#Breaking News

ଆଉଟ ସୋରସିଙ୍ଗ କର୍ମଚାରୀ ସଙ୍ଘ ବୈଠକ


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଆଉଟସୋର୍ସିଙ୍ଗ କର୍ମଚାରୀ ସଙ୍ଘ ର ଏକ ଗୁରତ୍ୱ ପୁର୍ଣ ବୈଠକ ସ୍ଥାନୀୟ ପରିଜାତକଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଥିଲl ଏଥିରେ ରାଜ୍ୟ ଆବାହକ ପ୍ରଭାତ ମହାନ୍ତି, ରାଜ୍ୟ ସଭାପତି ସଞ୍ଜୟ ପଟନାୟକ, ରାଜ୍ୟ ସାଧାରଣ ସମ୍ପାଦକ ତାପସ ମିଶ୍ର, ଠିକା କର୍ମଚାରୀ ସଙ୍ଘ ସଭାପତି ବିଜୟ ମଲ୍ଲ, ହେଡ଼ସ ଅପ ଡି ପାର୍ଟମେଣ୍ଟ ୟୁନିୟନ ଉପ ସଭାପତି ସମରେଶ ପଟନାୟକ, ଜିଲ୍ଲା କର୍ମଚାରୀ ସଂଗ୍ରାମ ସମିତି ସଭାପତି ବ୍ରଜ patnayak, ସମ୍ପାଦକ ପଦ୍ମ ଲୋଚନ ମହାନ୍ତି, କନ୍ଧମାଳ ଜିଲ୍ଲା ଆଉଟ ସୋର୍ସିଙ୍ଗ ସଙ୍ଘ ସଭାପତି ପୁର୍ଣ ଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗ ଦେଇ ସରକାର ତୁରନ୍ତ ଆଉଟ ସୋର୍ସିଙ୍ଗ ପ୍ରଥା କୁ ପ୍ରତ୍ୟାହାର କରି ସ୍ଥାୟୀ ନିଯୁକ୍ତି ଦେବାକୁ ଦାବିକରିଥିଲେ l
ସମାନ କାମ କୁ ସମାନ ଦରମା ବ୍ୟବସ୍ଥା ଥିବା ବେଳେ ଏହି କର୍ମଚାରୀ ମାନେ ଟେଣ୍ଡର ନେଇଥିବା ମାଲିକ ମାନଙ୍କ ଶୋଷଣ ର ଶିକାର ହେବା ସହ ଉପଯୁକ୍ତ ପ୍ରାପ୍ୟ ମଧ୍ୟ ପାଉନଥିବା ନେଇ କ୍ଷୋଭ ପ୍ରକାଶକରିଥିଲେ l
ଅତି ଶୀଘ୍ର ସେମାନଙ୍କ ଦାବିପୂରଣ ନ କଲେ ଆଗାମୀ ଦିନରେ ଆନ୍ଦେlଳନ କରିବାକୁ ବାଧ୍ୟହେବେ ବୋଲିକହିଥିଲେ l ଏହି ବୈଠକରେ ଜିଲ୍ଲାର ସମସ୍ତ ଆଉଟ ସୋର୍ସିଙ୍ଗ କର୍ମଚାରିଯୋଗ ଦେଇଥିଲେ l

Leave a comment

Your email address will not be published. Required fields are marked *