ଦାରିଙ୍ଗବାଡି ମେଡିକାଲ ପରିସରରେ ମା ଗୃହନିର୍ମାଣ କାର୍ଯ୍ୟରେ ଦୁର୍ନିତୀ ଓ ଅନିୟମିତତା ଅଭିଯୋଗ

Udaya_Labanya | October 21, 2022 | 9 views |0 | Breaking News


ଫୁଲବାଣୀ
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପ୍ରାୟ୨୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣଧୀନ ମା ଘର କାମ ରେ ଅନିୟମିତତା ଓ ଦୁର୍ନିତୀ ଅଭିଯୋଗ ହେଉଛି । ବାଲିଗୁଡା ପୁର୍ତ୍ତ ବିଭାଗ ଦ୍ଵାରା କରାଯାଉଥିବା ନିର୍ମାଣ କାର୍ଯ୍ୟ ଏଷ୍ଟିମେଟ ଅନୁଯାୟୀ କରାଯାଉ ନ ଥିବା ଅଭିଯୋଗ ହେଉଛି । ନିମ୍ନମାନର ସିମେଣ୍ଟ, ରେ ବାଲି ପରିମାଣ ଅଧିକା ମିଶାଇ ବ୍ୟବହାର କରାଯାଉଥିବ। ବେଳେ ଟାଇଲ ଓ ଅନ୍ୟାନ୍ୟ ଫିଟିଙ୍ଗ ସ ମଧ୍ୟ ନିମ୍ନମାନର ବ୍ୟବହାର କରାଯାଉଥିବା ଦେଖାଯାଉଛି । ଟେଣ୍ଡର ପାଇଥିବାଠିକାଦାର ନିଜେ ନ କରି ଅନ୍ୟକୁ କାମ କରିବାପାଇଁ ଦାୟିତ୍ୱ ଦେବା ଫଳରେ କାମର ମାନ କମିଯାଉଥିବା ଲକ୍ଷ୍ୟ କରାଯାଉଛି । ଏପରିକି କାମ ନ ସରୁଣୁ କେତେକ ସ୍ଥାନରେ ଫାଟ ଦେଖା ଦେଲାଣି କୁ ଆଡେ । ସେହିପରି ପ୍ରକଳ୍ପ ସଂପର୍କିତ ସମସ୍ତ ତଥ୍ୟ ରହି ସମସ୍ତଙ୍କ ଅବଗତ ନିମନ୍ତେ ଡିସପ୍ଳେ ବୋର୍ଡ ମାରିବା ନିୟମ ଥିଲେ ମଧ୍ୟ କାର୍ଯ୍ୟ ଶେଷ ପର୍ଯ୍ୟ।ୟରେ ପହଞ୍ଚିଥିଲେ ମଧ୍ୟ ସୂଚନା ବୋର୍ଡ ଲଗାଯାଇନାହିଁ।

ଏପଟେ ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରୀକା ଯୋଗୁ କାମ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି ।
ଏନେଇ ଅଭିଯୋଗ କଲେ ବି ଶୁଣୁଛି ବା କିଏ? ସେହିପରି ଠିକାଦାର କହୁଛନ୍ତି ନିର୍ଦ୍ଧାରୀତ ମୂଲ୍ୟ ଠାରୁ ୧୦ପ୍ରତିଶତ କମରେ ଠିକା ନେଇଛି ଆଉ ସମସ୍ତଙ୍କୁ କମିଶନ ଦେବାକୁ ପଡିବ ଏପରି ସ୍ଥଳେ କାର୍ଯ୍ୟ କିପରି ହେବ ବୋଲି ଠିକାଦାରଙ୍କ କାମ ବୁଝୁଥିବା ଅନ୍ୟ ଏକ ଠିକାଦାର ପ୍ରଶ କରିଛନ୍ତି।
ତେବେ ଦାୟିତ୍ଵରେ ଥିବା ଯନ୍ତ୍ରୀ କାମ ଠିକ ଚାଲିଛି ବୋଲି କହିବା ସହ ଦୁର୍ନିତି ଅଭିଯୋଗ ଆସିଲେ ତଦନ୍ତ ହେବ ବୋଲି କହୁଛନ୍ତି ।
ବାଲିଗୁଡ଼ା ପୁର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଏହି ପ୍ରତି ଦୃଷ୍ଟିଦେବା ସହ ଯେପରିକାର୍ଯ୍ୟର ଉନ୍ନତମାନର ହେବ ଧ୍ୟାନ ଦେବା ଜରୁରୀ।

Share this
  •  
  •  
  •  
  •  
  •  
  •  
  •  

Related Posts

ଆଜି ବିଶ୍ୱ ଏଡ଼ସ ଦିବସ କନ୍ଧମାଳ ରେ୨୫୫…

Udaya_Labanya | December 1, 2022 | 3 views |0

ଫୁଲବାଣୀ (ସୁନୀଲ ପଟନାୟକ )ଜନ ସଚେତନତା ବଢିବା ଯୋଗୁଁ ଏବେ ଆଗଭଳି ଏଡ଼ସ ରୋଗ ବ୍ୟାପୁନାହିଁ ଆଉ ତତସହିତ ମୃତ୍ୟୁ ହାର ମଧ୍ୟ ଢେର କମିଛି ବୋଲି ଗୁରୁବାର ଫୁଲବାଣୀ ମୁଖ୍ୟ ଡାକ୍ତର ଖାନା ପରିସର ରେ ବିଶ୍ୱ ଏଡ଼ସ ଦିବସ…

ବିଦ୍ୟାଳୟରେ ଶ୍ରେଣୀଗୃହ ନାହିଁ,ବାରଣ୍ଡାରେ ପାଠ ପଢା

Udaya_Labanya | December 1, 2022 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )ସରକାର ଶିକ୍ଷାର ବିକାଶପାଇଁ ପର୍ଯ୍ୟାପ୍ତ ଅର୍ଥ ଖର୍ଚ କରୁଛନ୍ତି, ପିଲାମାନେ ଯେପରି ସ୍କୁଲ ମୁହଁ । କରିବାଲାଗି ବହିପତ୍ର ଠୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ,ପୋଷାକ, ଜୋତା ଆଦି ମାଗଣାରେ ପ୍ରଦାନ କରୁଛନ୍ତି। ହେଲେ କନ୍ଧମାଳ ଜିଲ୍ଲାର କେତେକ…

Leave a Reply

Your email address will not be published. Required fields are marked *

Archives

Categories