ରଙ୍ଗପାରୁ ନାବାଳିକା ଛାତ୍ରୀ ସନ୍ତାନ ପ୍ରସବ ମାମଲା କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ଯୁବମୋର୍ଚା ର ଅନିର୍ଦିଷ୍ଟ କାଳ ଧାରଣା

Udaya_Labanya | October 28, 2022 | 19 views |0 | Breaking News


ଫୁଲବାଣୀ
ବେଲଘର ଥାନା ଅଞ୍ଚଳ ରେ ଘଟିଥିବା ସପ୍ତମ ଶ୍ରେଣୀ ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଘଟଣା ରେଦୋଷୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଓ ପୀଡିତା ଙ୍କ ପରିବାର ଙ୍କୁ କ୍ଷତି ପୂରଣ ଦାବୀ କରିଆଜି ଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜିଠୁ ଧାରଣା ଦେଇଛି ଜିଲ୍ଲା ବିଜେପି ଯୁବମୋର୍ଚା l ଏହି ଘଟଣା ରେ ଜିଲ୍ଲା ପ୍ରଶାସନ ର ଓ ସ୍କୁଲ କର୍ତ୍ତୃପକ୍ଷ ଙ୍କ ଅବହେଳା ଯୋଗୁଁ ଛାତ୍ରୀ ଓ ତାର ନବଜାତ ଶିଶୁ ର ମୃତ୍ୟୁ ହେଲା l ତେବେ ଜିଲ୍ଲାପ୍ରଶାସନ କେବଳ ମେଟ୍ରୋନ ଙ୍କୁ ଚାକିରୀ ରୁ ବହିସ୍କୃତ କରିଥିବାବେଳେ ଅନ୍ୟ ମାନଙ୍କୁ କେବଳ କାରଣ ଦର୍ଶାଅ ନୋଟିସ ଦେଇ ଚୁପ ବସିଛି ବୋଲି ଯୁବ ମୋର୍ଚା ସଭାପତି କହଁର ଅଭିଯୋଗ କରିଛନ୍ତି l ସରକାର ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନଗ୍ରହଣ କରିନି ଏଯାଏଁ l ପୀଡିତା ପରିବାର କୁ ଉପଯୁକ୍ତ କ୍ଷତି ପୂରଣ ରାଶି ଯୋଗାଇଦେବାସହ ଦୋଷୀ ଅନ୍ୟ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରି ଧର୍ମଘଟ କରୁଛି ବିଜେପି ଯୁବ ମୋର୍ଚା l
ଦାବୀ ପୂରଣ ନ ହେବା ଯାଏ ଧାରଣା ଜାରିରହିବ ବୋଲି ବି ଜେପିଯୁବ ମୋର୍ଚା ସଭାପତି ଗୋଲୋକ କହଁର କହିଛନ୍ତି lଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ରାମବିଶି ଡିଗାଲ ଓ ଦେବ ନାରାୟଣ ପ୍ରଧାନ
ଦେବ ନାରାୟଣ ପ୍ରଧାନ, ଙ୍କ ସମେତ ବହୁ ଯୁବ ମୋର୍ଚା ନେତା ଉପସ୍ଥିତ ଥିଲେ l

Share this
  •  
  •  
  •  
  •  
  •  
  •  
  •  

Related Posts

ଆଜି ବିଶ୍ୱ ଏଡ଼ସ ଦିବସ କନ୍ଧମାଳ ରେ୨୫୫…

Udaya_Labanya | December 1, 2022 | 4 views |0

ଫୁଲବାଣୀ (ସୁନୀଲ ପଟନାୟକ )ଜନ ସଚେତନତା ବଢିବା ଯୋଗୁଁ ଏବେ ଆଗଭଳି ଏଡ଼ସ ରୋଗ ବ୍ୟାପୁନାହିଁ ଆଉ ତତସହିତ ମୃତ୍ୟୁ ହାର ମଧ୍ୟ ଢେର କମିଛି ବୋଲି ଗୁରୁବାର ଫୁଲବାଣୀ ମୁଖ୍ୟ ଡାକ୍ତର ଖାନା ପରିସର ରେ ବିଶ୍ୱ ଏଡ଼ସ ଦିବସ…

ବିଦ୍ୟାଳୟରେ ଶ୍ରେଣୀଗୃହ ନାହିଁ,ବାରଣ୍ଡାରେ ପାଠ ପଢା

Udaya_Labanya | December 1, 2022 | 6 views | 0

ଫୁଲବାଣୀ(ସୁନୀଲ ପଟନାୟକ )ସରକାର ଶିକ୍ଷାର ବିକାଶପାଇଁ ପର୍ଯ୍ୟାପ୍ତ ଅର୍ଥ ଖର୍ଚ କରୁଛନ୍ତି, ପିଲାମାନେ ଯେପରି ସ୍କୁଲ ମୁହଁ । କରିବାଲାଗି ବହିପତ୍ର ଠୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ,ପୋଷାକ, ଜୋତା ଆଦି ମାଗଣାରେ ପ୍ରଦାନ କରୁଛନ୍ତି। ହେଲେ କନ୍ଧମାଳ ଜିଲ୍ଲାର କେତେକ…

Leave a Reply

Your email address will not be published. Required fields are marked *

Archives

Categories