ମା ବ୍ୟାଘ୍ରଦେବି କଳା ଓ ସାଂସ୍କୃତିକ ପରିଷଦ ଦ୍ବାରା ନାଟକ ମଞ୍ଚସ୍ଥ

Udaya_Labanya | October 17, 2022 | 14 views |0 | Breaking News


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ସହରରେ ମା’ବ୍ୟାଘ୍ରଦେବି କଳା ଓ ସାଂସ୍କୃତିକ ଷରିଷଦ ଏବଂ ୟୁଥ ଓ୍ବାରିଅରର ମିଳିତ ଆନୁକୁଲ୍ୟରେ ମହାଆଡମ୍ବରରେ ସାମାଜିକ ନାଟକ “ସୁଖ କିଣା ଏଠି ଦୁଃଖ ମାଗଣା” ମଞ୍ଚସ୍ଥ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ସ୍ବତନ୍ତ୍ର ଉନ୍ନୟନ ଏକ ଅଧ୍ୟକ୍ଷ ରୋଦନ ମଳିକ, ମୂଖ୍ୟ ବକ୍ତା ଭାବେ ବୁଦ୍ଧିଜୀବୀ ପ୍ରସାନ୍ତ ବେହେରା ଉପସ୍ଥିତ ରହି କଳାକୁ ବଞ୍ଚାଇ ରଖିବା ନିମନ୍ତେ ଆହ୍ବାନ ଦେଇଥିଲେ। ଅନ୍ୟ ତମ ମଞ୍ଚାସୀନ ଅତିଥି ଭାବେ ଜିଲ୍ଲା କଳା ଓ ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିଲିପ କହଁର,ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସାଧବାଣୀ ନାୟକ, ଜିଲ୍ଲା ପରିଷଦ ସଭ୍ୟା ନମିତା କହଁର,ସରପଞ୍ଚ କୁନ୍ଦୁରୁ ମଲିକ, ବଣିକ ସଂଘ ସଭାପତି ସୁନିଲ କୁମାର ଭୋଇ, ସମିତିସଭ୍ୟ ମନୋଜ ଦଳବେହେରା, ଉତ୍କଳ ସାମ୍ବାଦିକ ସଂଘ କନ୍ଧମାଳ ଶାଖା ସଭାପତି ସନ୍ତୋଷ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି କଳାକାର ମାନଙ୍କୁ ଉତ୍ସାହିତ କରିବା ସହ ଅଞ୍ଚଳରେ କଳାକୁ ଜୀବିତ ରଖିବା ନିମନ୍ତେ ପରାମର୍ଶ ଦେଇଥିଲେ। ଉକ୍ତ କାର୍ଯକ୍ରମରେ କମିଟିର ସନ୍ତୋଷ ସାହୁ,ତନୁଜ ଭୋଇ, ଅରବିନ୍ଦ ମହାପାତ୍ର ସମେତ ସମସ୍ତ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ। ଶେଷରେ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାଯ୍ୟକ୍ରମ ନାଟକ ପରିବେଷଣ କରାଯାଇଥିଲା।

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 11 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories