ପ୍ରବଳ ହଟ୍ଟଗୋଳ ମଧ୍ୟରେ ପରିଷଦ ବୈଠକ, ଅଧାରୁ ଉଠି ଚାଲିଗଲେ ଅଧକ୍ଷା
Udaya_Labanya | October 21, 2022 | 12 views |0 | Breaking News
ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ସ୍ଥିତ ବିଜ୍ଞପିତ ଅଞ୍ଚଳ ପରିଷଦର ୫ମ ବୈଠକ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ପରିଷଦରେ କାର୍ଯ୍ୟ ପାରିତ ନ ହୋଇ ବୈଠକ ଅଧାରୁ ଉଠି ଅଧ୍ୟକ୍ଷା ଚାଲି ଯାଇଥିଲେ। ବିବରଣୀରୁ ପ୍ରକାଶ ଯେ, ପରିଷଦ ବୈଠକ ଆରମ୍ଭ ହେଉ ହେଉ ବିରୋଧି ୱାର୍ଡ ସଭ୍ୟ ପ୍ରକାଶ କଲେ ଯେ ପରିଷଦ ବୈଠକରେ ପାରିତ ନିଷ୍ପତ୍ତିକୁ ଅଗ୍ରାଧିକାର ନଦେଇ ମନଇଚ୍ଛା କାର୍ଯ୍ୟକୁ ପାରିତ କରାଯାଉଛି । ନିକଟରେ ରାଜ୍ୟ ସଭା ସାଂସଦ ମୁନା ଖାଁ ଭଞ୍ଜମାର୍କେଟ ନିକଟରେ ଅବସ୍ଥିତ ବୈଦୁତିକ ବିଜ୍ଞାପନ ଫଳକରେ ଶାସକ ସଭ୍ୟଙ୍କ ବ୍ୟତୀତ ବିରୋଧି ୱାର୍ଡ ସଭ୍ୟଙ୍କୁ ଅଣଦେଖା କରିବା ଓ ସାଥିରେ ମଧ୍ୟ ଶାସକ ୱାର୍ଡ ସଭ୍ୟ ରାଜନ୍ କୁମାର ନାୟକଙ୍କ ନାମ ଭୁଲ ଲେଖା ଯିବା ନେଇ ହଟଗୋଳ ହୋଇଥିଲା। ଏନଏସି କଣ ବିଜେଡି କାର୍ଯ୍ୟାଳୟ କି ବୋଲି ସ୍ଵାଧୀନ ୱାର୍ଡ ସଭ୍ୟ ପି. ସଞ୍ଜୀବ କୁମାର ପାତ୍ର ଅଭିଯୋଗ କରିଥିଲେ। ସେ କହିଥିଲେ ଯେ ମୋ ୱାର୍ଡରେ ମାଟି ମୁଠାଟେ ନ ପଡ଼ି ୪ନଂ ୱାର୍ଡରେ ସରକାରୀ ଜାଗାର ସୁରକ୍ଷା ପ୍ରାଚୀର ନିର୍ମାଣରେ ୫ଲକ୍ଷ ବ୍ୟାୟ କରାଯିବା ନେଇ ୫ନଂ ୱାର୍ଡ ସଭ୍ୟ ପି. ସଞ୍ଜୀବ କୁମାର ପାତ୍ର ଅଭିଯୋଗ କରିଛନ୍ତି। କୁନ୍ତିମା ପ୍ରଧାନ, ଲକ୍ଷ୍ମୀପ୍ରିୟା ପରିଛା ପ୍ରମୁଖ ଉପସ୍ଥିତ ରହି ଏହାର ବିରୋଧ କରିଥିଲେ। ଆହୁରି ମଧ୍ୟ କହିଥିଲେ ଯେ ଆମର ବିନା ଅନୁମତିରେ ୱାର୍ଡରେ କାମହେଉଛି ତେବେ ଆମେ ୱାର୍ଡର ସଭ୍ୟ କାହିଁକି ହେବୁ ବୋଲି ଗଣମାଧ୍ୟମ ପ୍ରତିନିଧି ଆଗରେ ପ୍ରକାଶ କରିଛନ୍ତି । ଏହାର ସମାଧାନ ନ ହେଲେ ଆଗାମୀ ଦିନରେ ଜିଲ୍ଲପାଳଙ୍କ ଦ୍ବାରସ୍ଥ ହେବାସହ ଏନଏସିରେ ତାଲା ପକାଯିବ ବୋଲି ବିରୋଧୀ ୱାର୍ଡ ସଭ୍ୟ ଚେତାବନୀ ଦେଇଛନ୍ତି।