ଖାଦ୍ୟ ର ଗୁଣଵତ୍ତl ସମ୍ପର୍କିତ ତାଲିମ

Udaya_Labanya | October 17, 2022 | 37 views |0 | Breaking News


ଫୁଲବାଣୀ(ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ରେ ଭାରତ ସରକାରଙ୍କ ସ୍ୱୀକୃତି ପ୍ରାପ୍ତ ବେଣ୍ଟଗ୍ରୀନ ସ୍କିଲ ପ୍ରାଇଭେଟ ଲିମିଟେଡ଼ ତରଫରୁ ଖାଦ୍ୟ ର ମାନ ଓ ଗୁଣବତ୍ତା ସମ୍ବନ୍ଧରେ ତାଲିମ ଶିବିର ଅନୁଷ୍ଠିତ ହେଇଥିଲା l ସୋମବାର ଦିନ ଫୁଲବାଣୀ ଆମ୍ବଲାପଡ଼ା ସେନାପତି ରେସିଡେନସି ଠାରେ ଖାଦ୍ୟ ତାଲିମ ଶିବିର ରେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକ,ଆଇନଜୀବୀ ତଥା ସମାଜସେବୀ ଅଶୋକ ପରିଡ଼ାଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କନ୍ଧମାଳ ଜିଲ୍ଲା ବଣିଜ ସଙ୍ଘ ସଭାପତି ଅଶୋକ ପଟ୍ଟନାୟକ, ପ୍ରଫେସର ସତ୍ୟ ଶୁଭମ ଲେଙ୍କା, ଓଡିଶା ସଂଯୋଜକ ପ୍ରତାପ କିଶୋର ଦିଗାଲ, ଜିଲ୍ଲା ସଂଯୋଯକ କୁନା ଦିଗାଲ ପ୍ରମୁଖ ଯୋଗଦେଇ ଲୋକଙ୍କୁ ଉନ୍ନତ ମାନର ଖାଦ୍ୟ ଦେବାଲାଗି ପରାମର୍ଶ ଦେଇଥିଲେ l ଜନ ସାଧାରଣ ଯେପରି ସୁସ୍ଥ ଓ ନିରୋଗ ରହିବେ ତାକୁଦୃଷ୍ଟିରେ ରଖି ଖାଦ୍ୟ ପ୍ରସ୍ତୁତ କରିବା ଆବଶ୍ୟକ ବୋଲି କହିଥିଲେ l
ପ୍ରତେକ ବ୍ଲକ ରୁ ଆସି ଥିବା ଖାଦ୍ୟ ବ୍ୟବ ସାୟୀ ତଥା ଗୁପଚୁପ, ଫାଷ୍ଟ ଫୂଡ଼, ଜଳଖିଆ ଦୋକାନୀ, ହୋଟେଲ ବ୍ୟବସାୟୀ, କିରାନା ଦୋକାନୀ ଯୋଗ ଦେଇଥିଲେ l ଶିବିର ରେ ଭାରତ ସରକାର ଓ ଓଡିଶା ସରକାର ଙ୍କ ନିୟମ ଅନୁସାରେ ପ୍ରତ୍ୟେକ ବ୍ୟବସାୟୀ ଙ୍କ ପାଖରେ ଫୋଷ୍ଟାକ ଟ୍ରେନିଂ ସାର୍ଟିଫିକେଟ ଖାଦ୍ୟ ସମ୍ପର୍କୀୟ ବ୍ୟବସାୟୀଙ୍କ ପାଇଁ ନିତାନ୍ତ ଜରୁରୀ ବୋଲି ମତବ୍ୟକ୍ତ କରି ଥିଲେ l

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 11 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories