#Breaking News

କଟକ ବାଲିଯାତ୍ରା ପ୍ଲଟ ଆବଣ୍ଟନ ରେ ବ୍ୟାପକ ଦୁର୍ନୀତି, ଜିଲ୍ଲାପାଳ ଙ୍କ ଅଫିସ ଆଗରେ ବିଜେପିର ବିକ୍ଷୋଭ

କଟକ (ଉଲ୍ଲାପ୍ର )କଟକ ବାଲିଯାତ୍ରାରେ ପ୍ଲଟ ଆବଣ୍ଟନରେ ମୂଲ୍ୟ ବୃଦ୍ଧି ନେଇ ଆଜି ଭାଜପା କଟକ ନଗର ତରଫରୁ କଟକ ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଓ ପ୍ରତିବାଦ ସଭା କରା ଯାଇଥିଲା। କଟକ ନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ହୋଇଥିବା ଏହି ଗଣ ଧାରଣା ରେ ବକ୍ତା ମାନେ ପ୍ଲଟ ମୂଲ୍ୟ ବୃଦ୍ଧି ତଥା ନିଲାମ ପଦ୍ଧତି ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଶେଷରେ ସଭାପତି ଶ୍ରୀ ବଡୁ, ବରିଷ୍ଠ ନେତା ଶ୍ରୀ ନୟନ କିଶୋର ମହାନ୍ତି, ଶ୍ରୀତମ ଦାସ, ପୂର୍ବତନ ସଭାପତି ଶ୍ରୀ ଲକ୍ଷ୍ମୀଧର ପ୍ରଧାନ, ଶ୍ରୀ ବିଶ୍ୱରଞ୍ଜନ ମିଶ୍ର,ଭାଗିରଥି ଦଳେଇ,ଶ୍ରୀ ଦେବାଶିଷ ରାୟ,କର୍ପୋରେଟର ଲକ୍ଷ୍ମୀଧର ବେହେରା,ଶ୍ରୀମତୀ ପ୍ରବୀଣା ମହାପାତ୍ର,ସତ୍ୟବ୍ରତ ମିଶ୍ର, ମହମ୍ମଦ ସବିର, ମହେନ୍ଦ୍ର ମହାନ୍ତି,ରତନ ମହାନ୍ତି, ଦେବାନନ୍ଦ ସିଂ,ମାନସ ମହାନ୍ତି,ସୁବାଷ ମହାନ୍ତି, ଶରତ ଭୋଳ, ସୌମେନ୍ଦ୍ର ପଲାଇ ପ୍ରମୁଖଙ୍କ ନେତୃତ୍ୱରେ ଜିଲ୍ଲାପାଳ ଙ୍କୁ ସ୍ମାରକ ପତ୍ର ଦିଆଯାଇ ନିଷ୍ପତି ର ପୁନର୍ବିଚାର କରିବାକୁ ଅନୁରୋଧ କରିଥିଲେ । ସ୍ମାରକ ପତ୍ରରେ ଐତିହାସିକ ବାଲିଯାତ୍ରା ରେ ଆର୍ଥିକ, ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଇଥିବା କରୋନା ପରେ ହଜାର ବର୍ଷ ଧରି କୌଳିକ ଵୃତ୍ତିରୁ ଯେଉଁମାନେ ଏଠାରେ ବେପାରକରି ଜୀବିକା ଅର୍ଜନ କରୁଛନ୍ତି,ସେମାନଙ୍କୁ ଦୃଷ୍ଟିରେ ରଖି ପ୍ଲଟ ମୂଲ୍ୟ ପୂର୍ବ ବର୍ଷ ଭଳି ରଖାଯାଉ ବୋଲି ଦାବୀ ରଖାଯାଇଥିଲା। ନିଲାମ ପ୍ରକ୍ରିୟା ଚାଲିଲେ ବାଲିଘାଟ, ମଦଦୋକାନ ନିଲାମ ଭଳି କଟକରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେବାରେ ଦାୟୀ କିଏ ହେବ ବୋଲି ପ୍ରଶ୍ନ କରାଯାଇଥିଲା। ବୈଷ୍ଣବ ପାଣି ମଞ୍ଚରେ ବମ୍ବେ ଦିଲ୍ଲୀ ରୁ ବିପୁଳ ଅର୍ଥରେ ବଡ଼ ବଡ କଳାକାର ନଆଣି, କମ ଅର୍ଥରେ ଓଡିଶାର ବହୁ ଭଲ କଳାକାର ତଥା ମେଧାଵୀ ଙ୍କୁ ସମ୍ବର୍ଦ୍ଧନା ଓ ସୁଯୋଗ ଦିଆଯିବାକୁ ଭାଜପା ଦାବୀ କରିଥିଲା।
ରାଜସ୍ୱ ଅଭାବ ପଡୁଥିଲେ ସରକାର ମଠ ମନ୍ଦିର କୁ ଆର୍ଥିକ ସହଯୋଗ ଦେଲା ଭଳି ଏହି ମେଳା କୁ ମଧ୍ୟ ସହଯୋଗ କରନ୍ତୁ ଏବଂ ଦୀର୍ଘ ଦିନ ଧରି ଏହି ମେଳା ର ଗୁରୁତ୍ୱ କୁ ଯେଉଁ କ୍ଷୁଦ୍ର ବ୍ୟବସାୟୀ ମାନେ ବଢ଼ାଇଛନ୍ତି, ତାଙ୍କ ଚି଼ହ୍ନଟ ଓ ପ୍ଲଟ ବଣ୍ଟନ ପ୍ରକ୍ରିୟା ସମ୍ପର୍କ ରେ ପ୍ରଶାସନ ସ୍ପଷ୍ଟ ସୂଚୀ ପ୍ରକାଶ କରିବାକୁ ଦାବି ରଖିଥିଲା ଭାଜପା ।
ପ୍ରଶାସନ ନିଷ୍ପତି ନେବା ପୂର୍ବରୁ କଟକର ଜନ ପ୍ରତିନିଧି, ବିଭିନ୍ନ ଦଳ ମୁଖ୍ୟ, ବ୍ୟବସାୟୀ ପ୍ରତିନିଧି ମାନଙ୍କ ସହିତ କଥା ହୋଇ ନିଷ୍ପତି କାହିଁକି ନେଲେ ନାହିଁ ତଥା ସ୍ଥାନୀୟ ବ୍ୟବସାୟୀଙ୍କ ସହ ମୁକାବିଲା ଛାଡି ପ୍ରଶାସନ ଆଲୋଚନା କରି ମଧ୍ୟସ୍ଥି ଓ ଦଲାଲ ରହିତ ସ୍ୱଚ୍ଛତା ସହ ବିଶାଳ ହୃଦୟ ନେଇ ଜିଲ୍ଲାପାଳ ମହୋଦୟ ପ୍ଲଟ ଆବଣ୍ଟନ କରନ୍ତୁ ବୋଲି କଟକ ଭାଜପା ଦାବୀ କରିଥିଲା।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ସବ୍ୟସାଚୀ ମହାପାତ୍ର, ଅନୁପମ ଦାସ,ସୁଶାନ୍ତ ମହାନ୍ତି,ଶ୍ରୀନିବାସ ରେଡି,ମନମୋହନ ଉପାଧ୍ୟାୟ,ଶିବ ନାରାୟଣ ନାଏକ ହୃଷିକେଶ ଦେହୁରୀ,ସତ୍ୟ ଦାସ କଲ୍ୟାଣୀ ମହଲା, ମନୋରମା ରାଉତ,ପ୍ରଦୀପ ରଥ,ୱାଇ ୱାଣି,ଧୀରପ୍ରସାଦ ମହାନ୍ତି,ଚିରଞ୍ଜୀବ ଖଣ୍ଡାୟତ ରାୟ,ଜୀବନଜ୍ୟୋତି ଦାସ,ଅମ୍ରିତ ଆଚାର୍ଯ୍ୟ,ସୂର୍ଯ୍ୟ ନାରାୟଣ ବେହେରା,ଜୟକୃଷ୍ଣ ସ୍ୱାଇଁ, କବିତା ଦଳେଇ,ରଶ୍ମି ମହାପାତ୍ର,ପ୍ରତିମା ସ୍ୱାଇଁ, ଡେଜ଼ୀନା ବେହେରା,ସୌମ୍ୟ ରଞ୍ଜନ ସ୍ୱାଇଁ, ତ୍ରିଲୋଚନ ସାହୁ, ତ୍ରିଲୋଚନ ସାହୁ, ତାରାପ୍ରସାଦ ମହାନ୍ତି, ମିତାଲି ଦାସ, ସାଗରୀକା ମୁଦୁଲି,ୱାଇ ଜୟା ସ୍ୱାମୀ, ଅମିତ ମହାନ୍ତି, ସୁରେଶ ଜେନା,ମାନସୀ ଦାସ, ବାପୁନା ବେହେରା, ପ୍ରଶାନ୍ତ ଦାସ, ଶିବଦ୍ୟୁତି ବେହେରା ଆଦି ଉପସ୍ଥିତ ଥିଲେ ।ଅନେକ ଦାବୀ ଗୁଡିକ ମଧ୍ୟରୁ ଜିଲାପାଳ ତତ୍କାଳ ଗରୀବ ବ୍ୟବସାୟୀଙ୍କୁ, ଯେଉଁ ମାନେ ସିଧା ଜିଲ୍ଲା ପାଳଙ୍କୁ ଆବେଦନ କରିବେ ସମ୍ପୂର୍ଣ୍ଣ ମାଗଣା ଜାଗା ଦେବା,ବାହାରୁ କଳାକାର ନଆଣି ଓଡ଼ିଆ କଳାକାର ଙ୍କୁ ସୁଯୋଗ ଦେବାକୁ ପ୍ରତିଶୃତି ଦେଇଥିଲେ ତଥା ଅନ୍ୟାନ୍ୟ ଦାବିଗୁଡିକୁ ସହୃଦୟ ର ସହ ବିଚାର କରିବାକୁ ସମ୍ମତି ଦେଇଥିଲେ ।

Leave a comment

Your email address will not be published. Required fields are marked *