କନ୍ଧମାଳ : କାର ସହ ଗଞ୍ଜେଇ ଜବତ, ଜଣେ ଗିରଫ

Udaya_Labanya | October 21, 2022 | 8 views |0 | Breaking News


କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଗୋଛାପଡା ପୁଲିସ ଜଣେ ଗଞ୍ଜେଇ ମାଫିଆକୁ ଧରିବାରେ ସଫଳ ହୋଇଛି I ଏହାସହ ଏକ କାରରେ ଭର୍ତ୍ତି ହୋଇଥିବା ପ୍ରାୟ ୫୪ କିଲୋ ଗଞ୍ଜେଇକୁ ମଧ୍ୟ ଜବତ କରିଛି ପୁଲିସ I ଗିରଫ ଅଭିଯୁକ୍ତ ଜଣକ ବରଗଡ଼ ଜିଲ୍ଲା ବରଗଡ଼ ଥାନା ଖଜୁରୀଟିକ୍ରା ଗାଁ ପ୍ରଶାନ୍ତ ସାହୁ ଓରଫ (ଆଦିତ୍ୟ) ବୋଲି ଜଣାପଡିଛି I ଗୋଛାପଡା ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ତାଙ୍କ ଟିମ ସହ ପାଟ୍ରୋଲିଂ କରୁଥିବା ସମୟରେ ଗୋଛାପଡା ଥାନା କଟ୍ରିଙ୍ଗିଆ ଗାଁ ନିକଟସ୍ଥ ମାଟିଘାଟି ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ କାରଟିକୁ ଅଟକାଇ ଯାଞ୍ଚ କରିଥିଲେ I କାରଟିକୁ ଯାଞ୍ଚ କଲା ସମୟରେ ସେଥିରୁ ୫୪ କିଲୋ ଗଞ୍ଜେଇ ବାହାରି ଥିଲା I ଏହି ଘଟଣା ସଂକ୍ରାନ୍ତରେ ଗୋଛାପଡା ଥାନାରେ ଏକ ମାମଲା ରୁଜୁକରି ସମସ୍ତ ଗଞ୍ଜେଇ ଜବତ ସହ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ସୂଚନା ଦେଇଛନ୍ତି I

Share this
  •  
  •  
  •  
  •  
  •  
  •  
  •  

Related Posts

ବରିଷ୍ଠ ଆଇନଜୀବୀ ଜାହିର ଅଖତାର ଙ୍କ ପରଲୋକ

Udaya_Labanya | November 26, 2022 | 6 views |0

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ସହର ର ଜଣାଶୁଣା ତଥାବରିଷ୍ଠସରକାରୀ ଆଇନଜୀବୀ ମହମଦ ଜାହିର ଅଖତାର ଙ୍କ ପରଲୋକ ହୋଇଛି lମୃତ୍ୟୁ ବେଳକୁ ତାଙ୍କୁ ଷାଠିଏ ବର୍ଷ ହୋଇଥିଲା lସେ ଡାଏ ବେଟିସ ଓ କିଡ଼ନୀ ରୋଗରେ ରେ ଆକ୍ରାନ୍ତ ହୋଇ…

ବାଇକ ଓ ସ୍କୁଟିମୁହାଁମୁହିଁ ଧକ୍କା ଶିକ୍ଷୟତ୍ରୀ ଓ…

Udaya_Labanya | November 26, 2022 | 13 views | 0

ଫୁଲବାଣୀ- ଶନିବାର ସକାଳୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଜଣେ ଶିକ୍ଷୟତ୍ରୀ ଓ ମହିଳା କିରାଣୀ ସକାଳୁସ୍କୁଟି ଯାଉଥିବାବେଳେ ଲିଙ୍ଗାଗଡ ପଟୁ ଆସୁଥିବା ଏକ ବାଇକ ସହ ମୁହାଁମୁହିଁ ଧକା ହେବା ଫଳରେ ଦୁଇଜଣଙ୍କ ର ମୃତ୍ୟୁ ଘଟିଥିଲା lଦୂର୍ଘଟଣା…

Leave a Reply

Your email address will not be published. Required fields are marked *

Archives

Categories