
ଜୟୀ ରାଜଗୁରୁଙ୍କ ଜନ୍ମଦିବସରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ
Udaya_Labanya | October 29, 2022 | 108 views |0 | Breaking News
ଭୁବନେଶ୍ୱର,(ଉଲ୍ଲାପ୍ର )ପାଇକ ବିଦ୍ରୋହର ମହାନ୍ ବୀରତ୍ବ, ଦେଶପ୍ରେମ ଓ ସାହସର
ପ୍ରତୀକ ତଥା ମୁଖ୍ୟ କଣ୍ଠଧାର ଜୟୀ ରାଜଗୁରୁଙ୍କ ଆଜି ହେଉଛି ଜନ୍ମବାର୍ଷିକୀ । ଓଡ଼ିଆ ଅସ୍ମିତା, ବୀରତ୍ଵ,
ଗାରିମା ଓ ଦେଶପ୍ରେମକୁ ସଦାସର୍ବଦା ସର୍ବାଗ୍ରେ ରଖୂବା ସେହି ମହାନ୍ ସ୍ୱାଧୀନତା ସଂଗ୍ରାମୀ ଜୟକୃଷ୍ଣ
ରାଜଗୁରୁ ମହାପାତ୍ର ୧୭୩୯ ମସିହା ଆଜିର ଦିନରେ ପୁରୀ ଜିଲ୍ଲା ଅନ୍ତର୍ଗତ ବୀରହରେକୃଷ୍ଣପୁର
ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଏହି ଦିବସଟିକୁ ମନେ ପକାଇ ତାଙ୍କ ଜୀବନ କାହାଣୀକୁ ନେଇ
ଚଳଚ୍ଚିତ୍ର ନିର୍ମାଣ ହେଉଥିବା ‘ମହର୍ଷି’ର ଟିମ୍ ଅଭିନେତା ଚନ୍ଦନ କରଙ୍କ ଉପସ୍ଥିତିରେ ଭୁବନେଶ୍ୱରସ୍ଥିତ
ଏ.ଜି. ଛକ ଓ ଶହୀଦ ଜୟୀ ରାଜଗୁରୁଙ୍କ ଜନ୍ମ ଗ୍ରାମରେ ପହଞ୍ଚି ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା
ସହ ଶହୀଦ ଜୟୀ ରାଜଗୁରୁ ସ୍ମୃତି ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ଜଟ୍ଟାଧାରୀ ମିଶ୍ରଙ୍କ ସହ ଆଲୋଚନା
କରିବା ସହ ଜୟୀ ରାଜଗୁରୁଙ୍କ ଜୀବନ କାହାଣୀ ଉପରେ ନୂତନ ତଥ୍ୟ ଜାଣିବାକୁ ପାଇଥିଲେ । ଜୟୀ
ରାଜଗୁରୁ ହିଁ ଥିଲେ ସ୍ବାଧୀନତା ସଂଗ୍ରାମର ପ୍ରଥମ ଶହୀଦ। ଜୟୀ ରାଜଗୁରୁଙ୍କ ବଳିଦାନ ପ୍ରତିଟି ଓଡ଼ିଆଙ୍କ
ପାଖରେ ପହଞ୍ଚାଇବାର ଲକ୍ଷ୍ୟ ନେଇ ଅଭିନେତା ଚନ୍ଦନ କର ଓଡ଼ିଶାର ବିଭିନ୍ନ ଜାଗାରେ ତାଙ୍କ ଚଳଚ୍ଚିତ୍ର
ମାଧ୍ୟମରେ ବାର୍ତ୍ତା ଦେବାପାଇଁ ଯୋଜନା ରଖିଛନ୍ତି ।