ଖଜୁରୀପଡା ତହସିଲଦାର ଙ୍କ ବଦଳି

Udaya_Labanya | October 31, 2022 | 10 views |0 | Breaking News


ଫୁଲବାଣୀ(ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଖଜୁରୀପଡା ତହସିଲଦାର ଶ୍ରୀମତୀ ସ୍ୱପ୍ନିତା ନାୟକ ଙ୍କୁ ବୌଦ୍ଧ ଜିଲାପାଳ ଙ୍କ କାର୍ଯ୍ୟାଳୟ ରେ ଡେପୁଟି କଲେକ୍ଟର ଭାବେ ବଦଳି ହୋଇଛି lତାଙ୍କ ସ୍ଥାନ ରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବିଡ଼ିଓ ବିଜୟ ପ୍ରଧାନ ଦାଇତ୍ୱ ଗ୍ରହଣ କରିବେ ବୋଲି ଜଣାପଡିଛି l
ତହସିଲଦାର ସ୍ୱପ୍ନିତା ୨ ବର୍ଷ ରୁ ଉର୍ଦ୍ଧ ଦାଇତ୍ୱ ରେ ରହି ଅଂଚଳ ରେ ଶାନ୍ତି ଶୃଙ୍ଖଳା ରକ୍ଷା, ଓ ଉନ୍ନୟନ ମୂଳକ କାର୍ଯ୍ୟ କରି ବେଶ ପ୍ରଶଂସନୀୟ ହୋଇଥିଲେ l
କରୋନା ସମୟରେ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଇ କରୋନା ମୁକାବିଲା ରେ ସଫଳ ହୋଇଥିଲେ l
ସେହିପରି ଗରିବ ଭୂମିହୀନ ଲୋକଙ୍କ ଗାଁ କୁଯାଇ ଦୁଆର ମୁହଁ ରେ ପଟ୍ଟା ଯୋଗାଇଦେଇ ପ୍ରଶଂସା ସାଉଁଟିଥିଲେ lସେହିପରି ସରକାରୀ ଜମି ଜବରଦଖଲ କାରି ଙ୍କୁ ଉଛେଦ କରି ସେ ସବୁ ଜମି ସରକାରୀ ଖାତା କୁ ଫେରାଇ ଆଣିବାରେ ସଫଳ ହୋଇଥିଲେ ତହସିଲଦାର ସ୍ୱପ୍ନିତା l
ପ୍ରତି ପଂଚାୟତରେ ରାଜସ୍ବ କ୍ୟାମ୍ପ କରି ଲୋକଙ୍କ ଜମିଜମା ମାମଲା ସମାଧାନ କରି ଲୋକଙ୍କୁ ନ୍ୟାୟ ପ୍ରଦାନ କରି ଥିଲେ l ସରକାରଙ୍କ ଯୋଜନା ର ସଫଳ ରୂପାୟନ ସହ ସମସ୍ତ ବିଦ୍ୟାଳୟ କୁ ନିଜସ୍ୱ ଜମି ପଟ୍ଟା ପ୍ରଦାନ କରିଥିଲେତହସିଲଦାର ସ୍ୱପ୍ନିତା ନାୟକ l
ତାଙ୍କର କାର୍ଯ୍ୟଦକ୍ଷତା, ସଚୋଟଟା ପାଇଁ ନିକଟରେ ମିଡ଼ିଆ ଫୋରମ ପକ୍ଷରୁ ସମ୍ମାନିତ ମଧ୍ୟ ହୋଇଥିଲେ ସେ l
କେବଳ ସେତିକି ନୁହେଁ, ସରକାରଙ୍କ ଧର୍ଯ୍ୟ ରାଜସ୍ବ ସଂଗ୍ରହ କରିଥିଲେ lଜଣେ ମହିଳା ଅଧିକାରୀ ହୋଇ ମଧ୍ୟ
ପ ଥର ଓ ବାଲି, ମୁରୁମ ମାଫିଆ ଙ୍କୁ ସାବାଡ଼ କରି ନିର୍ଭିକ ଓ ସଚୋଟ ଅଫିସର ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ସ୍ୱପ୍ନିତା l
ତେବେ ତାଙ୍କର ହଟାତ ଅନ୍ୟତ୍ର ବଦଳି କୁ ସହଜ ରେ ଗ୍ରହଣ କରିପାରୁନାହାନ୍ତି ସ୍ଥାନୀୟ ଲୋକେ l

Share this
  •  
  •  
  •  
  •  
  •  
  •  
  •  

Related Posts

ଫୁଲବାଣୀ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା

Udaya_Labanya | December 3, 2022 | 4 views |0

ଫୁଲବାଣୀ(ସୁନୀଲ ପଟନାୟକ )ଫୁଲବାଣୀ ର ଏଜ ଓ ହାଇ ସ୍କୁଲ ପରିସରରେ ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତଓ ପରିବେଶ ସମ୍ପର୍କିତ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା lଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ ଷଡ଼ଙ୍ଗୀ…

ଫୁଲବାଣୀ ରେ ଆନ୍ତର୍ଜାତୀୟ ଭିନ୍ନ କ୍ଷମ ଦିବସ

Udaya_Labanya | December 3, 2022 | 5 views | 0

ଫୁଲବାଣୀ (ସୁନୀଲ ପଟନାୟକ )ଶନିବାର ଫୁଲବାଣୀ ର ଏଜେଓ ହାଇ ସ୍କୁଲ ପରିସରରେ ଆନ୍ତର୍ଜାତୀୟ ଭିନ୍ନ କ୍ଷମ ଦିବସ ପାଳିତ ହୋଇଥିଲା lଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ କୁ ବ୍ଲକ ଶିକ୍ଷାଧିକାରୀ ରଞ୍ଜନ କୁମାର କହଁର ଉଦଘାଟନ କରିଥିବା ବେଳେ ମୁଖ୍ୟ…

Leave a Reply

Your email address will not be published. Required fields are marked *

Archives

Categories