ଲୁହା ଶିକୁଳି ରେ ବନ୍ଧା ହୋଇ ବିତୁଛି ତିନି ଜଣଙ୍କ ଜୀବନ, ସରକାରୀ ସହାୟତା ମିଳୁନି

Udaya_Labanya | October 24, 2022 | 18 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ଜଣେ କି ଦୁଇ ଜଣ ନୁହେଁ ତିନି ତିନି ଜଣ ଙ୍କୁ ଗୋଡ ରେ ବେଡି ପକାଇ ରଖିବାକୁ ପଡ଼ିଛି ପରିବାର ଲୋକଙ୍କୁ l ଏଭଳି ଖବର ଆସିଛି ଟିକାବାଲି ବ୍ଲକ ଅନ୍ତର୍ଗତ ପାଡ଼ଙ୍ଗୀ ପଂଚାୟତ ରେ l ପାଡ଼ଙ୍ଗୀ ପଂଚାୟତ ର ବରସାହି ରେ କୁନ୍ତୀ ଲତା ପ୍ରଧାନ ଙ୍କ ଝିଅ ମମିତା ପ୍ରଧାନ I ମମୀତା ଯୁକ୍ତ ୨ ରେ ପାଠ ପଢୁଥିଲେ l ହଟାତ ମାନସିକ ଭାରସାମ୍ୟ ହରାଇବା ପରେ ପାଠ ପଢ଼ାରେ ଡୋରି ଲାଗିଛି ମମୀତା ଙ୍କ ର lପରିବାରଲୋକେ ଫୁଲବାଣୀ ସମେତ ଅନ୍ୟାନ୍ୟ ଡାକ୍ତର ଖାନା ରେସାଧ୍ୟ ମତେ ଝିଅର ଚିକିତ୍ସା କରିଥିଲେ ହେଲେ ଭଲ ହୋଇନଥିଲେ ମମିତା l କେବଳ ମମୀତା ଏକା ନୁହଁନ୍ତି ସେହି ସାହିର ଅଟଳ ପ୍ରଧାନ ନାମକ ଜଣେ ବ୍ୟକ୍ତି ଦୀର୍ଘବର୍ଷ ହେଲା ମାନସିକ ରୋଗ ରେ ଆକ୍ରାନ୍ତହେବା ଦ୍ୱାରା ତାଙ୍କୁ ମଧ୍ୟ ପରିବାରଲୋକେ ଗୋଡ଼ରେ ବେଡି ପକାଇ ରଖିଛନ୍ତି l ସେହିପରି ପାଙ୍ଗନାଯୁ ର ନମିତା ବେହେରା ନାମକ ଜଣେ ମହିଳା ମଧ୍ୟ ଦୀର୍ଘ ବର୍ଷ ଧରି ମାନସିକ ରୋଗରେ ଆକ୍ରାନ୍ତ ହୋଇ ପଡିବାରୁ ତାଙ୍କୁ ମଧ୍ୟ ଗୋଡ଼ରେ ଲୁହା ଶିକୁଳି ବାନ୍ଧି ରଖାଯାଇଛି l ଡାକ୍ତର ଦେଖାଇଲେ ଭଲ ହେଲାନି ବୋଲି କହିଛନ୍ତି ପରିବାର ଲୋକେ l ଫଳରେ ଏହି ତିନିଜଣ କୁ ବହୁକଷ୍ଟରେ ପାଳୁଛନ୍ତି ପରିବାର ଲୋକେ l ସରକାରଙ୍କ ପକ୍ଷ ରୁ ଭତା ଟଙ୍କା ଓ ଚାଉଳ ଗଣ୍ଡାକ ମିଳୁଛି l ସେତିକିରେ ଚାଲିବା ମୁସ୍କିଲ ବୋଲି ପରିବାର ଲୋକେ କହୁଛ ନ୍ତି l
ତେବେ ଏମାନେ କାହାର ସେଭଳି କିଛି ଅସୁବିଧା ସୃଷ୍ଟି କରନ୍ତିନି l
ପାଡ଼lଙ୍ଗୀ ପଂଚାୟତ ର ମମୀତା, ନମିତା ଓ ଅଟଳଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦେଲେ ହୁଏତ ପୂର୍ବଭଳି ସ୍ୱାଭାବିକ ଜୀବନ ଯାପନ କରିପାରନ୍ତେ ବୋଲି ପରିବାର ଲୋକେ ଓ ଗ୍ରାମବାସି କହିଛନ୍ତି l
ଏ ନେଇ ମତାମତ ନେବା ପାଇଁ ଟିକାବାଲି ବିଡ଼ିଓ ଙ୍କୁ ଯୋଗାଯୋଗ କରିଥିଲୁ ତେବେ ସମ୍ଭବ ହୋଇନଥିଲା l ତେବେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିଶ୍ୱରଂଜନ ନାୟକ ଘଟଣା ର ଅନୁଧ୍ୟାନ କରିବାପରେ ସରକାରୀ ନୀତି ନିୟମ ଅନୁଯାୟୀ ଯଥା ସମ୍ଭବ ସହାୟତା କରାଯିବ ବୋଲି କହିଛନ୍ତି l

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 11 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories