କନ୍ଧମାଳ : ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଲେ ଦୁର୍ବୁତ୍ତ, ଥାନାରେ ଏତଲା

Udaya_Labanya | October 21, 2022 | 7 views |0 | Breaking News


କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ ବିଜୁ କଲ୍ୟାଣ ମଣ୍ଡପ ନିକଟରୁ ବାଇକରେ ଆସି ମହିଳାଙ୍କ ବେକରୁ ସୁନା ଚେନ ଓ ମଙ୍ଗଳସୁତ୍ର ଝାମ୍ପି ନେଲେ ଦୁର୍ବୁତ୍ତ l ମୁନିସିପାଲିଟି ନିକଟରେ ରହୁଥିବା ସବିତା ରାଣୀ ସାହୁ ଜିନିଷ କିଣିବାକୁ ଡ଼ିଆରଡ଼ିଏ ଛକ ନିକଟକୁ ଆସୁଥିବା ବେଳେ ଗୋଟିଏ ବାଇକରେ ଦୁଇଜଣ ଯୁବକ ହେଲମେଟ ପିନ୍ଧି ବେକରୁ ଝାମ୍ପି ନେଇଥିଲେ ବୋଲି ମହିଳା ଜଣକ ଅଭିଯୋଗ କରିଛନ୍ତି l ଏ ନେଇ ଟାଉନ ଥାନାରେ ସବିତା ଲିଖିତ ଅଭଯୋଗ କରିଛନ୍ତି l ଅଭିଯୋଗ ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି l ତେବେ ଏ ଯାଏ ଦୁର୍ବୁତ୍ତଙ୍କ କୌଣସି ସୁରାକ ପାଇନି ପୋଲିସ l ତେବେ ତଦନ୍ତଚାଲିଥିବା ବିଷୟ ଏସ୍ଡ଼ିପିଓ ସୁପ୍ରସନ୍ନ ମଲ୍ଲିକ ପ୍ରକାଶ କରିଛନ୍ତି l

Share this
  •  
  •  
  •  
  •  
  •  
  •  
  •  

Related Posts

ଆଜି ବିଶ୍ୱ ଏଡ଼ସ ଦିବସ କନ୍ଧମାଳ ରେ୨୫୫…

Udaya_Labanya | December 1, 2022 | 4 views |0

ଫୁଲବାଣୀ (ସୁନୀଲ ପଟନାୟକ )ଜନ ସଚେତନତା ବଢିବା ଯୋଗୁଁ ଏବେ ଆଗଭଳି ଏଡ଼ସ ରୋଗ ବ୍ୟାପୁନାହିଁ ଆଉ ତତସହିତ ମୃତ୍ୟୁ ହାର ମଧ୍ୟ ଢେର କମିଛି ବୋଲି ଗୁରୁବାର ଫୁଲବାଣୀ ମୁଖ୍ୟ ଡାକ୍ତର ଖାନା ପରିସର ରେ ବିଶ୍ୱ ଏଡ଼ସ ଦିବସ…

ବିଦ୍ୟାଳୟରେ ଶ୍ରେଣୀଗୃହ ନାହିଁ,ବାରଣ୍ଡାରେ ପାଠ ପଢା

Udaya_Labanya | December 1, 2022 | 6 views | 0

ଫୁଲବାଣୀ(ସୁନୀଲ ପଟନାୟକ )ସରକାର ଶିକ୍ଷାର ବିକାଶପାଇଁ ପର୍ଯ୍ୟାପ୍ତ ଅର୍ଥ ଖର୍ଚ କରୁଛନ୍ତି, ପିଲାମାନେ ଯେପରି ସ୍କୁଲ ମୁହଁ । କରିବାଲାଗି ବହିପତ୍ର ଠୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ,ପୋଷାକ, ଜୋତା ଆଦି ମାଗଣାରେ ପ୍ରଦାନ କରୁଛନ୍ତି। ହେଲେ କନ୍ଧମାଳ ଜିଲ୍ଲାର କେତେକ…

Leave a Reply

Your email address will not be published. Required fields are marked *

Archives

Categories