା, ବିଏସଫ କମାଣ୍ଡାଣ୍ଟ ସଂଜୀବ କୁମାର ଝା, କନ୍ଧମାଳ ଏସପି ବିନୀତ ଅଗରୱାଲ, ବାଲିଗୁଡ଼ା ଏସ୍ଡ଼ିପିଓ ଜୀ ରାଘବେନ୍ଦ୍ର ଉପସ୍ଥିତ ଥିଲେ |

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 2 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 7 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories