ଢେଙ୍କାନାଳ ଉଚ୍ଚ ମାଧ୍ୟମିକ ଵିଦ୍ୟା ଳୟ ରେ ଅଭିଭାବକ -ଶିକ୍ଷକ ସମ୍ମିଳନୀ

Udaya_Labanya | October 27, 2022 | 87 views |0 | Breaking News

ଢେଙ୍କାନାଳ (ଉଲ୍ଲାପ୍ର )ଢେଙ୍କାନାଳ ଉଚ୍ଚ ମାଧ୍ୟମିକ ଵିଦ୍ୟା ଳୟରେ ୨୭ ତାରିଖ ଦିନ ଏକ ଅଭିଭାବକ -ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଢେଙ୍କାନାଳ ସୟଂଶୀସୀତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଯୁକ୍ତ Ranjit Kumar Pradhan ସଭାପତିତ୍ବ କରି ଛାତ୍ର ଜୀବନରେ ସାଧନା, ସମୟବର୍ତୀତା ଓ ନୀୟମୀତତା ଆଦି ସୁଗୁଣଗଗୁଡିକ ର ମହତ୍ତ୍ୱ ଉପରେ ଆଲୋକପାତ କରି ଥିଲେ। ସେ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଛାତ୍ର ଛାତ୍ରୀ ଙ୍କ ୭୫% ଉପସ୍ଥାପନ କୁ କଡାକଡି ଭାବେ ପାଳନ କରିବା ଉପରେ ଗୁରୁତ୍ବ ଦେଇଥିଲେ। ନିର୍ଧାରିତ ଉପସ୍ଥାପନ ହାସଲ କରିପାରୁ ନଥିବା ଛାତ୍ର ଛାତ୍ରୀ ମାନଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବାର୍ଷିକ ପରୀକ୍ଷା ପାଇଁ ଆଵେଦନ ପତ୍ର ପୂରଣ କରିବାକୁ ସୁଯୋଗ ନ ଦେବାକୁ ସେ ସୄଷ୍ଟ କରିଥିଲେ। ମହାବିଦ୍ୟାଳୟ ର ପ୍ରଶାସନୀକ ମୂଖ୍ୟ ଡ. ଦେବାଶିଷ ମହାନ୍ତି ଓ ଶୈକ୍ଷିକ ଵିଭାଗ ମୂଖ୍ୟ ଡ. ବଳିୟାର ସିଂହ ଛାତ୍ର ଛାତ୍ରୀ ଓ ଶିକ୍ଷକ ମାନଙ୍କ ମଧ୍ୟରେ ଥିବା ମଧୁର ସଂପର୍କ ଉପରେ ଆଲୋଚନା କରିଥିଲେ। ଅଭିଭାବକ ମାନେ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଅଧାପକ ଆଦିତ୍ୟ ମେହେର, ସୁଶାନ୍ତ କୁମାର ପ୍ରଧାନ ଓ ସଂଵିତ କୁମାର ସାହୁ ସମ୍ବିଳନୀକୁ ପରିଚାଳନା କରିବା ରେ ସାହାଯ୍ୟ କରିଥିଲେ। ଅଧ୍ୟାପକ ସଂବିତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 11 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories