ଗଁଦିଆ ଏସବିଆଇ ଏଟିଏମ ଭାଙ୍ଗି ୨୨ ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟ ଘଟଣା ପର୍ଦାଫାଶ, ୩ ଅଭିଯୁକ୍ତ ଗିରଫ, ୪ ଫେରାର

Udaya_Labanya | October 27, 2022 | 75 views |0 | Breaking News


ଢେଙ୍କାନାଳ (ଉଲ୍ଲାପ୍ର )ଗତ ଅକ୍ଟୋବର ୩ ତାରିଖ ମଧ୍ୟରାତିରେ ଗଁଦିଆ ଥାନା ଅନ୍ତର୍ଗତ ବରପଦା ଶ୍ରୀରାମଚନ୍ଦ୍ରପୁର ନିକଟରେ ଥିବା ଏସବିଆଇ ଏଟିଏମ ଲୁଟ ଘଟଣାର ପର୍ଦାଫାଶ ହୋଇଛି l ଏଥିରେ ୩ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ୪ ଅଭିଯୁକ୍ତ ଫେରାର ଅଛନ୍ତି l ସେଦିନ ରାତିରେ ଏଟିଏମ ମେସିନ ଭାଙ୍ଗି ଦୁର୍ବୁତ୍ତମାନେ 22,17,900 ଟଙ୍କା ଲୁଟି ନେଇଥିଲେ l ମାତ୍ର ଧରାପଡ଼ିଥିବା ଅଭିଯୁକ୍ତ ମାନଙ୍କ ଠାରୁ 2ଲକ୍ଷ 56 ହଜ଼ାର ଟଙ୍କା ଉଦ୍ଧାର ହୋଇଛି l ଲୁଟଟରେ ବ୍ୟବହୃତ ଲୁହା ଛେଣି ସିସିଟିଭିର ଡିଭିଆର ବକ୍ସ, ଗୋଟିଏ ମାରୁତି ଅଲ୍ଟୋ କାର, ବାଇକ ମଧ୍ୟ ଜବତ ହୋଇଛି l ଧରାପଡ଼ିଥିବା ୩ ଅଭିଯୁକ୍ତ ହେଲେ ଢେଙ୍କାନାଳ ସଦର ଥାନା କଙ୍କଡ଼ାହାଡ଼ ଗାଁର ଜିତେନ୍ଦ୍ର ନାୟକ, ଭଦ୍ରକର ଜିଲ୍ଲାର ନିର ପାଣି, ଖୋର୍ଦ୍ଧାର ରାକେଶ ଦାସ l ଆଉ ୪ ଅଭିଯୁକ୍ତ ଏବେ ବି ଫେରାର ରହିଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ଏସପି ଲଗାନୟାଗୀ ଦିବ୍ୟା ଭି. ସୂଚନା ଦେଇଛନ୍ତି l

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 12 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories