କଟକରେ ନିଯୁକ୍ତି ପତ୍ର ବାଣ୍ଟିଲେ କେନ୍ଦ୍ରମନ୍ତ୍ରୀ

Udaya_Labanya | October 22, 2022 | 35 views |0 | Breaking News

କଟକ (ଉଲ୍ଲାପ୍ର )ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଗାମୀ ଏକ ବର୍ଷ ଅବଧି ମଧ୍ୟରେ ଦେଶର ୧୦ଲକ୍ଷ ବେରୋଜଗାର ଯୁବକ ଯୁବତୀଙ୍କୁ ଙ୍କୁ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ରାଷ୍ଟ୍ରୀୟ ସଂସ୍ଥାରେ ସରକାରୀ ଚାକିରୀ ଦେବାପାଇଁ ଦେଶର ବିଭିନ୍ନ ସ୍ଥାନରେ ରୋଜଗାର ମେଳାର ଶୁଭାରମ୍ଭ କଲେ ଏବଂ ପ୍ରଥମ ଚରଣରେ ଚୟନୀତ ୭୫୦୦୦ରୁ ଉର୍ଦ୍ଧ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବିତରଣର ଅବସରରେ କଟକରେ,ଶହୀଦ ଭବନରେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଉପସ୍ଥିତିରେ ୧୦୫ଜଣଙ୍କୁ ନିଯୁକ୍ତି ପତ୍ର ଦିଆଗଲା।ଏହି ଅବସରରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭିଡିଓ କନଫରେନ୍ସ ଜରିଆରେ ନିଜର ଉଦବୋଧନ ରଖିଥିଲେ । କେନ୍ଦ୍ରର ଭାଜପା ସରକାରଙ୍କ ଦେଶରେ ବଢ଼ୁଥିବା ବେରୋଜଗାରୀର ସମାଧାନ ସମ୍ପର୍କରେ ନିଜର ପ୍ରତିବଦ୍ଧତା ଦୋହରାଇଥିଲେ ତଥା ନିଯୁକ୍ତି ପାଇଥିବା ଯୁବକ ଯୁବତୀଙ୍କୁ ଦେଶ ଓ ଦେଶବାସୀଙ୍କ ସେବାରେ ନିଜକୁ ନିୟୋଜିତ କରି ନିଜ କର୍ତ୍ତବ୍ୟ ପଥରେ ଯାଇ ଭାରତକୁ ଦୁନିଆର ଶ୍ରେଷ୍ଠ ଦେଶରେ ପରିଣତ କରିବାକୁ ଆହ୍ୱାନ ଦେଇଥିଲେ। କେନ୍ଦ୍ର ମନ୍ତ୍ରୀ ଶ୍ରୀ ଟୁଡୁ ଦେଶରୁ ବେରୋଜଗାରୀ ହଟାଇ ଦେଶର ଯୁବକ ଯୁବତୀଙ୍କୁ ତୁରନ୍ତ ନିଯୁକ୍ତି ଦେବାକୁ ଯଶସ୍ବୀ ପ୍ରଧାନମନ୍ତ୍ରୀ କିପରି ବିଭିନ୍ନ କେନ୍ଦ୍ରସରକାରଙ୍କ ସଂସ୍ଥାରେ ସମସ୍ତ ଖାଲି ଥିବା ପଦ ପୂରଣ ପାଇଁ କଠୋର ନିର୍ଦେଶ ଦେଇଛନ୍ତି ତଥା ଏକ ବର୍ଷ ମଧ୍ୟରେ ୧୦ଲକ୍ଷରୁ ଉର୍ଦ୍ଧ ଲକ୍ଷ୍ୟ କୁ ନିଶ୍ଚିତଭାବେ ପୂରଣ କରାଯିବ ବୋଲି କହିଥିଲେ ।ଏହି କାର୍ଯ୍ୟକ୍ରମରେ କଟକ ବାରବାଟି ବିଧାୟକ ମହମ୍ମଦ ମୋକିମ, କଟକ ନଗର ଜିଲ୍ଲା ବିଜେପି ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ , କଟକସଦର ଜିଲ୍ଲା ସଭାପତି ଶ୍ରୀ ପ୍ରକାଶ ବେହେରା, ବରିଷ୍ଠ ବିଜେପି ନେତା ଶ୍ରୀ ସଜ୍ଜନ ଶର୍ମା,କର୍ପୋରେଟର ଲକ୍ଷ୍ମୀଧର ବେହେରା,ସତ୍ୟବ୍ରତ ମିଶ୍ର, କାମାକ୍ଷା ମିଶ୍ର,ଅମ୍ରିତ ଆଚାର୍ଯ୍ୟ, ଶିବନାରାୟଣ ନାୟକ, ରଶ୍ମି ମହାପାତ୍ର, ଶିଳ୍ପା ସୌମିତ୍ରୀ ଗିରି ଗୋସ୍ୱାମୀ, ଜୀବନ ଜ୍ୟୋତି ଦାସ ,ଦିଲ୍ଲୀପ ସାହୁ,ସନ୍ତୋଷୀ ଚୌଧୁରୀ, ପ୍ରିତମ ମହାନ୍ତି ତଥା ବହୁ ବିଜେପି କାର୍ଯ୍ୟକର୍ତ୍ତା, ସହରର ବିଶିଷ୍ଟ ବୁଦ୍ଧିଜୀବୀ ଓ ନିଯୁକ୍ତି ପାଇଥିବା ସମସ୍ତ ଯୁବକ ଯୁବତୀ ତଥା ତାଙ୍କ ଆତ୍ମୀୟ ଉପସ୍ଥିତ ଥିଲେ । ରେଳ ଓ ପୋଷ୍ଟାଲ ବିଭାଗର ବରିଷ୍ଠ ଅଧିକାରୀ ମାନେ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Share this

Related Posts

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 125 views |0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

ଅଭୟଙ୍କୁ ଭୟ କରୁଛନ୍ତି ରାଜା,ଖୁବଶୀଘ୍ର ଯୋଗଦେବେ ଅଭୟ…

Udaya_Labanya | March 24, 2023 | 80 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ନିର୍ବାଚଳ ମଣ୍ଡଳୀର ଯୁବକ ଅଭୟ ବାରିକ, ଯାହାଙ୍କୁ ନେଇ ଏବେ ଆଠଗଡ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା, ଚର୍ଚ୍ଚା ଏଇଥି ପାଇଁ ସେ 2019 ନିର୍ବାଚନ ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଆଠଗଡ ରୁ ଲଢ଼ି ଏଗାର…

Leave a Reply

Your email address will not be published. Required fields are marked *

Archives

Categories