ଭିଜିଲାନ୍ସ ଜାଲରେ କୋଟଗଡ଼ ଥାନା ଅଧିକାରୀ
Udaya_Labanya | October 23, 2022 | 44 views |1 | Breaking News
ଫୁଲବାଣୀ (ସୁନୀଲ ପଟନାୟକ)
କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କୋଟଗଡ଼ ଥାନା ଆଇଆଇସି ଭିଜିଲାନ୍ସ ଜାଲରେ।ଥାନା ଅଧିକାରୀ ଧୀରଜ କୁମାର ଲେଙ୍କା ଏକ
ଘରୋଇ ଗାଡ଼ିରେ ଫୁଲବାଣୀ ଆସୁଥିବା ବେଳେ ବାଲିଗୁଡ଼ାରେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍। ଆଇଆଇସି ଲେଙ୍କା ଙ୍କ ଗାଡ଼ିରୁ ୧ଲକ୍ଷ ୮୦ ହଜାର ଟଙ୍କା ଜବତ ହୋଇଥିବା ଜଣାପଡିଛି l ଲେଙ୍କା ଙ୍କ ନାମରେ ପୂର୍ବରୁ ବହୁ ଅଭିଯୋଗ ହୋଇଆସୁଥିଲା l
ଲେଙ୍କା ବିଭିନ୍ନ ମାମଲା କୁ ରଫା ଦଫା କରିବା ଲାଗି ମୋଟା ଅଙ୍କର ଅର୍ଥ ଦାବୀ କରି ନେଉଥିବା ଅଭିଯୋଗ ହୋଇଥିଲା l
ନିକଟରେ ଜଣେ କାର୍ଯ୍ୟରତ ହୋମ ଗାର୍ଡ ଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମରୀବାନେଇ ହୋମ ଗାର୍ଡ ଏସପି ଙ୍କ ନିକଟରେ ଅଭିଯୋଗ କରିଥିଲେ l
ଲେଙ୍କାଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଓ ଏନେଇ ସର୍ବିଶେଷ ତଥ୍ୟ ତଦନ୍ତ ପରେ ଜଣାପଡିବ ବୋଲି ତଦନ୍ତ କାରି ଅଧିକାରୀ କହିଛନ୍ତି l