ସଡକ ଦୁର୍ଘଟଣାରେ ୱେବ ସାମ୍ବାଦିକ ବିକାଶ ମିଶ୍ର ଙ୍କ ମୃତ୍ୟୁ, ଅନ୍ୟ ଜଣେ ସାମ୍ବାଦିକ ଗୁରୁତର

Udaya_Labanya | November 1, 2022 | 61 views |0 | Breaking News


ଫୁଲବାଣୀ(ସୁନୀଲ ପଟନାୟକ )
ମଙ୍ଗଳବାର ସନ୍ଧ୍ୟାରେଏକ ସଡକ ଦୂର୍ଘଟଣା ରେ ଫୁଲବାଣୀ ର ୱେବଚାନେଲ, ଓ ପୃଷ୍ଠ ଭୂମି ଖବର କାଗଜ ର ଯୁବ ସାମ୍ବାଦିକ ବିକାଶ ମିଶ୍ର ଙ୍କ ମୃତ୍ୟ ଘଟିଥିବା ବେଳେ ଅନ୍ୟ ଜଣେ ୱେବ ସାମ୍ବାଦିକ ବିକାଶ ଡିଗାଲ ଗୁରୁତର ଆହତ ହୋଇଥିବା ଖବର ମିଳିଛି l
ସୂଚନାଯୋଗ୍ୟ ଯେ, ଏ ଦୁହେଁ କୌଣସି ସମ୍ବାଦ ସଂଗ୍ରାହକରିବାକୁ ବାଇକ ରେ ଖଜୁରୀପଡା ଯାଉଥିବା ବେଳେ ଖଜୁରୀପଡା ଥାନା ଅନ୍ତର୍ଗତ ସମ୍ବେ ପଦର ନିକଟରେ ଏକ ଗାଡି ବାଇକ କୁ ପଛରୁ ପିଟିବା ଫଳରେ ଦୂର୍ଘଟଣା ଘଟିଥିଲା l ଘଟଣା ସ୍ଥଳ ରେ ବିକାଶ ମିଶ୍ର ଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି l
ଖବର ପାଇ ଖଜୁରୀପଡା ପୋଲିସଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳ ରେ ପହଂଚି ଏମାନଙ୍କୁ ଙ୍କୁ ଉଦ୍ଧାର କରିପ୍ରଥମେ ଖଜୁରୀପଡା ଡାକ୍ତର ଖାନା ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ l
ବିକାଶ ଡିଗାଲ ଙ୍କୁ ଗୁରୁତର ଅବସ୍ଥା ରେ ଫୁଲବାଣୀ ସଦରମହକୁମା ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଛି l
ସାମ୍ବାଦିକ ବିକାଶ ମିଶ୍ର ଙ୍କ ଅକାଳ ମୃତ୍ୟୁ ରେ ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ପ୍ରେସ୍କ୍ଲବ ସଭାପତି ସୁନୀଲ ପଟନାୟକ, ସମ୍ପାଦକ ପ୍ରଶାନ୍ତ ବେହେରା, ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ଡ଼ଃ. ଅରୂପ ଜେନା, ସାଧାରଣ ସମ୍ପାଦକ ଅଶୋକ ପରିଡା, ସାମ୍ବାଦିକ ଅନନ୍ତ ଡିଗାଲ, ଉପସଭାପତି, କେ ଡ଼ି ଯେ ଏ, ସନ୍ତୋଷ ଡିଗାଲ, ଜୟ ସେନ ପରିଡା, ପ୍ରଶାନ୍ତ ପଣ୍ଡା ଶିବ ରାମ ନାୟକ, ସନ୍ତୋଷ ବେହେରା, ଶିବ ନାୟକ, ରଂଜିତ ଡିଗାଲ, ଅଚ୍ୟୁତ ବେହେରା, ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସଂଗେ ସଂଗେ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି l ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ପରିବାରକୁ କ୍ଷତିପୂରଣ ରାଶି ଯୋଗାଇଦେବାକୁ ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ଓ ଜିଲ୍ଲା ସଙ୍ଘ ସଭାପତି ଡ଼ଃ. ଅରୂପ ଜେନା ଦାବୀ କରିଛନ୍ତି l

Share this

Related Posts

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 125 views |0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

ଅଭୟଙ୍କୁ ଭୟ କରୁଛନ୍ତି ରାଜା,ଖୁବଶୀଘ୍ର ଯୋଗଦେବେ ଅଭୟ…

Udaya_Labanya | March 24, 2023 | 80 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ନିର୍ବାଚଳ ମଣ୍ଡଳୀର ଯୁବକ ଅଭୟ ବାରିକ, ଯାହାଙ୍କୁ ନେଇ ଏବେ ଆଠଗଡ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା, ଚର୍ଚ୍ଚା ଏଇଥି ପାଇଁ ସେ 2019 ନିର୍ବାଚନ ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଆଠଗଡ ରୁ ଲଢ଼ି ଏଗାର…

Leave a Reply

Your email address will not be published. Required fields are marked *

Archives

Categories