ବାଲିଗୁଡାରେ ପୁଣି ସୂଚନା ଅଧିକାର କର୍ମୀଙ୍କୁ ଆକ୍ରମଣ, ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ

Udaya_Labanya | October 21, 2022 | 11 views |0 | Breaking News


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡାରେ ସୂଚନା ଅଧିକାର କର୍ମୀଙ୍କୁ ପୁଣି ଆକ୍ରମଣ l ପୂର୍ବରୁ ଜଣେ ସୂଚନା ଅଧିକାର କର୍ମୀଙ୍କୁ ଦିନ ଦ୍ଵିପ୍ରହରରେ ଗୁଳିକରି ହତ୍ୟା କରାଯାଇଥିଲା। ଏବେ ପୁଣି ଜଣେ ସୂଚନା ଅଧିକାର କର୍ମୀଙ୍କୁ ହୋଟେଲରୁ ଡାକି ନେଇ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି l ଏହି ଘଟଣା ବେଳର ସମସ୍ତ ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି। ସୂଚନା ନୁଯାୟୀ, ବାଲିଗୁଡାର ସୂଚନା ଅଧିକାର କର୍ମୀ ମନୋଜ କୁମାର ପଣ୍ଡା ଦଣ୍ଡପଦର ନିକଟରେ ଥିବା ନିଜ ହୋଟେଲରେ ଥିବା ବେଳେ ରାତି ପ୍ରାୟ ୧୦ଟାରେ ତାଙ୍କୁ କିଛି ଅସାମାଜିକ ଯୁବକ ମାଡ଼ ମାରିଛନ୍ତି । ଏଥିସହିତ ହୋଟେଲର ଚେୟାର ଟେବୁଲ ଓ ଆସବାବ ପତ୍ର ଭଙ୍ଗାରୁଜା କରିଛନ୍ତି। ଏନେଇ ବାଲିଗୁଡା ଥାନାରେ ଅଭିଯୋଗ ହୋଇଛି l ବାଲିଗୁଡା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ହୋଟେଲରେ ଲାଗିଥିବା ସିସିଟିଭି ଫୁଟେଜକୁ ସଂଗ୍ରହ କରି ତଦନ୍ତ ଜାରି ରଖିଛି l

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 11 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories