କନ୍ଧମାଳ ର ଶ୍ରାବଣୀଙ୍କୁ ଶହେ ମିଟର ଦୌଡ଼ ପ୍ରତିଯୋଗିତା ରେ ସ୍ବର୍ଣ୍ଣ ପଦକ

Udaya_Labanya | October 17, 2022 | 18 views |0 | Breaking News


ଫୁଲବାଣୀ(ସୁନୀଲ ପଟନାୟକ )
ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ର ଝିଅ ଶ୍ରାବଣୀ ନନ୍ଦ ନିକଟରେ ଅନୁଷ୍ଠିତ ୬୧ ତମ ନ୍ୟାସନାଲ ଓପନ ଆଥେଲେଟିକ୍ସ ଚାମ୍ପିୟାନସିପ୨0୨୨
ଶହେ ମିଟର ଦୌଡ଼ ରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି l
ଫଳରେ ସ୍ବର୍ଣ୍ଣ ପଦକ ଜିତି ଜିଲ୍ଲା, ରାଜ୍ୟ ଓ ଦେଶପାଇଁ ଗୌରବ ଆଣି ଦେଇ ଛନ୍ତି କନ୍ଧମାଳ ର ସୁନା ଝିଅ ଶ୍ରାବଣୀ l ଶ୍ରାବଣୀ ବେଙ୍ଗାଲୋର ସ୍ଥିତ ଶ୍ରୀ କ୍ରାନ୍ତୀରଭା ଇଣ୍ଡୋର ଷ୍ଟାଡିୟମ ରେ ଆୟୋଜିତ ଶହେ ମିଟର ଦୌଡରେ ଶ୍ରାବଣୀ ଙ୍କୁ ଏହି ସଫଳତା ମିଳିଛି l ସେ ୧୧. ୫୫ ସେକେଣ୍ଡ ରେ ସମାପ୍ତ କରିଥିଲେ l
ଶ୍ରାବଣୀ ଏଥି ପୂର୍ବରୁ ମଧ୍ୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ବହୁ ପଦକ ଜିତିଦେଶ ପାଇଁ ଗୌରବ ଆଣିଛନ୍ତି l
ଖବରଶୁଣି ବାପା ଅବସରପ୍ରାପ୍ତ କର୍ମଚାରୀ ତଥା ସମାଜସେବୀ ବନ ବିହାରୀ ନନ୍ଦ ଓ ମା ବେଶ ଖୁସି ବ୍ୟକ୍ତ କରିଛନ୍ତି l
ସେହିପରି ଶ୍ରାବଣୀ ଙ୍କ ସ୍ୱ ର୍ଣ୍ଣ ପଦକ ପାଇବା ଶୁଣି ବରିଷ୍ଠ ସାମ୍ବାଦିକ ଡ଼ଃ. ଅରୂପ ଜେନା, ନାରାୟଣ ସାହୁ, ଜିଲ୍ଲା କ୍ରୀଡ଼ାସଙ୍ଘ ସମ୍ପାଦକ ତଥା ଆଇନଜୀବୀ ଶିବ ପ୍ରସାଦ ତ୍ରିପାଠୀ, ପ୍ରେସ କ୍ଲବ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ, ଆଇନଜୀବୀ ରବୀନ୍ଦ୍ର ନାଥ ମିଶ୍ର,୮ ନମ୍ବର କାଉନ୍ସିଲର ତଥା ଆଇନଜୀବୀ ରମେଶ ମହାନ୍ତି, ବରିଷ୍ଠ ନେତା ତଥାପୂର୍ବତନ ନଗରପାଳ କମଳା କାନ୍ତ ପାଣ୍ଡେ ପ୍ରମୁଖ ଅଭିନନ୍ଦନ ଜଣାଇବା ସହ ଏହା ନିଶ୍ଚିତ ଗର୍ବର ବିଷୟ ବୋଲି କହିଛନ୍ତି l

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 12 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories