ଫ୍ରେଣ୍ଡସ-୧୧ ଅର୍ଗାନାଇଜେସନର ଦୀପାବଳୀ ପାଳନ ଅନୁଷ୍ଠିତ

Udaya_Labanya | October 27, 2022 | 143 views |0 | Breaking News

କଟକ (ଉଲ୍ଲାପ୍ର )ଫ୍ରେଣ୍ଡସ-୧୧ ଅର୍ଗାନାଇଜେସନ ପରିବାର ତରଫରୁ କଟକ ବାଙ୍କୀ ଉପଖଣ୍ଡ ପାଟପୁରସ୍ଥିତ ଲୋକନାୟକ ଶିଶୁଯତ୍ନ ଅନୁଷ୍ଠାନଠାରେ ଆଲୋକର ପର୍ବ ଦୀପାବଳୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନରେ ଥିବା ୩୫ରୁ ଉର୍ଦ୍ଧ୍ବ ଶିଶୁମାନଙ୍କ ପାଇଁ ପୁସ୍ତକ ଏବଂ ଖାଦ୍ୟପେୟର ଆୟୋଜନ ସହ ଶିଶୁମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହିତ ବେସ ଆନନ୍ଦ ଉଲ୍ଲାସର ସହ ଦୀପାବଳୀ ପର୍ବ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଶିଶୁଯତ୍ନ ଅନୁଷ୍ଠାନର କର୍ମକର୍ତ୍ତା ଏବଂ ଫ୍ରେଣ୍ଡସ-୧୧ ଅର୍ଗାନାଇଜେସନର ସଭାପତି କାହ୍ନୁ ଚରଣ ବିଶ୍ୱାଳ, ସମ୍ପାଦକ ବିଶ୍ଵଦେଵ ସାହୁ,ସହ ସମ୍ପାଦକ ବିଶ୍ୱ ରଞ୍ଜନ ରାଉତ, କୋଷାଧ୍ୟକ୍ଷ ଅନୀଲ କୁମାର ନାୟକ ପରିଚାଳନା କରିଥିଲେ। ଅର୍ଗାନାଇଜେସନର ସଦସ୍ୟ ଗଜାନନ, ରୁଦ୍ର, ଜୟପ୍ରକାଶ, ଅଭିଜିତ, ବବୁଲ, ସତ୍ୟଜିତ, ଜ୍ଞାନ, ସୁମିତ, ପ୍ରଦୀପ, ଦେବବ୍ରତ, ବିଶ୍ୱ, ଆକାଶ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଏହି କାର୍ଯ୍ୟକ୍ରମ ସଫଳତାର ସହ ସଂପାଦିତ ହୋଇଥିବାରୁ ଅର୍ଗାନାଇଜେସନର ସଭାପତି ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହିତ ଭବିଷ୍ୟତରେ ଏହିପରି ଅନେକ ସାମାଜିକ କାର୍ଯ୍ୟକ୍ରମ କରିବା ପାଇଁ ଆଶା ରଖିଛନ୍ତି।

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 12 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories