ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିସରରେ ” ପୁଣ୍ୟାତ୍ମା ଗୋପବନ୍ଧୁ ପୁସ୍ତକ ” ବଣ୍ଟନ ଓ ଆଲୋଚନାଚକ୍ର ଅନୁଷ୍ଠିତ

Udaya_Labanya | October 22, 2022 | 46 views |0 | Breaking News

ଢେଙ୍କାନାଳ( ଉଲ୍ଲାପ୍ର ) ସ୍ଥାନୀୟ ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିସରସ୍ଥ ପୂଜା ହଲ୍ ରେ ” ପୁଣ୍ୟାତ୍ମା ଗୋପବନ୍ଧୁ “ପୁସ୍ତକ ବଣ୍ଟନ ଓ ଆଲୋଚନାଚକ୍ର କୋଭିଡ୍ -୧୯ ନିୟମ ଅନୁପାଳନ କରି ସମାହିତ ହୋଇଯାଇଛି। ଏହି ଉପଲକ୍ଷେ ଭୁବନେଶ୍ବର ବିମାନ ଘାଟି ଅଞ୍ଚଳସ୍ଥିତ ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସୀ ମଣ୍ଡଳ ଆନୁକୂଲ୍ୟରେ ପ୍ରୋକ୍ତ ପୁସ୍ତକର ରଚୟିତା, ସୁଲେଖିକା ଓ ସୁବକ୍ତା ଡ଼ଃ ଆରତି କର ମୂଖ୍ୟଅତିଥି ଭାବରେ ଯୋଗଦାନ କରି “ପୁଣ୍ୟାତ୍ମା ଗୋପବନ୍ଧୁ ” ଜୀବନ ଚରିତ ପୁସ୍ତକଟିର ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ପ୍ରସଙ୍ଗରେ ପଣ୍ଡିତ ଗୋପବନ୍ଧୁଙ୍କ ସାମଗ୍ରିକ ଜୀବନ ପଞ୍ଜିକା ମାଧ୍ୟମରେ ସମସ୍ତଙ୍କୁ ନିଜ ନିଜର ପ୍ରଜ୍ଞା ଚକ୍ଷୁରେ ପୁଣ୍ୟାତ୍ମା ଗୋପବନ୍ଧୁଙ୍କୁ ଦର୍ଶନ କରାଇ ପାରିଥିଲେ ଓ ସ୍ଵଲିଖିତ ” ପୁଣ୍ୟାତ୍ମା ଗୋପବନ୍ଧୁ “ପୁସ୍ତକ ସମସ୍ତ ଛାତ୍ରୀ,ଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ, କର୍ମଚାରୀ ବୃନ୍ଦ ଓ ବିଦ୍ୟାଳୟ ପାଠାଗାରକୁ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସୀ ମଣ୍ଡଳର କର୍ମକର୍ତ୍ତା ଶ୍ରୀ ବିରଜା ପ୍ରସାଦ ଶତପଥୀ ସ୍ଵୀୟ ବକ୍ତବ୍ୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଜୀବନୀ, ସାହିତ୍ୟ କୃତି, ସ୍ଵାଧୀନତା ସଂଗ୍ରାମରେ ଅଂଶଗ୍ରହଣ, ବନବିଦ୍ୟାଳୟ ସ୍ଥାପନା ଓ ସଫଳ ପରିଚାଳନା, ସମାଜ ଖବର କାଗଜ ସ୍ଥାପନା ଓ ବଳିଷ୍ଠ ସମ୍ପାଦନା ,ବନ୍ୟା ବାତ୍ୟା ସମୟରେ ସେବା ଆଦି ତାଙ୍କର ବହୁମୁଖି ଜୀବନଧାରା ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ। ଛାତ୍ରୀ ଛାତ୍ର ମାନଙ୍କୁ ଉତ୍କଳମଣିଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଏବଂ ସମସ୍ତେ ତାଙ୍କ ସମ୍ପର୍କରେ ଗୋଟିଏ ଗୋଟିଏ ପ୍ରବନ୍ଧ ଲେଖିବାକୁ ଦୃଢ଼ ଆହ୍ବାନ ଜଣାଇଥିଲେ। ବିଦ୍ୟାଳୟର ବରିଷ୍ଠ ସହକାରୀ ଶିକ୍ଷକ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର ସଭାରେ ସଭାପତିତ୍ବ କରିବା ସଙ୍ଗେ ସଙ୍ଗେ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ,ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ସ୍ଵୀୟ ବକ୍ତବ୍ୟରେ ଗୋପବନ୍ଧୁଙ୍କ ସତ୍ୟବାଦୀ ବନବିଦ୍ୟାଳୟ ସ୍ଥାପନା, ଏହାର ସଫଳ ପରିଚାଳନା ଯୋଗୁଁ ଅନେକ ସଫଳ ଛାତ୍ର ସୃଷ୍ଟି, ସତ୍ୟବାଦୀ ପ୍ରେସ୍ ରୁ ସର୍ବ ଜନାଦୃତ ‘ସମାଜ’ ଖବକାଗଜ ପ୍ରଥମ ପ୍ରକାଶନ କରି ଏହାର ସମ୍ପାଦକ ଭାବରେ ସମାଜର ହିତ ସାଧନ ପାଇଁ କଲମ ଚାଳନା କରି ସ୍ଵୀୟ ସଂପାଦକୀୟ ମାଧ୍ୟମରେ ଜନଜୀବନର ସମସ୍ୟା ଗୁଡ଼ିକୁ ସଫଳ ଉତ୍ଥାପନ କରିଥିଲେ । ବନ୍ୟା ,ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରେ ନିଜ ଏକମାତ୍ର ପୁତ୍ରର ଦେହ ଅସୁସ୍ଥ ଥିବା ସମୟରେ ମଧ୍ୟ ପ୍ରପୀଡ଼ିତ ଜନସାଧାରଣଙ୍କ ସେବା କରିବାକୁ ଆଗଭର ହୋଇ ଆଗେଇ ଆସୁଥିଲେ। ସ୍ଵାଧୀନତା ସଂଗ୍ରାମରେ ଝାସଦେଇ କାରାବରଣ କରି ‘ରେଳ ଉପରେ ଚିଲିକା ଦର୍ଶନ’କବିତାରେ ଗାଇ ଉଠିଥିଲେ – “ରହ ରହ କ୍ଷଣେ ବାଷ୍ପୀୟ ଶକଟ,ଦେଖିବି ଚିଲିକା ଚାରୁ ଚିତ୍ରପଟ।” ‘ବନ୍ଦୀର ଆତ୍ମକଥା’, ‘କାରା କବିତା’ ମଧ୍ୟ ତାଙ୍କର ସାହିତ୍ୟିକ ଜୀବନର ପରାକାଷ୍ଠା ପ୍ରଦର୍ଶନ କରିଥାଏ।ତାଙ୍କର ଗୋଟିଏ ବିଶ୍ଵ ଜନାଦୃତ ଅନନ୍ୟ ତଥା ଅନବଦ୍ୟ ପଙ୍କ୍ତି -“ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ,ଦେଶର ସ୍ଵରାଜ୍ୟ ପଥେ ଯେତେ ଗାଡ଼,ପୁରୁ ତହିଁ ପଡ଼ି ମୋର ମାଂସ ହାଡ଼” ତାଙ୍କର ବଳିଷ୍ଠ ଦେଶପ୍ରେମର ଯେ ଏକ ଜ୍ୱଳନ୍ତ ନିଦର୍ଶନ ଏହା ଅନସ୍ବୀକାର୍ଯ୍ୟ ବୋଲି ଦୃଢ଼ ମତପୋଷଣ କରିଥିଲେ।ପ୍ରାରମ୍ଭରେ ମୁଖ୍ୟ ଅତିଥି, ଅନ୍ୟତମ ସମ୍ମାନିତ ଅତିଥି ବୃନ୍ଦ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ, ମୁଖ୍ୟ ଅତିଥି ଡ଼ଃ ଆରତି କର, ଅନ୍ୟତମ ସମ୍ମାନିତ ଅତିଥି ଭାବରେ ବିରଜା ପ୍ରସାଦ ଶତପଥୀ, ନବଘନ ସାହୁ, କନିଷ୍ଠା ଛାତ୍ରୀ ଶରଣ୍ୟ। ମିଶ୍ର, ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର, ଡ଼ଃ ଅନୁପମା ମିଶ୍ର, ଅନୁପମା ପଣ୍ଡା ପ୍ରମୁଖ ସମସ୍ତ ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ,ଶିକ୍ଷକ, କର୍ମଚାରୀ ବୃନ୍ଦ, ପରିଚାଳନା କମିଟିର ସଦସ୍ୟା,ସଦସ୍ୟ ବୃନ୍ଦ କୋଭିଡ -୧୯ ନିୟମ ଅନୁପାଳନ କରି ପର୍ଯ୍ୟାୟକ୍ରମେ ଆସି ବିଦ୍ୟାଳୟ ପରିସରରେ ନୂତନ ଭାବରେ ସଂସ୍ଥାପିତ ଅଭିନବ ପଞ୍ଚସଖା ମୁକ୍ତ ବନବିଦ୍ୟାଳୟସ୍ଥ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସମେତ ପ୍ରଜ୍ଞାପୁରୁଷ ପଣ୍ଡିତ ନୀଳକଣ୍ଠ ଦାସ,ପଣ୍ଡିତ ଗୋଦାବରୀଶ ମିଶ୍ର ,ଆଚାର୍ଯ୍ୟ ହରିହର ଦାସ,ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ଭଳି ପଞ୍ଚସଖାଙ୍କ ନାମରେ ଖ୍ୟାତ ସମସ୍ତଙ୍କର ପ୍ରତିମୂର୍ତ୍ତି ମାନଙ୍କରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ।

ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରମୋଦ କୁମାର ଛୋଟରାୟ, ଉପ ସଭାପତି ସୁପ୍ରଭା ସ୍ୱାଇଁ, ଅନ୍ୟତମ ସଦସ୍ୟ ସାରଙ୍ଗଧର ସାହୁ,ଦିଲାବର ହୁସେନ, ବିରଞ୍ଚି ନାଏକ, ମିନା ନାଏକ,ସଦସ୍ୟା ଝରଣା ପାତ୍ରଙ୍କ ସମେତ ଅନ୍ୟାନ୍ୟ ସଦସ୍ୟା, ସଦସ୍ୟ ବୃନ୍ଦ, ବରିଷ୍ଠ ସହକାରୀ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର,ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର, ସମର ଶିକ୍ଷାର୍ଥୀ ସ୍ଥଳ ବାହିନୀ ବାଳିକା ବିଭାଗ ଥାର୍ଡ ଅଫିସର୍ ଅନୁପମା ପଣ୍ଡା,ଅବସରପ୍ରାପ୍ତ ପ୍ରାକ୍ତନ ଶିକ୍ଷକ ସୁରେଶ କୁମାର ପଣ୍ଡା ଓ ସୁଭାଷ କୁମାର ନନ୍ଦ, ବରିଷ୍ଠ ଶିକ୍ଷୟିତ୍ରୀ ସ୍ବର୍ଣ୍ଣମୟୀ ଶତପଥୀ,ଧ୍ୟାନଚାନ୍ଦ ମିଶ୍ର, ସୁନିତାବାଳା ଷଡ଼ଙ୍ଗୀ, ସ୍ୱାଗତିକା ରଥ,ସୁଜାତା ପଣ୍ଡା,ସୁଚିତ୍ରା ସାହୁ, କିରଣମୟୀ ମାହାଳିକ, ଦିପ୍ତୀଶ କୁମାର ଶତପଥୀ, କଲ୍ୟାଣୀ ବଡ଼ଜେନା, କ୍ଷୀରାବଧିତନୟା ମହାପାତ୍ର,ରଶ୍ମୀ ହୋତା,କଳ୍ପନା ବାରିକ, ଶୁଭଶ୍ରୀ ଦେବସ୍ମିତା ରାଉତ,ସୁଜିତ କୁମାର ବାରା, ପ୍ରଫୁଲ୍ଲ କୁମାର ବିଶ୍ବାଳ,ବାସୁଦେବ ରଣା, ମମତା ବେହେରା, ରୁଦ୍ରାକ୍ଷ ଗଡନାୟକ, ସନ୍ତୋଷ ଜେନା, ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ବରିଷ୍ଠ ସହକାରୀ ଶିକ୍ଷକ ଡ଼ା. ଦେବୀ ପ୍ରସାଦ ମିଶ୍ର ଗୋପବନ୍ଧୁଙ୍କ ସମ୍ପର୍କରେ ଏକ କୁଇଜ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ଆଜିର ସମସ୍ତ କାର୍ଯ୍ୟକ୍ରମର ସାମଗ୍ରିକ ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Share this
  •  
  •  
  •  
  •  
  •  
  •  
  •  

Related Posts

ଆଜି ବିଶ୍ୱ ଏଡ଼ସ ଦିବସ କନ୍ଧମାଳ ରେ୨୫୫…

Udaya_Labanya | December 1, 2022 | 4 views |0

ଫୁଲବାଣୀ (ସୁନୀଲ ପଟନାୟକ )ଜନ ସଚେତନତା ବଢିବା ଯୋଗୁଁ ଏବେ ଆଗଭଳି ଏଡ଼ସ ରୋଗ ବ୍ୟାପୁନାହିଁ ଆଉ ତତସହିତ ମୃତ୍ୟୁ ହାର ମଧ୍ୟ ଢେର କମିଛି ବୋଲି ଗୁରୁବାର ଫୁଲବାଣୀ ମୁଖ୍ୟ ଡାକ୍ତର ଖାନା ପରିସର ରେ ବିଶ୍ୱ ଏଡ଼ସ ଦିବସ…

ବିଦ୍ୟାଳୟରେ ଶ୍ରେଣୀଗୃହ ନାହିଁ,ବାରଣ୍ଡାରେ ପାଠ ପଢା

Udaya_Labanya | December 1, 2022 | 6 views | 0

ଫୁଲବାଣୀ(ସୁନୀଲ ପଟନାୟକ )ସରକାର ଶିକ୍ଷାର ବିକାଶପାଇଁ ପର୍ଯ୍ୟାପ୍ତ ଅର୍ଥ ଖର୍ଚ କରୁଛନ୍ତି, ପିଲାମାନେ ଯେପରି ସ୍କୁଲ ମୁହଁ । କରିବାଲାଗି ବହିପତ୍ର ଠୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ,ପୋଷାକ, ଜୋତା ଆଦି ମାଗଣାରେ ପ୍ରଦାନ କରୁଛନ୍ତି। ହେଲେ କନ୍ଧମାଳ ଜିଲ୍ଲାର କେତେକ…

Leave a Reply

Your email address will not be published. Required fields are marked *

Archives

Categories