ଭାରତୀୟ ପେଶାଦାର ସାମ୍ବାଦିକ ମହାସଂଘ ପ୍ରତିଷ୍ଠା ଦିବସ ପାଳିତ

Udaya_Labanya | October 30, 2022 | 17 views |0 | Breaking News

ଫୁଲବାଣ(ସୁନୀଲ ପଟନାୟକ )
କଦ୍ଧମାଳ ଜିଲ୍ଲାସାମ୍ବାଦିକ ସଙ୍ଘ ପକ୍ଷରୁ ଭାରତୀୟ ପେଶାଦାର ସାମ୍ବାଦିକ ମହାସଂଘ ୭୨ ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ପ୍ରେସ କ୍ଲବ ଠାରେ ଅନୁଷ୍ଠିତ ହୋଇଥିଲା l
ଏହି ଅବସର ରେ ଆୟୋଜିତ ସଭାରେ କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ଡଃ ଅରୁପ ଜେନା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ପୂର୍ବତନ ସମାଜ ପ୍ରତିନିଧି ମହାଦେବ ସାହୁ ଯୋଗଦେଇଥିଲେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ରବିନ୍ଦ୍ର ନାଥ ମିଶ୍ର , ମୁଖ୍ୟ ବକ୍ତା ଭାବରେ ଫୁଲବାଣୀ ମହାବିଦ୍ୟାଳୟ ର ଇତିହାସ ବିଭାଗ ଅଧ୍ୟାପକ ସୁଜିତ କୁମାର ପଣ୍ଡା,ଜିଲ୍ଲା ସାମ୍ବାଦିକ ସଙ୍ଘ କାର୍ଯ୍ୟକାରୀ ସଭାପତି ସୁନୀଲ ପଟନାୟକ, ଉପ ସଭାପତି ସନ୍ତୋଷ ଡିଗାଲ ପ୍ରମୁଖ ଯୋଗଦେଇମୂଲ୍ୟ ବୋଧ ସାମ୍ବାଦିକତା,ବୃତ୍ତିଗତ ସୁରକ୍ଷାଉପରେ ମତ ବ୍ୟକ୍ତ କରିଥିଲେ l ସେହିପରି ମିଳିତ ନାଗରିକ ମଞ୍ଚ ର ବିଷ୍ଣୁ.ପ୍ରସାଦ ମିଶ୍ର ,ଅବସର ପ୍ରାପ୍ତ କମାଣ୍ଡlଣ୍ଟ ନବିନ କିଶୋର ପଣ୍ଡା ,ଆଇନଜୀବୀ ବ୍ରଜକିଶୋର ପଟ୍ଟନାୟକ ,ଓକିଲ ସଙ୍ଘ ସଭାପତି ବିଜୟ ମହାନ୍ତି , ରାଜେନ୍ଦ୍ର ପାଢୀ ,ନାରାୟଣ ସାହୁ, ବିଜୟ ମହାନ୍ତି, ନବ କୃଷ୍ଣ ରଥ , ପ୍ରେସ କ୍ଲବ ସମ୍ପାଦକ ପ୍ରଶାନ୍ତ ବେହେରା, ପ୍ରମୂଖ ଗଣ ମାଧ୍ୟମ ର ଭୂମିକା ଓ ନିରପେକ୍ଷ ସମ୍ଵlଦିକତା ଉପରେ ନିଜନିଜର ବକ୍ତବ୍ୟ ରଖିଥିଲେ । ସାମ୍ବାଦିକ ସଂଘ ର ସାଧାରଣ ସମ୍ଫାଦକ ଅଶୋକ ପରିଡା ସଭା ପରିଚାଳନା କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଜୟସେନ ପରିଡା , ବରିଷ୍ଠ ନାଗରିକ ପିତାମ୍ବର ମିଶ୍ର ,ଜାକିର ଖାନ,ସାମ୍ବାଦିକ ସୂର୍ଯ୍ୟ ବେହେରା, ସତ୍ୟ ନାରାୟଣ ବେହେରା, ପ୍ରଶାନ୍ତ ପଣ୍ଡା, ପ୍ରଶାନ୍ତ ଜେନା, ଆଦିତ୍ୟ ତ୍ରିପାଠୀ, ରମେଶ ପ୍ରଧାନ, ସୁଧୀର ମହାରଣା,, ଶିବାନୀ ସୁଆର, ନିବେଦିତା ଖାଡ଼ଙ୍ଗା, ଅଶୋକ ରାୟ, ଶିବ ନାୟକ ଏବଂ ବହୁବରିଷ୍ଠ ନାଗରିକଓ ସାମ୍ବାଦିକ ପ୍ରମୁଖ ଯୋଗ ଦେଇ ଥିଲେ ।ଏହି ଅବସରରେ ବରିଷ୍ଠ ସାମ୍ବାଦିକ ସଙ୍ଘ ପ୍ରତିଷ୍ଠାତା ମହାଦେବ ସାହୁ ଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l

Share this
  •  
  •  
  •  
  •  
  •  
  •  
  •  

Related Posts

ବରିଷ୍ଠ ଆଇନଜୀବୀ ଜାହିର ଅଖତାର ଙ୍କ ପରଲୋକ

Udaya_Labanya | November 26, 2022 | 6 views |0

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ସହର ର ଜଣାଶୁଣା ତଥାବରିଷ୍ଠସରକାରୀ ଆଇନଜୀବୀ ମହମଦ ଜାହିର ଅଖତାର ଙ୍କ ପରଲୋକ ହୋଇଛି lମୃତ୍ୟୁ ବେଳକୁ ତାଙ୍କୁ ଷାଠିଏ ବର୍ଷ ହୋଇଥିଲା lସେ ଡାଏ ବେଟିସ ଓ କିଡ଼ନୀ ରୋଗରେ ରେ ଆକ୍ରାନ୍ତ ହୋଇ…

ବାଇକ ଓ ସ୍କୁଟିମୁହାଁମୁହିଁ ଧକ୍କା ଶିକ୍ଷୟତ୍ରୀ ଓ…

Udaya_Labanya | November 26, 2022 | 13 views | 0

ଫୁଲବାଣୀ- ଶନିବାର ସକାଳୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଜଣେ ଶିକ୍ଷୟତ୍ରୀ ଓ ମହିଳା କିରାଣୀ ସକାଳୁସ୍କୁଟି ଯାଉଥିବାବେଳେ ଲିଙ୍ଗାଗଡ ପଟୁ ଆସୁଥିବା ଏକ ବାଇକ ସହ ମୁହାଁମୁହିଁ ଧକା ହେବା ଫଳରେ ଦୁଇଜଣଙ୍କ ର ମୃତ୍ୟୁ ଘଟିଥିଲା lଦୂର୍ଘଟଣା…

Leave a Reply

Your email address will not be published. Required fields are marked *

Archives

Categories