ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ରେ ଶୀତ ର ପହିଲି ସ୍ପର୍ଶ

Udaya_Labanya | October 25, 2022 | 18 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ଫୁଲବାଣୀ ସମେତ ସମଗ୍ର କନ୍ଧମାଳ କୁ ଶୀତ ଛୁଇଁଛି l ଗତ ଦୁଇ ଦିନ ହେଲା ଫୁଲବାଣୀ ସହର ରେ ହାଲକା ଶୀତ ଅନୁଭୁତ ହେଉଛି lରାତିରେ ପାରଦ ହ୍ରାସ ପାଉ ଥିବାରୁ ଶୀତ ଟିକିଏ ହେଉଛି l ତାପମାତ୍ରl
୧ ୫ ଡିଗ୍ରୀ ସେଲସିଅସ କୁ ହ୍ରାସ ପାଇଛି l
ସେହିପରି ଓଡିଶା ର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଅଂଚଳରେ ବି ହାଲକା ଥଣ୍ଡା ଅନୁଭୁତ ହେଲାଣି l
ସକାଳୁସକାଳୁ ଦିନେ ଦିନେ କୁହୁଡ଼ି ମଧ୍ୟ ପଡୁଛି lପହିଲି ଶୀତ ସକାଳ ରେ ପୁଲକିତ ହୋଇ ଉଠିଛି ପ୍ରକୃତିରାଣୀ l ପ୍ରକୃତି ର ଅପରୂପ ସୌନ୍ଦର୍ଯ୍ୟ ସକାଳ ଓ ସନ୍ଧ୍ୟା କୁ ବିମୋହିତ କରୁଛି l କନ୍ଧମାଳ ଜିଲ୍ଲା ରେ ସୁଲ ସୁଲିଆ ପବନ ସହ କୁହୁଡି ପଡୁ଼ଛିl କୁହୁଡିର ଘନ ଆସ୍ତରଣ ଥିବାରୁ ଜିଲାର ରୂପ ଲାବଣ୍ୟ ବୃଦ୍ଧି ପାଉଛି l ସକାଳୁ ଫୁଲବାଣୀ ସହର କୁହୁଡି ର ସଫେଦ ଚାଦର ରେ ଢାଙ୍କି ହୋଇ ରହୁଛି l ଫଳରେ ଏହାର ବେଶ ମଜା ନେଉଛନ୍ତି ସହରବାସୀ l ନିଜକୁ ଫିଟ ରଖିବାପାଇଁ
ସକାଳୁ କିଏ ମଣିଙ୍ଗୱାକ କରୁଛି ତ ଆଉ କିଏ ବ୍ୟାୟାମ କରୁଥିବା ଦେଖିବାକୁ ମିଳୁଛି l
ସେହିପରି ସନ୍ଧ୍ୟା ର ହାଲକା ଥଣ୍ଡା ର ମଜା ଉଠାଉଛନ୍ତି ସହର ବାସୀ l
ସେହିପରି ଥଣ୍ଡା ଆରମ୍ଭ ହେଉ ହେଉରାସ୍ତା କଡ଼ ରେ ବିଭିନ୍ନ ପ୍ରକାର ଶୀତ ବସ୍ତ୍ର ର ପସରା ମଧ୍ୟ ମେଲିଛି l

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 11 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories